କେଉଁଠି ୭ଶହ ଟଙ୍କାରେ କିଲେ ଲଙ୍କା ତ’ କେଉଁଠି ୫୦ ଲକ୍ଷ ଟଙ୍କାରେ ୫ ଟମାଟୋ

ଯଦି ଆପଣ ଦରଦାମ ବୃଦ୍ଧିଦ୍ୱାରା କେବଳ ଭାରତ ପ୍ରଭାବିତ ହୋଇଛି ତେବେ ଆପଣଙ୍କ ଧାରଣା ଭୁଲ । ବିଶ୍ୱର ଏମିତି କିଛି ଦେଶ ଅଛନ୍ତି ଯେଉଁଠି ଦରଦାମ ଆକାଶ ଟପି ମହାକାଶ ଛୁଇଁଲାଣି । କେଉଁ ଦେଶରେ ଏକ କିଲୋ ଲଙ୍କା ପାଇଁ ୭ଶହ ଟଙ୍କା ଗଣିବାକୁ ପଡୁଛି ତ’ କେଉଁଠି ଗୋଟିଏ ଟମାଟୋର ଦାମ ୧୦ ଲକ୍ଷ ଟଙ୍କା । ସେଠା ଦର ଓ ଏଠା ଦରକୁ ଯଦି ତୁଳନା କରିବେ ତେବେ ମନକୁ ମନ ଆପଣ ଇଶ୍ୱରଙ୍କୁ ଧନ୍ୟବାଦ ଦେବେ । ଆସନ୍ତୁ ଜାଣିବା ବିଶ୍ୱର ଏଭଳି କିଛି ଦେଶଙ୍କ ବାବଦରେ ଯେଉଁଠି ସେଠାକାର ମୁଦ୍ରା ମୁହଁମାଡି ପଡିଛି ଓ ଦରଦାମ ମୁହଁ ଉପରକୁ କରି ବଢିବାରେ ଲାଗିଛନ୍ତି..

ଲଙ୍କାରେ ଲଙ୍କା କିଲୋ ୭ଶହ ଟଙ୍କା

ଚୀନ୍ ମାଲ ଓ ଚୀନ ଲୋନ୍ ,ଏହି ଦୁଇଟିକୁ ଭରସା ନାହିଁ । ଯାହାକୁ ଏବେ ଶ୍ରୀଲଙ୍କା ସରକାର ଓ ନାଗରିକ ଅନୁଭବ କରୁଛନ୍ତି । ଚୀନ ଋଣଜନ୍ତାରେ ଛନ୍ଦି ହୋଇ ମୁକୁଳିବା ବାଟ ଖୋଜୁଥିବା ଶ୍ରୀଲଙ୍କାରେ ଏବେ ଦରଦାମ ଆକାଶଛୁଆଁ । ସେଠାରେ ଲଙ୍କା କିଲୋ ୭ଶହ ଟଙ୍କାରେ ବିକ୍ରି ହେଉଛି । ଆଳୁ କିଲୋ ପ୍ରତି ୨ଶହ ଥିବା ବେଳେ ଖିର ଦାମ ବୃଦ୍ଧି ଯୋଗୁ ଲୋକ ବିନା ଖିର ଚା’କୁ ପସନ୍ଦ କରୁଛନ୍ତି । ଗୋଟିଏ ମାସରେ ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ୧୫ ପ୍ରତିଶତ ବଢିଛି । ସାଧାରଣ ଲୋକଙ୍କ ପାଇଁ ଜୀବନ ଏବେ ଦୁର୍ବିସହ ହୋଇ ପଡିଛି ।

ପାକିସ୍ତାନ ଅବସ୍ଥା ବେହାଲ

ଚୀନର ଆଉ ଜଣେ ବନ୍ଧୁ ପାକିସ୍ତାନର ଅବସ୍ଥା ମଧ୍ୟ ଠିକ୍ ନାହିଁ । ପାକିସ୍ତାନରେ ଘରୋଇ ଏଲପିଜି ସିଲିଣ୍ଡର ପ୍ରତି ୨ ହଜାର ୫୬୦ ଟଙ୍କା ପଡୁଛି । ଅନ୍ୟପକ୍ଷରେ କମର୍ସିଆଲ ସିଲିଣ୍ଡର ଦାମ ହେଉଛି ୯ ହଜାର ୮୪୭ଟଙ୍କାପାକିସ୍ତାନରେ ପେଟ୍ରୋଲ ଦାମ ଲିଟର ପ୍ରତି ୧୪୫ ଟଙ୍କା ୮୨ ପଇସା ରହିଛି । ସେହିଭଳି ଡିଜେଲ ଦର ପାଖାପାଖି ୧୪୩ ଟଙ୍କାପାକିସ୍ତାନରେ ଖୀର ଲିଟର ୧୪୦ ଟଙ୍କା ହେଇ ସାରିଲାଣି ।

ଗ୍ରୀସରେ ଦରଦାମ ଅସମ୍ଭାଳ

୨୦୦୮ର ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶଙ୍କ ମଧ୍ୟରୁ ଗୋଟିଏ ଥିଲା ଗ୍ରୀସ । ୨୦୧୨ରେ ଗ୍ରୀସ ଉପରେ ୧୩୮ ବିଲିଅନ୍ ଡଲାରର ଋଣ ଥିଲା । ଯାହାକୁ ଗ୍ରୀସ ଶୁଝି ପାରିନଥିଲା । ଏହା ପରେ ଗ୍ରୀସକୁ ଦେବାଳିଆ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା । ୨୦୧୨ପରଠାରୁ ଗ୍ରୀସରେ ବେକାରୀ ଦର ୨୪ରୁ ୨୫ ପ୍ରତିଶତ ମଧ୍ୟରେ ରହିଛି । ଯାହାକି ଦୁନିଆରେ ସର୍ବାଧିକ ।

ଭେନେଜୁଏଲାରେ ଗୋଟିଏ ଟମାଟ ଦାମ ୧୦ ଲକ୍ଷ ଟଙ୍କା

ଟମାଟୋ ଦର ଦୁଇ ଅଙ୍କ ଟପିଲେ ଭାରତରେ ତରକାରୀ ସ୍ୱାଦ ପ୍ରଭାବିତ ହୁଏ । କିନ୍ତୁ ଭାରତରେ କେବେ ମଧ୍ୟ ଟମାଟୋ ଗୋଟା ପିଛା ୧୦ ଲକ୍ଷ ଟଙ୍କାରେ ବିକ୍ରି ହୋଇନଥିବ । ନିଜ ପେଟ୍ରୋଲ ଖଣି ପାଇଁ ଜଣାଶୁଣା ଭେନେଜୁଏଲାରେ ଏବେ ଗୋଟିଏ ଟମାଟୋ ଦାମ ହେଉଛି ୧୦ ଲକ୍ଷ ଟଙ୍କା । ଅର୍ଥାତ ଯଦି ଆପଣ ୫ଟି ଟମାଟୋ କିଣିବେ ତେବେ ଆପଣଙ୍କୁ ଦେବାକୁ ପଡିବ ୫୦ ଲକ୍ଷ ଟଙ୍କା । ଭେନେଜୁଏଲା ଏବେ ନିଜ ଆକାଉଣ୍ଟ ସଜାଡିବା ପାଇଁ ନୂଆ ନିୟମ ଆଣିଛି । ଏହା ଅନୁସାରେ ଭେନେଜୁଏଲା ମୁଦ୍ରାର ଅବମୁଲ୍ୟାୟନ କରାଯାଇଛି । ଫଳରେ ଏବେ ୧୦ ଲକ୍ଷ ବଲିଭରର ଦାମ ହେଉଛି ୧ ବଲିଭର । ଅର୍ଥାତ ଯଦି ଆପଣଙ୍କ ପାଖରେ ୧୦ ଲକ୍ଷ ବଲିଭର ଥିବ ତେବେ ଏବେଠାରୁ ଏହାର ଦାମ ହେଉଛି ମାତ୍ର ୧ ବଲିଭର । କଳ୍ପନା କରନ୍ତୁ ଯଦି ଆପଣଙ୍କ ପାଖରେ ଭାରତୀୟ ମୁଦ୍ରା ବାବଦରେ ୧୦ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାରେ ଅଛି ଓ ସରକାର ଘୋଷଣା କରନ୍ତି ଆଜିଠାରୁ ଆପଣଙ୍କ ୧୦ ଲକ୍ଷ ଟଙ୍କାର ମୂଲ୍ୟ ହେଉଛି ୧ ଟଙ୍କା ! ତେବେ ଆପଣଙ୍କ ଅବସ୍ଥା କ’ଣ ହେବ ?

chillies kg 700 rupees in sri lankadiesel price in pakistaneffects of rising prices of essential commoditiesglobal food price risegreece bankruptcies reasonGreece declared bankruptgreece unemployment crisisindia vs worldinflation in indialpg cylinder price in pakistanmilk price in pakistanone tomato cost 10 lakhs in venezuelapetrol price in pakistanpotatoes kg 200 rupeesprice of chillies in sri lankaprices of commodities in indiaprices of commodities in other countriesprices of commodities is going upprices skyrocketing highrising prices of essential commodities in indiasri lanka governmentsri lanka inflation ratevenezuela tomato price in rupeesଆଳୁ କିଲୋ ପ୍ରତି ୨ଶହଏଲପିଜି ସିଲିଣ୍ଡରଗ୍ରୀସକୁ ଦେବାଳିଆ ରାଷ୍ଟ୍ର ଭାବେ ଘୋଷଣାଦରଦାମ ଆକାଶ ଟପି ମହାକାଶ ଛୁଇଁଲାଣିଦରଦାମ ବୃଦ୍ଧିଦ୍ୱାରାପାକିସ୍ତାନରେ ପେଟ୍ରୋଲ ଦାମଭାରତ ପ୍ରଭାବିତଭେନେଜୁଏଲାରେ ଗୋଟିଏ ଟମାଟ ଦାମ ୧୦ ଲକ୍ଷ ଟଙ୍କାଲଙ୍କା କିଲୋ ୭ଶହ ଟଙ୍କାରେଶ୍ରୀଲଙ୍କା ସରକାରଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ୧୫ ପ୍ରତିଶତ ବଢିଛି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami