ପାନ ମସଲା ବିଜ୍ଞାପନ ମାମଲାରେ ଝଟ୍‌କା: ଶାହାରୁଖ-ଅକ୍ଷୟ-ଅଜୟଙ୍କୁ ସରକାରଙ୍କ ନୋଟିସ୍‌

ମୁମ୍ବାଇ: ବଲିଉଡ ତାରକାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ରହିଛନ୍ତି । ଫ୍ୟାନ୍ସମାନେ ସେମାନଙ୍କୁ ନିଜର ଆଇଡଲ ମାନନ୍ତି ଓ ପୁଜା ମଧ୍ୟ କରନ୍ତି । ଏଭଳି ସ୍ଥିତିରେ ସୁପରଷ୍ଟାରଙ୍କର ପାନମସଲା ବିଜ୍ଞାପନ କରିବା ନେଇ ଅସନ୍ତୋଷ ରହିଥିଲେ କିଛି ପ୍ରଂଶସକ । ତେବେ ବର୍ତ୍ତମାନ ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ୩ ସୁପରଷ୍ଟାରଙ୍କୁ ମହଙ୍ଗା ପଡ଼ିଛି । ଏହି ମାମଲାରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାଁ ଏବଂ ଅଜୟ ଦେବଗନଙ୍କୁ ନୋଟିସ୍ ଜାରି କରାଯାଇଛି । ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଅବମାନନା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର ଦେଇଛନ୍ତି । ଗୁଟ୍‌ଖା ବିଜ୍ଞାପନ ମାମଲାରେ ତିନି କଳାକାରଙ୍କୁ ନୋଟିସ ଜାରି କରାଯାଇଥିବା ଲକ୍ଷ୍ନୌ ବେଞ୍ଚକୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

ପାନମସଲା ବିଜ୍ଞାପନ ପାଇଁ ଅସନ୍ତୋଷ ଥିଲେ ଫ୍ୟାନ୍ସ

କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି ଯେ, ସୁପ୍ରିମକୋର୍ଟ ମଧ୍ୟ ଏହି ମାଲାରେ ଶୁଣାଣି କରୁଛନ୍ତି, ତେଣୁ ଏହି ଆବେଦନକୁ ଖାରଜ କରାଯିବା ଉଚିତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ୨୦୨୪ ମେ’ ୯ ପାଇଁ ସ୍ଥିର କରାଯାଇଛି । ଜଷ୍ଟିସ ରାଜେଶ ସିଂ ଚୌହ୍ୱାନଙ୍କ ଏକକ ବେଞ୍ଚ ଅବମାନନା ଆବେଦନ ଉପରେ ଏହି ଆଦେଶ ଦେଇଛନ୍ତି । କହିରଖୁଛୁ, ପାନ ମସଲା ପ୍ରଚାର କରୁଥିବା କଳାକାର ଶାହାରୁଖ, ଅକ୍ଷୟ ଏବଂ ଅଜୟଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଭଳି ସ୍ଥିତିରେ ପିଟିସନ ଦାଖଲ କରିଥିବା ଓକିଲ ମୋତିଲାଲ ଯାଦବ ବିଶ୍ୱାସ କରନ୍ତି ଯେ ଯୁବକମାନଙ୍କ ଲାଗି ଏହି ପଦକ୍ଷେପ ଠିକ୍ ନୁହେଁ । କଳାକାରମାନେ ଏଭଳି କରିବା ଦ୍ୱାରା ଲୋକେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ବୋଲି ସେ କହିଛନ୍ତି ।

ajay devgnakshay kumarbollywood actorbollywood actor Shah rukh khanpan masala create problempan masala create problem allahabad-high court
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami