ନିର୍ବଚନୀ ପ୍ରଚାରର ତାତି ଭିତରେ ପଖାଳର ମଜା

ଭୁବନେଶ୍ୱର: ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାର ର ଉଷ୍ଣତା ମଧ୍ୟରେ ପଖାଳ ର ମଜ୍ଜା ନେଇଛନ୍ତି ୫ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ । ସାଥିରେ ଥିଲେ ‘ଇଣ୍ଡିଆ ଟୁଡେ’ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ । ମଧ୍ୟାହ୍ନ ଭୋଜନ ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ । କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ, ବଡି ଚୁରା, ଭେଣ୍ଡି ଭଜା, ଆଳୁ ଭରତା ଆଉ ଦହିର ମଜ୍ଜା ନେଇଥିଲେ ଦୁଇ ଜଣ ।

ମୁଖ୍ୟମନ୍ତ୍ରୀ କରିଦେଇଛନ୍ତି କଳାହାଣ୍ଡିବାସୀଙ୍କ ଜୀବନକୁ ପରିବର୍ତ୍ତନ 

କଳାହାଣ୍ଡିର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲ ରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ ପାଣ୍ଡିଆନ । ସାଥୀ ରେ ଥିଲେ ପ୍ରଚାର କଭର କରିବାକୁ ଆସିଥିବା ‘ଇଣ୍ଡିଆ ଟୁଡେ’ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ । ମଧ୍ୟାହ୍ନ ଭୋଜନରେ ଖାଇଥିଲେ ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ । କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ, ବଡି ଚୁରା, ଭେଣ୍ଡି ଭଜା, ଆଳୁ ଭରତା ଆଉ ଦହିର ମଜ୍ଜା ନେଇଥିଲେ ଦୁଇ ଜଣ । ସମ୍ପୂର୍ଣ ନିରାମିଷ ଖାଦ୍ୟ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ପାଣ୍ଡିଆନଙ୍କର ଖୁବ ପସନ୍ଦ । ଆମ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ବହୁତ ପ୍ରିୟ ପଖାଳ । ପଖାଳର ଉପକାରିତା ଓ ପ୍ରସ୍ତୁତି ବିଷୟରେ ରାହୁଲଙ୍କୁ ବୁଝାଇବା ସହ ଓଡ଼ିଆଙ୍କ ଏହି ସାଧାରଣ ତଥା ହିତାକାରୀ ଖାଦ୍ୟ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ଅତିଥି ମାନଙ୍କୁ ପରଷିଥାନ୍ତି ସେ ବିଷୟରେ ପାଣ୍ଡିଆନ ଖାଇବାବେଳେ କହିଥିଲେ । ଉଭୟ ରାସ୍ତା କଡ଼ ଜଙ୍ଗଲରେ ପାଖଳ ଖାଇବା ସହ ବେଶ କିଛି ସମୟ ନିର୍ବାଚନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ । ଏଥି ସହିତ ଦିନେ ଭୋକର ଭୂଗୋଳ ଭାବେ ଦେଶରେ ପରିଚୟ ପାଉଥିବା କଳାହାଣ୍ଡି କେମିତି ଆଜି ସାରା ଦେଶ ପାଇଁ ଭାତ ହାଣ୍ଡି ହୋଇପାରିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେମିତି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିଛନ୍ତି ତାହା ରାହୁଲ କନୱାଲଙ୍କୁ କହିଥିଲେ କାର୍ତ୍ତିକ ପାଣ୍ଡିଆନ ।

5T Secretary Shri VK Pandianpandian and journalist rahul kanwal rel ishes pakhalapandian rel ishes pakhalasenior bjd leader kartik pandian
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami