ଲୁଣ,ମାନବକୁ ବୁ୍ଦ୍ଧିମାନ କରିଥିଲା । ମାନବ ଲୁଣର ବ୍ୟବହାର ଜାଣିବା ସହିତ ଲୁଣକୁ ନେଇ ଆରମ୍ଭ ହୋଇଥିବା ବ୍ୟବସାୟ ବାଣିଜ୍ୟ । କେବଳ ମାନବ ନୁହେଁ ଜୀବଜଗତ ମଧ୍ୟ ଲୁଣ ଆବଶ୍ୟକକ କରନ୍ତି । ସେଇଥିପାଇଁ ଜୀବଜଗତ ମଧ୍ୟରେ ଲୁଣ ଥିବା ଅଂଚଳକୁ ମାଇଗ୍ରେସନ ବା ପ୍ରବାସ ହୋଇଥାଏ । ଲୁଣ ପାଇଁ ବିଦ୍ରୋହ ଓ ବିପ୍ଲବ ଢେର ପୁରୁଣା । ଗାନ୍ଧୀଙ୍କ ଲବଣ ସତ୍ୟଗ୍ରହ ଯାହାର ବଡ଼ ଉଦାହରଣ । ତେବେ ଅଧିକ ଲୁଣ ବି ମାରାତ୍ମକ ହୋଇପାରେ । ଭାରତୀୟଙ୍କ ଅଧିକ ଲୁଣ ପ୍ରେମ ସେମାନଙ୍କୁ ରୋଗୀଣା କରୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହୁଛି । ବିଶ୍ବସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଭାରତୀୟଙ୍କୁ ଏହି ଲୁଣ ପ୍ରେମ ମହଙ୍ଗା ପଡ଼ିପାରେ ।
ସଠିକ ମାତ୍ରାରେ ଲୁଣର ବ୍ୟବହାର ଖାଦ୍ୟକୁ ସୁଆଦିଆ କରିଦିଏ । ଦକ୍ଷିଣ ଭାରତୀୟ ମାନେ ଅଧିକ ରାଗ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି ଯେଉଁଥିରେ ଲୁଣର ମାତ୍ରା ଅତ୍ୟ।ଧିକ ହୋଇଥାଏ । ହେଲେ ଆପଣ ଜାଣନ୍ତି କି ଏହା ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ ? ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ୫ ଗ୍ରାମ ଲୁଣ ସେବନ କରିବା ଉଚିତ୍ । WHO ଅନୁସାରେ ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ସେବନ କରିବା ଉଚିତ ନୁହେଁ । ICMR ର ଏକ ଗବେଷଣାରେ ପ୍ରମାଣିତ ହୋଇଛି ଯେ ପ୍ରତି ଭାରତୀୟ ପ୍ରତିଦିନ ୮ ଗ୍ରାମ ଲୁଣ ସେବନ କରିବା ଉଚିତ୍ ଯାହାକି WHO ଦ୍ବାରା ପରାମର୍ଶ ଦିଆଯାଇଥିବା ଲୁଣ ମାତ୍ରା ଠୁ ୩ ପ୍ରତିଶତ ଅଧିକ ।
ନେଚର ଜର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ପୁରୁଷ ମାନେ ୮.୯ ଗ୍ରାମ ଓ ତମ୍ବାକୁ ଖାଉଥିବା ବ୍ୟକ୍ତି ୮.୩ ଗ୍ରାମରୁ ଅଧିକ ଲୁଣ ସେବନ କରିଥାନ୍ତି । ସେହିପରି ମୋଟା ବ୍ୟକ୍ତି ପ୍ରତିଦିନ ୯.୨ ଗ୍ରାମ ଲୁଣ ଖାଉଥିବା ବେଳେ ଉଚ୍ଚ ରକ୍ତଚାପ ବ୍ୟକ୍ତି ୮.୫ ଗ୍ରାମ ଲୁଣ ଖାଇଥାନ୍ତି । ରିପୋର୍ଟ ଅନୁସାରେ ଯଦି ନିୟମିତ ରୁପେ ୫ ଗ୍ରାମରୁ କମ ଲୁଣ ସେବନ କରନ୍ତି ତେବେ ଉଚ୍ଚ ରକ୍ତଚାପ ଆଶଙ୍କା ୨୫ ପ୍ରତିଶତ ପର୍ଯ୍ୟନ୍ତ କମ ହୋଇଥାଏ ।
ଅଧିକ ଲୁଣ ଖାଉଛନ୍ତି କି ?
ଏହା ଆପଣଙ୍କ ହାର୍ଟ ପାଇଁ ମାରାତ୍ମକ ହୋଇଥାଏ । ଯାହାକି ହୃଦରୋଗ ଆଶଙ୍କାକୁ ବଢାଇ ଦେଇଥାଏ ।
ଅଧିକ ଲୁଣ ଷ୍ଟ୍ରୋକ ବିପଦକୁ ବି ବଢାଇ ଦିଏ । ଯଦି ଆପଣ ଜଙ୍କ ଫୁଡ୍ ଅଧିକ ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏହା ହୃଦଘାତ ସମସ୍ୟା ବଢାଇଦିଏ । ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ ରହିଛି ତେବେ ଲୁଣ ଠୁ ଦୂରରେ ରୁହନ୍ତୁ ଆବଶ୍ୟକତା ଠୁ ଅଧିକ ଲୁଣ ସେବନ ତ୍ବଚା ସହ କେଶକୁ ବି କ୍ଷତି ପହଞ୍ଚାଇଥାଏ ।ତ୍ବଚା କୁଣ୍ଡାଇ ହେବା ସହ ଆଲର୍ଜି ସମସ୍ୟା ଦେଖାଦିଏ । ଅତ୍ୟ।ଧିକ ଲୁଣ ହାଡ ଦୁର୍ବଳ କରିବା ସହ ଗଣ୍ଠି ଦରଜର ମୁଖ୍ୟ କାରଣ ହୋଇଥାଏ ।ସେହିପରି ଅଧିକ ମାତ୍ରାରେ ଲୁଣ ଖାଇବା ଯୋଗୁଁ କିଡନୀ ସମସ୍ୟାର କାରଣ ହୋଇଥାଏ । ଅଧିକ ଲୁଣ ଖାଇବା ଯୋଗୁଁ କିଡନୀ ବେକାର ହୋଇଯାଇଥାଏ । ତେଣୁ ଖାଇବାରେ ଆଜିଠାରୁ ଲୁଣ ମାତ୍ର। କମ କରନ୍ତୁ ।