କିମ୍‌ଙ୍କୁ ରୁଷିଆରେ ନିର୍ମିତ ଦାମୀ କାର ଦେଲେ ଉପହାର 

ମସ୍କୋ : ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନଙ୍କୁ ଏକ ଦାମୀ ଉପହାର ଦେଇଛନ୍ତି ରୁଷିଆର ରାଷ୍ଟ୍ରପତି । ଯାହାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ଋଷ ରାଷ୍ଟ୍ରପତି ପୁଟିନ୍ ରୁଷିଆରେ ନିର୍ମିତ କାର ଉପହାର ଦେଇଛନ୍ତି । ମଙ୍ଗଳବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି । ପୁଟିନ କେଉଁ କାର ପଠାଇଛନ୍ତି ଏବଂ ଏହାକୁ ଉତ୍ତର କୋରିଆକୁ କିପରି ନିଆଯାଇଛି ଏହି ଖବର ବିଷୟରେ ସୂଚନା ଦିଆଯାଇନାହିଁ ।

ଉପହାର ବ୍ୟକ୍ତିଗତ ସମ୍ପର୍କକୁ ପ୍ରତିଫଳିତ କରେ

କୋରିଆର କେନ୍ଦ୍ରୀୟ ନ୍ୟୁଜ ଏଜେନ୍ସି କହିଛି କିମ୍‌ଙ୍କ ଭଉଣୀ କିମ ୟୋ ଜୋଙ୍ଗ ଏବଂ ଉତ୍ତର କୋରିଆର ଅନ୍ୟ ଜଣେ ଅଧିକାରୀ ଏହି ଉପହାର ଗ୍ରହଣ କରିଛନ୍ତି । ପୁଟିନଙ୍କୁ ସେମାନଙ୍କ ଭାଇଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି । ଏହି ଖବରରେ କିମ ୟୋ ଜୋଙ୍ଗ କହିଛନ୍ତି ଯେ ଏହି ଉପହାର ନେତାଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କକୁ ପ୍ରତିଫଳିତ କରିଥାଏ । ଗତ ସେପ୍ଟେମ୍ବରରେ ପୁଟିନଙ୍କ ସହ ଶିଖର ସମ୍ମିଳନୀ ପାଇଁ କିମ ରୁଷିଆ ଗସ୍ତ କରିବା ପରେ ଉତ୍ତର କୋରିଆ ଏବଂ ରୁଷିଆ ସେମାନଙ୍କର ସହଯୋଗକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି ।

russian president vladimir putinrussian president-putin gift luxury car to kim
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami