ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲା କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲା କଂଗ୍ରେସ । ଦଳ ପକ୍ଷରୁ ଜାରି ହୋଇଥିବା ଏକ ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣକୁ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରାଯାଇଛି । ଜାନୁଆରୀ ୨୨ ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ କୌଣସି କଂଗ୍ରେସ ନେତା ଅଯୋଧ୍ୟା ଯିବେ ନାହିଁ ବୋଲି କୁହାଯାଇଛି ।

ଅସମ୍ପୂର୍ଣ୍ଣ ମନ୍ଦିର ହେବ ଉଦଘାଟନ

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ଗତ ମାସରେ ରାଜ୍ୟସଭାରେ କଂଗ୍ରେସ ସଭାପତି ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗ, କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କୁ ୨୨ ଜାନୁୟାରୀରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ ମିଳିଛି । ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ଭଗବାନ ରାମଙ୍କୁ ପୂଜା କରନ୍ତି । ଧର୍ମ ଏକ ବ୍ୟକ୍ତିଗତ ବିଷୟ, କିନ୍ତୁ ଆରଏସଏସ / ଭାଜପା ଅଯୋଧ୍ୟାରେ ଥିବା ମନ୍ଦିରକୁ ଦୀର୍ଘ ଦିନ ଧରି ଏକ ରାଜନୈତିକ ପ୍ରକଳ୍ପ କରିଛନ୍ତି । ଭାଜପା ଏବଂ ଆରଏସଏସ ନେତାମାନେ ଅସମ୍ପୂର୍ଣ୍ଣ ମନ୍ଦିରର ଉଦଘାଟନ କେବଳ ନିର୍ବାଚନକୁ ଲକ୍ଷ୍ୟକରି କରାଯାଉଛି । ୨୦୧୯ ସୁପ୍ରିମକୋର୍ଟଙ୍କ ରାୟ ପରେ ଏବଂ ପ୍ରଭୁ ରାମଙ୍କ ସମ୍ମାନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ମଲ୍ଲିକାର୍ଜୁନ ଖାର୍ଗ, ସୋନିଆ ଗାନ୍ଧୀ ଏବଂ ଆଧୀର ରଂଜନ ଚୌଧୁରୀ ଏହି କାର୍ଯ୍ୟକ୍ରମକୁ ଆସିଥିବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

କଂଗ୍ରେସର ନିଷ୍ପତ୍ତିରେ କଡ଼ା ଜବାବ ଦେଲା ବିଜେପି

ଏହି କାର୍ଯ୍ୟକ୍ରମକୁ ଭାଜପା ଏବଂ ଆରଏସଏସର ଏକ କାର୍ଯ୍ୟକ୍ରମ ବୋଲି କହି କଂଗ୍ରେସ ଏହି ନେତାଙ୍କ ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛି । ଏ ସମ୍ପର୍କରେ ଭାଜପା କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି । ଭାଜପା ନେତା ଅନୀଲ ଆଣ୍ଟୋନି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ବିନାଶକାଳେ ବିପରୀତ ବୁଦ୍ଧି! କଂଗ୍ରେସ ଏବେ ଭାରତର ରାଜନୈତିକ, ସାମାଜିକ, ସାଂସ୍କୃତିକ ତଥା ଅର୍ଥନୈତିକ ବାସ୍ତବତା ତଥା ଭାବନାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛି । ଆଜିକାଲି କଂଗ୍ରେସ ନେଇଥିବା ପ୍ରତ୍ୟେକ ନିଷ୍ପତ୍ତି କିଛି ବାମପନ୍ଥୀ ଗ୍ରହଣ କରୁଛନ୍ତି । ଏହା ହେଉଛି ଉଗ୍ରବାଦୀମାନଙ୍କୁ ପ୍ରୋତ୍ସାହିତ କରିବା । ସେହିପରି ଭାଜପା ଏମ୍‌ପି ମନୋଜ ତିୱାରୀ କହିଛନ୍ତି, ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ ଯେଉଁମାନେ ରାମଙ୍କୁ ବିଶ୍ୱାସ କରୁନାହାଁନ୍ତି ସେମାନେ କୌଣସି ବାହାନା କରିପାରିବେ । ଏହା ଟ୍ରଷ୍ଟର ଏକ କାର୍ଯ୍ୟକ୍ରମ । ରାମ ମନ୍ଦିର ଉଦ୍‌ଘାଟନ ପାଇଁ ଟ୍ରଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ମୋଦିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କରାଯିବା ଉଚିତ୍ । ମନ୍ଦିର ଠିକ ସମୟରେ ନିର୍ମାଣ ହେବ ବୋଲି ଆମେ ଜାଣି ନ ଥିଲୁ । ନିର୍ବାଚନକୁ ଦୃଷ୍ଟିରେ ରଖି ଆମେ କୌଣସି କାର୍ଯ୍ୟ କରୁନାହୁଁ । ଆମେ ରାସ୍ତା ନିର୍ମାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରୁଛୁ ।

bjp event congress wont attend ram temple eventram temple ayodhyaram temple event in ayodhya
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami