ପାକିସ୍ତାନ ପିଚ୍ ରେ ଦମ୍ ଦେଖାଇବ ଭାରତ!

ପାକ୍ ରେ ଭାରତ ଖେଳିବ ୨୦୨୩ ଏସିଆ କପ୍ !

ଭିଓ () ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି ବିସିସିଆଇ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ। ଏଥିରେ ଭାଗ ନେବାକୁ ଭାରତ ଯିବ କି ନାହିଁ, ବୋଲି ଦ୍ୱନ୍ଦ୍ୱ ଲାଗିରହିଥିବା ବେଳେ, ଶେଷରେ ରାଜି ହୋଇଛି ବିସିସିଆଇ ଏସିଆ କପରେ ଭାଗ ନେବାକୁ ବିସିସିଆଇ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି। ଗୋଟିଏ ପଟେ ଖେଳ ଆଉ ଗୋଟିଏ ପଟେ ସଂମ୍ମାନ l ୨୦୨୩ରେ ପାକିସ୍ତାନ ୫୦ ଓଭର ବିଶିଷ୍ଟ ଏସିଆ କପର ଆୟୋଜନ କରିବ। ଏହାପରେ ଭାରତରେ ଦିନିକିଆ ବିଶ୍ୱକପ ହେବ। ତେଣୁ ଏଥିରେ ଭାଗ ନେବାକୁ ପାକିସ୍ତାନ ମଧ୍ୟ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି । ଏବେ ଜାଣିବା କିଛି ବିଗତଦିନର କଥା….ଭାରତ ଓ ପାକିସ୍ତାନ ୨୦୧୨-୧୩ ପରଠାରୁ ଆଉ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳି ନାହାନ୍ତି। ୨୦୧୨-୧୩ରେ ପାକିସ୍ତାନ ଶେଷଥର ପାଇଁ ଭାରତ ଗସ୍ତରେ ଆସି ୩ଟି ଟି-୨୦ ଓ ସମାନ ସଂଖ୍ୟକ ଦିନିକିଆ ସିରିଜ ଖେଳିଥିଲା। ସେବେଠାରୁ ଉଭୟ ଦଳ କେବଳ ଏସିଆ କପ ଓ ବିଶ୍ୱସ୍ତରୀୟ ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି। ଆଉ ସେହି ସମୟରେ ହିଁ ସମସ୍ତଙ୍କ ମନରେ ଥାଏ ଉତ୍କଣ୍ଠା l ଭାରତ ଶେଷଥର ପାଇଁ ୨୦୦୫-୦୬ରେ ପାକିସ୍ତାନ ଟୁରରେ ଯାଇଥିଲା। ରାହୁଲ ଡ୍ରାଭିଡ ସେତେବେଳେ ଅଧିନାୟକ ଥିଲେ। ଏହି ଟୁରରେ ଭାରତ ୩ଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ୍ ପାକିସ୍ତାନ ମାଟିରେ ଖେଳିଥିଲା। ଆଉ ଏବେ ଅନେକ ବର୍ଷ ପରେ ଶତ୍ରୁଦେଶକୁ ଯିବାକୁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ l ଶେଷରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲିଥିବାରୁ ଟିମ ଇଣ୍ଡିଆ ପାକିସ୍ତାନକୁ ଯିବ କି ନାହିଁ, ତା’ର ଚୂଡ଼ାନ୍ତି ନିଷ୍ପତ୍ତି ଭାରତ ସରକାର ନେବେ। ଭାରତ ସରକାର ଅନୁମତି ଦେବା ପରେ ହିଁ ବିସିସିଆଇ ଏସିଆ କପ ପାଇଁ ଭାରତୀୟ ଖେଳାଳିଙ୍କୁ ପାକିସ୍ତାନ ପଠାଇବ। ସେପଟେ ବଡ଼କଥା ହେଉଛି ଅକ୍ଟୋବର ୧୮ରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ସବୁ ରାଜ୍ୟର କ୍ରିକେଟ ଆସୋସିଏନକୁ ଚିଠି ଲେଖାଯାଇଛି। ଏହି ବୈଠକରେ ପାକିସ୍ତାନ ଗସ୍ତ ସମ୍ପର୍କରେ ବିସିସିଆଇ କର୍ତ୍ତୃପକ୍ଷ,ରାଜ୍ୟ ଆସୋସିଏସନଗୁଡ଼ିକ ସହ ମଧ୍ୟ ଆଲୋଚନା କରିବ। ସମସ୍ତଙ୍କ ମତାମତ ପରେ ବିସିସିଆଇ ଭାରତ ସରକାରଙ୍କ ପାଖକୁ ଅନୁମତି ପାଇଁ ପ୍ରସ୍ତାବ ପଠାଇବ ବୋଲି ଜଣାପଡିଛି ।

asia cup 2023 india vs pakistanasia cup 2023 pakistan indiabcci new updateindia tour of pakistan 2023india tour of pakistan cricketindia versus pakistan asia cup 2023india vs pakistan asia cup 2023 statusindian team travel to pakistanrohit sharma team india captain
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami