ବେଲ୍ ମିଳିବାରୁ ଜେଲରେ କରିଥିଲେ ନାଗିନ୍ ଡ଼୍ୟାନ୍ସ

ମୁମ୍ବାଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ କେନ୍ଦ୍ର କରି ପୋଲିସ ରିୟାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା । ନିକଟରେ ରିୟା ନିଜ ଜୀବନର ସବୁଠାରୁ କଷ୍ଟ ଓ ଯନ୍ତ୍ରଣାଦାୟକ ମୁହୂର୍ତ୍ତକୁ ମନେ ପକାଇ ନିଜର ଅନୁଭବ କିପରି ଥିଲା ତାହାକୁ ସେ ଲୋକଙ୍କ ସହିତ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

କଏଦୀଙ୍କ କଥା ରଖିଥିଲେ ରିୟା

ରିୟା କହିଛନ୍ତି ଯେ, ଜେଲ ଏମିତି ଏକ ସ୍ଥାନ ଯେଉଁଠି ସୋସାଇଟି ଆପଣଙ୍କୁ ଗ୍ରହଣ କରିବାକୁ ମନା କରିଦେଲେ ସେଠାରେ ହିଁ ରହିବାକୁ ବାଧ୍ୟ ହେବେ । ମୁଁ ଜେଲରେ ରହିବା ସମୟରେ ସେଠାରେ ମୋର ବିଭିନ୍ନ ପ୍ରକାର କଏଦୀଙ୍କୁ ଭେଟିଥିଲି । ମୋ ଭଳି ସେଠାରେ ଏମିତି ଅନେକ ମହିଳା କଏଦୀ ଥିଲେ ଯେଉଁମାନେ ବିନା ଦୋଷରେ ବି ଜେଲଦଣ୍ଡ ଭୋଗୁଥିଲେ । ସେମାନଙ୍କ ସହିତ ମୋତେ ମିଶିକି ରହିବାକୁ ପଡ଼ିଥିଲା । ଧୀରେଧୀରେ ସେହି କଏଦୀମାନଙ୍କ ସହ ମୋର ବନ୍ଧୁତା ବି ହୋଇଯାଇଥିଲା । ମୋତେ ବେଲ୍ ମିଳିବା ପରେ ମୁଁ ଜେଲ ଚଟାଣରେ ନାଗିନ୍ ଡ଼୍ୟାନ୍ସ କରିବି ବୋଲି କଥା ଆଳରେ ଅନ୍ୟ କଏଦୀଙ୍କୁ କହିଥିଲି । ଆଉ ବେଲ ମିଳିବା ପରେ ଦେଇଥିବା କଥା ରଖି ଜେଲ ଚଟାଣରେ କଏଦୀମାନଙ୍କ ସହ ମିଶି ନାଗୀନ ଡ୍ୟାନ୍ସ କରିଥିଲି । ଜେଲରେ କଷ୍ଟ ଓ ଯନ୍ତ୍ରଣାଦାୟକ ମୁହୂର୍ତ୍ତକୁ ମନେ ପକାଇ ଏପରି କିଛି କହିଛନ୍ତି ବଲିଉଡ଼ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ।

bollywood actressbollywood actress rhea chakrabortyrhea chakraborty shares her jail experience
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami