ସିଲିଗୁଡିରେ ରାହୁଲଙ୍କ ରାଲିକୁ ମିଳିଲାନି ଅନୁମତି

ସିଲିଗୁଡି: ପଶ୍ଚିମବଙ୍ଗ ସିଲିଗୁଡିରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉ ନାହାନ୍ତି । ଏନେଇ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଅଭିଯୋଗ ଆଣିିଛନ୍ତି ।ସେ କହିଛନ୍ତି, ଯାତ୍ରା ଆରମ୍ଭରୁ ଏହା ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଲାଣି । ପଶ୍ଚିମବଙ୍ଗରେ ଆମେ ସିଲିଗୁଡିଗୁଡିରେ ଏକ ଜନସଭା କରିବା ପାଇଁ ଅନୁମତି ମାଗିଥିଲୁ ହେଲେ ସେଠାରେ ଥିବା ସ୍କୁଲରେ ପରୀକ୍ଷା ଚାଲୁଥିବାରୁ ଆମକୁ ମନା କରାଯାଇଥିଲା ।ଏହାପରେ ଗୁରୁବାର ରାତିରେ ଆମେ ପୁଣି ସଭା ପାଇଁ ଅନୁମତି ମାଗିଥିଲୁ ହେଲେ ପ୍ରଶାସନ ଏଥିପାଇଁ ଅନୁମତି ଦେଇ ନ ଥିଲେ ।

ପ୍ରଶାସନ ନେବେ ନିଷ୍ପତ୍ତି

ଏନେଇ ଟିଏମସି ଏମପି ସାନ୍ତୁନୁ ସେନ୍ କହିଛନ୍ତି, ଅଧିର ରଞ୍ଜନଙ୍କ ଯୋଗୁ ପଶ୍ଚିମବଙ୍ଗରେ ଇଣ୍ଡିଆ ମେଣ୍ଟ ଭାଙ୍ଗିଯାଇଛି । ଦ୍ୱିତୀୟରେ ସବୁ ରାଜନୈତିକ ପାର୍ଟି ରାଜ୍ୟରେ କାର୍ଯ୍ୟକ୍ରମ କରୁଛନ୍ତି ଆଉ କେହି ବି କାହାର ବି କୌଣସି ଅସୁବିଧାର ସମ୍ମୁଖୀନ ହେଉନାହିଁ । ସିରୁଗୁଡିର ସ୍କୁଲରେ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ଆମେ ଅନୁମତି ଦେଇପାରୁନାହୁଁ । କିନ୍ତୁ ପ୍ରଶାସନ ଏନେଇ ନିଷ୍ପତ୍ତି ନେବେ ।

ଆସନ ବୁଝାମଣାକୁ ନେଇ ଲାଗିଛି ଛକାପଞ୍ଝା

୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଗଢି ଉଠିଥିଲା ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆ । ହେଲେ ଆସନ ବୁଝାମଣାକୁ ନେଇ ଛକାପଞ୍ଝା ଲାଗିବା ପରେ ଦେଶର ସବୁଠାରୁ ପୁରୁଣା ଜାତୀୟ ଦଳ କଂଗ୍ରେସ ଏବେ ବଡ ବିପର୍ଯ୍ୟୟର ସାମ୍ନା କରୁଛି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ(ଟିଏମସି) ମୁଖିଆ ମମତା ବାନାର୍ଜୀ ପରେ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକାକୀ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି ।

congerss leader rahul gandhiRahul's rally in Sirugudi was not allowed
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami