ଜାନୁଆରିରେ ସୁନ୍ଦରଗଡ଼ ଆସିବେ ଖଡ଼ଗେ, ରାହୁଲ, ପ୍ରିୟଙ୍କା

ସୁନ୍ଦରଗଡ଼: ଆସନ୍ତା ଜାନୁଆରି ମାସରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ସୁନ୍ଦରଗଡ଼ ଆସିବେ । ସୁନ୍ଦରଗଡ଼ ଗସ୍ତରେ ଆସିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ନିକଟରେ ନୂଆଦିଲ୍ଲୀରେ ଓଡ଼ିଶା କଂଗ୍ରେସ ସହ ଏଆଇସିସିର ବୈଠକ ହୋଇଥିଲା । ଆଲୋଚନା ସମୟରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ସୋନିଆ ଗାନ୍ଧି ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଜାନୁଆରିରେ ଓଡ଼ିଶା ଗସ୍ତରେ ଆସିବାକୁ ପିସିସି କର୍ମକର୍ତ୍ତା ଓ ବିଧାୟକମାନେ ଅନୁରୋଧ କରିଥିଲେ ।

ସୁନ୍ଦରଗଡରେ କଗ୍ରେସର ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ

ଏହାକୁ ଏଆଇସିସି ଗ୍ରହଣ କରି ଓଡ଼ିଶାର କାର୍ଯ୍ୟକ୍ରମ ସୁନ୍ଦରଗଡ଼ରେ ଆୟୋଜନ କରିବାକୁ ଦଳ ଇଚ୍ଛା ପ୍ରକାଶ କରିଥିବା ପିସିସି ସଭାପତି ସୂଚନା ଦେଇଛନ୍ତି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଏକଦା କଂଗ୍ରେସର ଗଡ଼ ଥିଲା । ତେଣୁ ପୁଣି ଥରେ ପୂର୍ବସ୍ଥିତି ଫେରାଇ ଆଣିବାକୁ ଏଆଇସିସି ସୁନ୍ଦରଗଡ଼ ସହ ପଶ୍ଚିମ ଓଡ଼ିଶାକୁ ଫୋକସ କରିବାକୁ ଚାହୁଁଥିବା ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟ ପ୍ରଭାରୀ ଭାବେ ପଡ଼ୋଶୀ ଝାଡ଼ଖଣ୍ଡର ଜଣେ ପୂର୍ବତନ ଆଇପିଏସ ଅଧିକାରୀ ତଥା ଜାମସେଦପୁରର ପୂର୍ବତନ ସାଂସଦ ଡ. ଅଜୟ କୁମାରଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ କହିଥିଲେ ।

rahul and priyanka congressrahul priyanka will come sundargarha in january
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami