ଆମେଥିରୁ ସ୍ମୃତି ଇରାନୀଙ୍କୁ ଚ୍ୟାଲେଞ୍ଜ୍ କରିବେ ରାହୁଲ !

ଅମେଥୀ: ପୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ହେବେ ମୁହାଁମୁହିଁ । ଏହାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି । ଏଥର ଅମେଥୀରୁ ପୁଣି ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ । ଶୁଣିବାକୁ ମିଳୁଛି ଯେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଆସନ୍ତାକାଲି ୱାଇନାଡ ଭୋଟିଂ ପରେ ରାହୁଲଙ୍କ ନାଁ ଅମେଥୀରୁ ଘୋଷଣା ହୋଇପାରେ ।

ସ୍ମୃତିଙ୍କ ବିରୁଦ୍ଧରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ରାହୁଲ

ଆଗାମୀ ସପ୍ତାହରେ ଅମେଥୀରେ ନାମାଙ୍କନ ଦାଖଲ କରିପାରନ୍ତି ରାହୁଲ । ଅମେଥୀରୁ ରାହୁଲଙ୍କ ନାଁରେ ପାର୍ଟି କମାଣ୍ଡ ମୋହର ମାରିବା ପୂର୍ବରୁ କଂଗ୍ରେସ ଏଠାରେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଶୁଣିବାକୁ ମିଳୁଛି ଯେ ୱାଇନାଡରୁ ଭାଗ୍ୟ ପରୀକ୍ଷା ପରେ ଅମେଥୀରୁ ରାହୁଲଙ୍କ ନାଁ ଘୋଷଣା ହୋଇପାରେ । ଏଠାରେ ବିଜେପିରୁ ସ୍ମୃତି ଇରାନୀ ଲଢିବେ । ଏଥର ପୁଣିଥରେ ସ୍ମୃତି ଇରାନୀଙ୍କ ବିରୁଦ୍ଧରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ରାହୁଲ । ପ୍ରକୃତରେ କଂଗ୍ରେସର ଏକ ସର୍ଭେ ରିପୋର୍ଟ କହୁଛି ଯେ ଅମେଥୀରୁ ରାହୁଲ ପ୍ରତିଦ୍ୱନ୍ଦିତା କଲେ ଜିତିବାର ଅନେକ ସୁଯୋଗ ରହିଛି ।

rahul gandhi may contest from amethiRahul will challenge Amethiru Smriti Irani!
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami