ଆସନ୍ତା ୧୪ରୁ ମଣିପୁରରୁ ଆରମ୍ଭ ହେବ ‘ଭାରତ ନ୍ୟାୟ ଯାତ୍ରା’

ନୂଆଦିଲ୍ଲୀ : ପୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରମ୍ଭ କରିବେ ପଦଯାତ୍ରା । ଆସନ୍ତା ୧୪ରୁ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବେ । ଲୋକଙ୍କୁ ସାମାଜିକ ତଥା ଅର୍ଥନୈତିକ ନ୍ୟାୟ ଦେବା ପାଇଁ ‘ଭାରତ ନ୍ୟାୟ ଯାତ୍ରା’ କରାଯାଉଛି । ଏହି ଯାତ୍ରା ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ । ଯାତ୍ରାରେ ମୋଟ ୬୨୦୦ କିଲୋମିଟର ଅତିକ୍ରମ କରିବେ । ଅଧିକାଂଶ ଯାତ୍ରା ବସ୍ ଏବଂ କେତେକ ସ୍ଥାନରେ ପଦଯାତ୍ରା ମଧ୍ୟ କରାଯିବ । ଏହି ଯାତ୍ରାରେ ରାହୁଲ ଗାନ୍ଧୀ ଯୁବକ, ମହିଳା ଏବଂ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବେ ।

କଂଗ୍ରେସ ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖଡଗେ ଯାତ୍ରାକୁ କରିବେ ଶୁଭାରମ୍ଭ

ଗତ ବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରା କରିବା ପରେ ବର୍ତ୍ତମାନ ରାହୁଲ ଏହି ନୂଆ ଯାତ୍ରା କରିବାକୁ ଯାଉଛନ୍ତି । ଭାରତ ଯୋଡୋ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କଶ୍ମୀରରେ ଶେଷ ହୋଇଥିଲା । ରାହୁଲ ଏହି ଯାତ୍ରାରେ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ କରିଥିଲେ । ଏଥି ସହିତ ‘ଭାରତ ନ୍ୟାୟ ଯାତ୍ରା’ ମଣିପୁରରୁ ଆରମ୍ଭ କରି ମୁମ୍ବାଇରେ ଶେଷ କରିବ । ଜାନୁୟାରୀ ୧୪ରୁ ଆରମ୍ଭ ହେବାକୁ ଥିବା ‘ଭାରତ ଯୋଡ ଯାତ୍ରା’ର ଦ୍ୱିତୀୟ ସଂସ୍କରଣ ଭାବରେ ‘ଭାରତ ନ୍ୟାୟ ଯାତ୍ରା’କୁ ବର୍ଣ୍ଣନା କରାଯାଇଛି । କଂଗ୍ରେସ ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖଡଗେ ଜାନୁଆରୀ ୧୪ରେ ମଣିପୁରରେ ‘ଭାରତ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ କରିବେ । ଏହି ଯାତ୍ରା ୨୦ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ । ଭାରତ ନ୍ୟାୟ ଯାତ୍ରା ୧୪ ଟି ରାଜ୍ୟର ୮୫ ଟି ଜିଲ୍ଲା ଦେଇ ଯିବ । ସେହି ରାଜ୍ୟଗୁଡ଼ିକ ହେଉଛି ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ର ।

bharat nyay yatracongerss leader rahul gandhirahul gandhi manipur tomumbai bharat nyay yatra
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami