କର୍ମଚାରୀଙ୍କୁ କୁକୁର ଖିଆ ବିସ୍କୁଟ୍ ଦେଉଛନ୍ତି ରାହୁଲ, ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଳୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ କର୍ମଚାରୀଙ୍କୁ ଖାଇବା ପାଇଁ କୁକୁର ଖିଆ ବିସ୍କୁଟ୍ ଦିଅନ୍ତି । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା । କର୍ମଚାରୀଙ୍କୁ କୁକୁର ଖିଆ ବିସ୍କୁଟ ଦେଉଥିବାର ଏକ ଭିଡ଼ିଓ ବି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ଭାଇରାଲ୍ ହୋଇଥିବା ଭିଡିଓ ପ୍ରସଂଗରେ ରାହୁଲଙ୍କୁ ଆକ୍ରମଣ କରିଛନ୍ତି ହିମନ୍ତ ।

ରାହୁଲଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ କରିଛି ଝଡ଼

ଭାରତ ଯୋଡୋ ନ୍ୟାୟ ଯାତ୍ରାର ଏହି ଭିଡିଓ ଏକ୍ସରେ ପୋଷ୍ଟ୍ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଏବେ ବିଭିନ୍ନ ଲୋକ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ରାହୁଲ ଭାରତଯୋଡ଼ୋ ନ୍ୟାୟ ଯାତ୍ରାରେ ଯାଉଛନ୍ତି । ଏହି ସମୟରେ ସେ ଏକ କୁକୁରକୁ ବିସ୍କୁଟ୍ ଖୁଆଉଛନ୍ତି । ହେଲେ କୁକୁରଟି ଯେତେବେଳେ ବିସ୍କୁଟ୍ ଖାଉନାହିଁ ତ ସେହି ବିସ୍କୁଟ୍‌କୁ ରାହୁଲ ସେଠାରେ ଛିଡ଼ା ହୋଇଥିବା ଜଣେ ସମର୍ଥକଙ୍କୁ ଦେଉଛନ୍ତି । ରାହୁଲଙ୍କ ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି । ସେ ତାଙ୍କ ଦଳୀୟ କର୍ମୀମାନଙ୍କୁ କୁକୁର ପରି ବ୍ୟବହାର କରନ୍ତି ବୋଲି ସୋସିଆଲ୍ ମିଡିଆ ବ୍ୟବହାରକାରୀ ମତ ରଖଛନ୍ତି ।

ରାହୁଲ କୁକୁର ଖିଆ ବିସ୍କୁଟ ଦେବାରୁ କଂଗ୍ରେସ ଛାଡ଼ିଥିଲି

ଏ ନେଇ ଏବେ ନିଜର ମତ ରଖିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ରାହୁଲ ତାଙ୍କ ସମର୍ଥକଙ୍କ ପ୍ରତି ଠିକ୍ ବ୍ୟବହାର କରୁନାହାନ୍ତି ବୋଲି ବିଜେପି ଅଭିଯୋଗ ଆଣିଥିବା ବେଳେ ବିଶ୍ୱ ଶର୍ମା କହିଛନ୍ତି, କେବଳ ରାହୁଲ ଗାନ୍ଧୀ କ’ଣ; ତାଙ୍କ ପୂରା ପରିବାର ମୋତେ ସେ ବିସ୍କୁଟ୍ ଖୁଆଇ ପାରିବେ ନାହିଁ । ମୁଁ ଜଣେ ଗର୍ବିତ ଆସାମୀ ଏବଂ ଭାରତୀୟ । ମୁଁ ଖାଇବାକୁ ମନା କଲି ଓ କଂଗ୍ରେସରୁ ଇସ୍ତଫା ଦେଲି । କଂଗ୍ରେସରୁ ବିଦାୟ ନେବାର ଅନ୍ୟତମ କାରଣ ବୋଲି ସେ ଦର୍ଶାଇଛନ୍ତି । ସେ ପୂର୍ବରୁ ଅନେକ ସାକ୍ଷାତ୍‌କାରରେ କହିଛନ୍ତି ଯେ ରାହୁଲ ତାଙ୍କ କୁକୁରକୁ ଖାଇବାକୁ ଦେଉଥିବା ପ୍ଲେଟ୍‌ରେ ମୋତେ ବିସ୍କୁଟ୍ ଖାଇବାକୁ ଦେଇଥିବାରୁ ମୁଁ ଖାଇନଥିଲି ଓ କଂଗ୍ରେସ ଛାଡ଼ିଥିଲି ।

Bjp claims rahul Gandhi gave dogs biscuit to workercongerss leader rahul gandhicongress mp rahul gandhi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami