ଏମ୍‌ପିଙ୍କ ନିଲମ୍ବନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ସୋମବାର ଉତ୍ତେଜନା ଯୋଗୁ ଗୃହକାର୍ଯ୍ୟ ଚାଲିପାରିନାହିଁ । ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀଦଳ ସଦସ୍ୟମାନେ ସଂସଦର ସୁରକ୍ଷା ଅଭାବ ମାମଲାକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ବିବୃତ୍ତି ଦାବି କରିଥିଲେ । ଗୃହରେ ବିଶୃଙ୍ଖଳା କରୁଥିବା ଅଭିଯୋଗରେ ଲୋକ ସଭା ଓ ରାଜ୍ୟ ସଭାର ମୋଟ ୯୨ ଏମ୍‌ପିଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି । ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ଉପରେ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଭାରତୀୟ ଗଣତନ୍ତ୍ର ଉପରେ ସବୁଠାରୁ ଲଜ୍ଜାଜନକ ଆକ୍ରମଣ

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ସଂସଦର ସୁରକ୍ଷାରେ ବିପଜ୍ଜନକ ତ୍ରୁଟି ହୋଇଛି । ଏହି ଅବହେଳାର ଉତ୍ତର ମାଗୁଥିବା ୯୨ ବିରୋଧୀ ଏମ୍‌ପିଙ୍କୁ ଏକଛତ୍ରବାଦୀ ସରକାର ନିଲମ୍ବିତ କରିଛନ୍ତି । ସଂସଦର ସୁରକ୍ଷା ସୁନିଶ୍ଚିତ କରିପାରି ନ ଥିବା ସରକାର ଗଣତନ୍ତ୍ରକୁ କ୍ଷୁର୍ଣ୍ଣ କରିଛନ୍ତି । ଏକ ପ୍ରକାରେ ସମସ୍ତ ବିରୋଧୀଙ୍କୁ ସଂସଦରୁ ବାହାର କରିଦିଆଯାଇଛି । ଭାରତୀୟ ଗଣତନ୍ତ୍ର ଉପରେ ଇତିହାସରେ ଏହା ସବୁଠାରୁ ଲଜ୍ଜାଜନକ ଆକ୍ରମଣ । ଦେଶବାସୀ ଦେଖୁଛନ୍ତି କି ଯେଉଁ ଗଣତନ୍ତ୍ରକୁ ଲକ୍ଷ ଲକ୍ଷ ବଳିଦାନ ଆଧାରରେ ହାସଲ କରାଯାଇଥିଲା, ତାକୁ କିପରି କ୍ଷୁର୍ଣ୍ଣ କରାଯାଉଛି ।

congress priyanka gandhipriyanka gandhipriyanka gandhi says dictatorial government suspended 92 opposition mps
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami