ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ହଟହଟା ହେଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ

ବ୍ରହ୍ମପୁର: ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ହଟହଟା ହୋଇଥିଲେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କୁ ଭାଷଣ ଦେବାକୁ ଦେଲେନି ରାଜ୍ୟ ସଭାପତି ମନମୋହନ ସାମଲ । ଉଦବୋଧନ ଦେବାବେଳେ ପ୍ରଦୀପଙ୍କୁ ଅଧାରୁ ଅଟକାଇଦେଲେ ମନମୋହନ । ଏଭଳି ଦୃଶ୍ୟର ଭିଡ଼ିଓ ଏବେ ଭାଇରାଲ ହେଉଛି । ଏଥିସହ ଦଳରେ ପ୍ରଦୀପଙ୍କ ଗ୍ରହଣୀୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ସଭାରେ ପ୍ରଦୀପଙ୍କୁ ଅଣଦେଖା

ସୋମବାର ବ୍ରହ୍ମପୁରକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ । ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ବିଜେପିର ବ୍ରହ୍ମପୁର ପ୍ରାର୍ଥୀ । ହେଲେ ଏହି ନିର୍ବାଚନୀ ସଭାରେ ପ୍ରଦୀପଙ୍କୁ ଅଣାଦେଖା କରାଯାଇଛି । ପ୍ରଧାନମନ୍ତ୍ରୀ ସଭାରେ ବସିଥିବାବେଳେ ପ୍ରଦୀପ ଭାଷଣ ଦେବାକୁ ପୋଡିୟମ ନିକଟକୁ ଆସିଥିଲେ । ହେଲେ ହଠାତ ରାଜ୍ୟ ସଭାପତି ମନମୋହନ ସାମଲ ଆସି ତାଙ୍କୁ ଭାଷଣ ଦେବାକୁ ମନା କରିଥିଲେ । ଫଳରେ ପ୍ରଦୀପ ଭାଷଣ ନ ଦେଇ ଫେରିଯାଇଥିଲେ । ଯାହାଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରଚାର କରିବାକୁ ଆସିଥିଲେ ସିଏ ଭାଷଣ ନଦେବା ଦଳରେ ତାଙ୍କର ମୂଲ୍ୟ ନ ଥିବା ସହ ସମାନ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି ।

Ignored Pradeep in the Prime Minister's meetingpradeep panigrahi bjp candidatepradeep panigrahi viral video
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami