ଖସିପଡ଼ିଲା ବିମାନ; ୧୨ ମୃତ

ବ୍ରାଜିଲିଆ: ରବିବାର ସକାଳେ ବ୍ରାଜିଲ୍‌ର ଆମାଜନ୍ ଅଞ୍ଚଳରେ ଏକ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ପେରୁ ଓ ବୋଲିଭିଆ ସୀମାକୁ ଲାଗିଥିବା ବ୍ରାଜିଲ୍‌ର ମଫସଲ ଅଞ୍ଚଳରେ ବିମାଟି ତଳକୁ ଖସି ପଡ଼ିିବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ବିମାନରେ ଲାଗିଥିବା ନିଆଁ ଗଛଗୁଡ଼ିକୁ ବ୍ୟାପିଯାଇଥିଲା । ମୃତ ବିମାନଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଖପାଖ ଆମାଜନ୍ ପ୍ରଦେଶର । ଆହତମାନେ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଖସି ପଡ଼ିବା ପରେ ବିମାନରେ ଲାଗିଗଲା ନିଆଁ

ଉତ୍ତରପଶ୍ଚିମାଞ୍ଚଳ ରାଜ୍ୟ ଆକ୍ରି ସରକାର ଜାରି କରିଥିବା ବିବୃତିରେ ଉଲ୍ଲେଖ କରିଛନ୍ତି ଯେ, ଉଡ଼ାଣ କରିବାର ଅଳ୍ପ ସମୟ ମଧ୍ୟରେ ଆକ୍ରି ରାଜ୍ୟର ରାଜଧାନୀ ରିଓ ବ୍ରାଙ୍କୋର ମୁଖ୍ୟ ବିମାନ ବନ୍ଦର ନିକଟରେ ଗୋଟିଏ ଇଞ୍ଜିନ୍‌ବିଶିଷ୍ଟ କସେ୍‌ନା କାରାଭାନ୍ ବିମାନ ତଳକୁ ଖସିପଡ଼ିଥିଲା । ଘଟଣାସ୍ଥଳରେ ୯ଜଣ ପ୍ରାପ୍ତବୟସ୍କ, ଜଣେ କୋଳଛୁଆ ଏବଂ ବିମାନର ପାଇଲଟ୍ ଓ ସହକାରୀ ପାଇଲଟ୍‌ଙ୍କ ସମେତ ୧୨ଜଣଙ୍କର ମୃତ୍ୟୁ ଘଟିଛି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ବିମାନ ଖସିପଡ଼ିବାରୁ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ଆଉ ସେଥିରେ ନିଆଁ ଜଳୁଛି । ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ମଧ୍ୟ ବ୍ରାଜିଲ୍‌ରେ ଗୋଟାଏ ବିମାନ ଦୁର୍ଘଟଣା ଘଟି ୧୪ଜଣଙ୍କର ମୃତ୍ୟୁ ହୋଇଥିଲା । ତୋଫାନ ହେଉଥିବା ବେଳେ ଆମାଜନ୍ ନଗରୀ ବାର୍ସିଲସ୍‌ରେ ଉକ୍ତ ବିମାନଟି ଅବତରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Brazil Newsplane crashplane crash in brazilplane crash in brazil amazons region
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami