ପ୍ରଧାନମନ୍ତ୍ରୀ ମୋଦି ଏମିତି ଖାଲି ପୁଟିନଙ୍କୁ କହିନଥିଲେ ଏହି କଥା, କାରଣ ଥିଲା ନାଟୋ

ନାଟୋ ଦେଶଙ୍କ ଶିଖର ସମ୍ମିଳନୀର ଠିକ୍ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଚ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଫୋନରେ କଥା ହୋଇଛନ୍ତି । ଏହି ବୈଠକରେ ନାଟୋ ଘୋଷଣ କରିଥିଲା ଯେ, ଋଷ ସେମାନଙ୍କ ସାମରିକ ମେଣ୍ଟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ପ୍ରତ୍ଯକ୍ଷ ବିପଦ । ବିଶେଷଜ୍ଞଙ୍କ କହିବା ହେଉଛି ଯେ, ପ୍ରଧାନମନ୍ତ୍ରୀ ମୋଦି,ପୁଟିନଙ୍କ ସହିତ କଥା ହୋଇ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରଙ୍କୁ ଏକ ସନ୍ଦେଶ ଦେଇଛନ୍ତି । ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ପାଶ୍ଚାତ୍ୟ ରାଷ୍ଟ୍ର ଆମେରିକା ନେତୃତ୍ୱରେ ଋଷ ବିରୋଧରେ ପ୍ରତିବନ୍ଧକ ଲଗାଇଲେ ମଧ୍ୟ ଭାରତ-ଋଷ ଅର୍ଥନୈତିକ ସହଯୋଗ ଆଗକୁ ଅଧିକ ବଢିବ ।

ମହତ୍ୱପୂର୍ଣ୍ଣ କଥା ହେଉଛି ଯେ, ଋଷ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପ୍ରତିବନ୍ଧକ ପରେ ଋଷ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଅଧିକ ବୃଦ୍ଧି ପାଇଛି । ସୋଭିଏତ ସଂଘର ପତନ ପରେ ଏଭଳି ହେବ ବୋଲି କେହି କେବେ ମଧ୍ୟ କଳ୍ପନା କରିନଥିଲେ । ଭାରତ ଓ ଋଷ ମଧ୍ୟରେ ଏଭଳି ବାଣିଜ୍ୟକ ସମ୍ପର୍କ କେବେ ପ୍ରତିଷ୍ଠା ହେବ ତାହା ଅନେକଙ୍କ କଳ୍ପନା ବାହାରେ ଥିଲା । ଏହି ବାର୍ତ୍ତାଳପ ସେହି ସମୟରେ ହୋଇଛି ଯେତେବେଳେ ପାଶ୍ଚାତ୍ୟ ରାଷ୍ଚ୍ର ବ୍ରିକ୍ସ ସଂଗଠନ ମଧ୍ୟରେ ମତଭେଦ ସୃଷ୍ଟି ପାଇଁ ନିଜ ଉଦ୍ୟମକୁ ଅଧିକ ଜୋରଦାର କରିଛନ୍ତି । ଋଷଠାରୁ ଭାରତ ତୈଳ କିଣିବା ବନ୍ଦ କରୁ ବୋଲି ପାଶ୍ଚାତ୍ୟ ରାଷ୍ଟ୍ର ଚାହାନ୍ତି । ନୂଆ ଶିତଳ ଯୁଦ୍ଧରେ ଭାରତ ଆମେରିକା ମେଣ୍ଟ ସହ ରହୁ ବୋଲି ସେମାନଙ୍କ ଲକ୍ଷ୍ୟ ।

ୟୁକ୍ରେନ ଯୁଦ୍ଧକୁ ନେଇ ଋଷକୁ ‘ନୁଆଁଇବା’ର ବିଫଳ ପ୍ରୟାସ

ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ଉପରେ ଚାପ ପ୍ରୟୋଗ କରିବା ପାଇଁ ନାଟୋ ସଦସ୍ୟ ରାଷ୍ଟ୍ର ଯେଉଁ ଉଦ୍ୟମ କରୁଥିଲେ ଏବେ ତାହା ସଫଳ ହେଉନଥିବା ଦେଖିବାକୁ ମିଳୁଛି । ବିଶେଷଜ୍ଞଙ୍କ ଅନୁସାରେ ପାଶ୍ଚାତ୍ୟ ରାଷ୍ଟ୍ର ଋଷ ଓ ଚୀନ ମଧ୍ୟରେ ବଢୁଥିବା ସମ୍ପର୍କର ଦ୍ୱାହି ଦେଇ ଭାରତକୁ ଡରାଇବାକୁ ଚାହୁଁଥିଲେ । କିନ୍ତୁ ଭାରତ ଏଥିରେ ବିଚଳିତ ହୋଇନଥିବା ପ୍ରତିତ ହେଉଛି । ଓଲଟା ଋଷ ବିରୋଧରେ ଲାଗୁ ପ୍ରତିବନ୍ଧକୁ ଭାରତ ଅବସର ଭାବେ ନେଇଛି । ଋଷ ସହିତ ନୂଆ ଅର୍ଥନୈତିକ ସମ୍ପର୍କ ପ୍ରତିଷ୍ଠା କରି ଭାରତ ଲାଭବାନ ହେବାକୁ ଚେଷ୍ଟା କରୁଛି ।

ଏହି କାରଣରୁ ଭାରତ ବିନା କୌଣସି ସନ୍ଦେହରେ ଭାରତ ଓ ଆମେରିକା ଉଭୟଙ୍କ ସହିତ ସନ୍ତୁଳିତ ସଂପର୍କ ରକ୍ଷା ପାଇଁ ଉଦ୍ୟମ କରୁଛି । ବ୍ରିକସ ଶିଖର ସମ୍ମିଳନୀରେ ଋଷ ବିରୋଧୀ ବୟାନରେ ଭାରତ ସାମିଲ ହେଉଛି ନା ନାହିଁ ତା’ଉପରେ ସମସ୍ତଙ୍କ ନଜର ଥିଲା । ପ୍ରଧାନମନ୍ତ୍ରୀ ମୋଦି ବ୍ରିକ୍ସରେ ଦେଇଥିବା ଭାଷଣରେ କାହାରିକି ମଧ୍ୟ ନିଶାନାକୁ ନେଇନଥିଲେ । ପୁଟିନ ମଧ୍ୟ କହିଥିଲେ ଯେ, ଜଟିଳ ଆହ୍ୱାନ ମଧ୍ୟରେ ବର୍ତ୍ତମାନର ବିପଦ ଭିତରେ ଆମକୁ ଏକ ସାମୁହିକ ସୁରକ୍ଷାର ଆବଶ୍ୟକତା ରହିଛି । ଚୀନ୍ ରାଷ୍ଟ୍ରପତି ମଧ୍ୟ ବ୍ରିକସ ସଦସ୍ୟଙ୍କୁ ଶିତଳଯୁଦ୍ଧ କାଳୀନ ମାନସିକତାର ଚାପରେ ନଆସିବାକୁ ଆହ୍ୱାନ କରିଥିଲେ ।

ବିଶେଷଜ୍ଞଙ୍କ କହିବା ହେଉଛି ଯେ, ବ୍ରିକ୍ସ ଶିଖର ସମ୍ମିଳନୀରେ ଚୀନ୍ ନିଜ ପ୍ରାଧାନ୍ୟ ବିସ୍ତାର କରିବାର ଉଦ୍ୟମ କରିନଥିଲା । ଋଷ ଏଥିରେ ବିଶେଷ ସ୍ଥାନ ଅଧିକାର କରିପାରିଛି । ଆମେରିକାର ଆଧିପତ୍ୟ ବିରୋଧରେ ବ୍ରିକସର ସୃଷ୍ଟି କିନ୍ତୁ ଏହି ଶିଖର ବୈଠକରେ ଆମେରିକା ବିରୋଧରେ କୌଣସି ବିଦ୍ୱେଶଭାବ ଦେଖିବାକୁ ମିଳିନଥିଲା ।

india prime minister modinarendra modi talk to vladimir putinnarendra modi vladimir putin interviewnato summit 2022nato summit 2022 ukrainepm modi vladimirrussia captured luhanskrussia ukraine war newsrussian president putin
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami