ତେଲ ନାହିଁ,ନ୍ୟାସନାଲ ଡେ’ ପ୍ୟାରେଡରେ ଗଡ଼ିବନି ପାକ୍ ସେନା ଗାଡି଼

ପାକିସ୍ତାନରେ ଆର୍ଥିକ ସଂକଟ ଗମ୍ଭୀର ଥିବା କଥା ସମସ୍ତେ ଜାଣିଛନ୍ତି । ଅଟା,ଗ୍ୟାସ,ଟମାଟୋ ଦର ଆକାଶ ଛୁଆଁ ହୋଇ ଲୋକଙ୍କ ରୋଷେଇ ଘରୁ ଉଭାନ ହୋଇ ଯାଇଛି । ଆର୍ଥିକ ସଂକଟ କାରଣରୁ ଖାଲି ସାଧାରଣ ପାକିସ୍ତାନୀ ନାଗରିକ ହନ୍ତସନ୍ତ ହେଉଛନ୍ତି ତା’ନୁହେଁ ଏହାର ପ୍ରଭାବରେ ପାକିସ୍ତାନୀ ସରକାର ମଧ୍ୟ ଖର୍ଚ୍ଚ କାଟ କରିବାକୁ ବାଧ୍ୟ ହୋଇଛନ୍ତି ଦେଶରେ ପେଟ୍ରୋଲ ରେଟ୍ ତ’ ଆଗରୁ ମହଙ୍ଗା ଥିଲା ଏବେ ଟଙ୍କା ଦେଲେ ମଧ୍ୟ ପେଟ୍ରୋଲ ମିଳୁନିଖୋଦ ସରକାର ଦେଖିଚାହିଁ ପେଟ୍ରୋଲ ପୋଡୁଛନ୍ତି । ଯାହାର ନଗଦ ଉଦାହରଣ ହେଉଛି ଯେ, ଆସନ୍ତା ନ୍ୟାସନାଲ ଡେ’ ପ୍ୟାରେଡରୁ ସେନାର ହତିଆର ବୁହା ଗାଡି଼ ସାମିଲ ହେବେ ନାହିଁ । ଠିକ୍ ପଢିଛନ୍ତି । ପାକିସ୍ତାନୀ ସେନା ପାଖରେ ନିଜ ଗାଡିରେ ତେଲ ଭର୍ତ୍ତି କରିବାକୁ ମଧ୍ୟ ଟଙ୍କା ନାହିଁ । ତେଣୁ ମାର୍ଚ୍ଚ୍ ୨୩ ତାରିଖରେ ହେବାକୁ ଥିବା ନ୍ୟାସନାଲ ଡେ’ ପ୍ୟାରେଡରେ ସେନାର ଗାଡ଼ି ସାମିଲ ହେବେ ନାହିଁ । କେବଳ ଏତିକି ନୁହେଁ ସମାରୋହକୁ କାଣ୍ଟଛାଣ୍ଟ କରି ଏହାକୁ ରାଷ୍ଟ୍ରପତି ଭବନରେ ଆୟୋଜିତ କରାଯିବ ବୋଲି ଶୁଣିବାକୁ ମିଳୁଛି ।

ପାକିସ୍ତାନ ଡେ’ରେ ଛୋଟ ପ୍ୟାରେଡ୍

ପାକିସ୍ତାନୀ ସେନା ପାକ୍ ଡେ’ ଅବସରରେ ଆୟୋଜିତ ହେବାକୁ ଥିବା ଜଏଣ୍ଟ୍ ସର୍ଭିସ ପ୍ୟାରେଡର ଆୟୋଜନ ଇସଲାମାବାଦ ସ୍ଥିତ ରାଷ୍ଟ୍ରପତି ଭବନ ଏବାର-ଏ-ସଦରରେ ଆୟୋଜିତ କରିବ । ଏଥିରେ ସୈନିକ ଅଂଶଗ୍ରହଣ କରିବେ କିନ୍ତୁ କୌଣସି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯିବ ନାହିଁ କମ ସଂଖ୍ୟାରେ ଏୟାର କ୍ରାଫ୍ଟ ଫ୍ଲାଇଁ ପାଷ୍ଟ କରିବେପାକିସ୍ତାନୀ ରାଷ୍ଟ୍ରପତି ଆରିଫ୍ ଅଲଭି ଏଥିରେ ମୁଖ୍ୟ ଅତିଥି ହେବେ । ତେବେ ଉତ୍ସବକୁ ସୀମିତ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଇଛି । କୌଣସି ବିଦେଶୀ ରାଷ୍ଟ୍ର ଅତିଥି ଛାଡନ୍ତୁ ପାକିସ୍ତାନର ବିଭିନ୍ନ ରାଜ୍ୟର ନେତା ଓ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଉତ୍ସବକୁ ନିମନ୍ତ୍ରଣ କରାଯିବ ନାହିଁ

ଗମ୍ଭୀର ହେବାରେ ଲାଗିଛି ପାକିସ୍ତାନର ଆର୍ଥିକ ସଂକଟ

ପାକିସ୍ତାନରେ ଆର୍ଥିକ ସଂକଟ ଗମ୍ଭୀର ହେବାରେ ଲାଗିଛି । ଯାହାର ପ୍ରଭାବ ଲୋକଙ୍କ ଉପରେ ପଡ଼ୁଛି । ଆଗକୁ ଅଧିକ ପଡିବ । କାରଣ ସରକାର ମିନି ବଜେଟ୍ ଆଣି ଟ୍ୟାକ୍ସ ବଢାଇବାକୁ ମନ ସ୍ଥିର କରି ସାରିଛନ୍ତି ରୋଷେଇ ଗ୍ୟାସ ଦର ଏତେ ଅଧିକ ଯେ, ଏହା ସାଧାରଣ ଲୋକଙ୍କ ହାତପାହନ୍ତାରେ ନାହିଁ ଅଟା,ଡାଲି,ଚିନି,ପରିବା ଓ ମାଂସ ଦର ଆକାଶ ଛୁଆଁ ହୋଇ ସାରିଛିବୈଦେଶିକ ମୁଦ୍ରା ଅଭାବ କାରଣରୁ କୌଣସି ସାମଗ୍ରୀ ପାକିସ୍ତାନ ବିଦେଶରୁ ଆମଦାନୀ ମଧ୍ୟ କରିପାରୁନାହିଁ । ଅନ୍ୟପକ୍ଷରେ ପାକିସ୍ତାନର ଶେଷ ଭରସା ଆଇଏମଏଫ୍ ମଧ୍ୟ ଋଣ ଦେବା ପୂର୍ବରୁ ଅଧିକ ବିଚାର କରିବା ଉପରେ ଜୋର ଦେଇଛି । ଆଇଏମଏଫ୍ ଯଦି ମଧ୍ୟ ଋଣ ଦିଏ ତେବେ ଏହା ଟ୍ୟାକ୍ସ ବଢାଇବା ପାଇଁ ଚାପ ପ୍ରୟୋଗ କରିବ । ଏମିତିରେ ପାକିସ୍ତାନର ସାଧାରଣ ନାଗରିକଙ୍କ ଅବସ୍ଥା କ’ଣ ହେବା ତାହା ସମସ୍ତଙ୍କୁ ଜଣା ।

ପାକ୍ ସେନା ମୁଖ୍ୟଙ୍କ ଦାବୀ ମଧ୍ୟ ଫେଲ୍

ପାକ୍ ସେନା ମୁଖ୍ୟ ଅସିମ ମୁନିର ମଧ୍ୟ ଦେଶର ଆର୍ଥିକ ସଂକଟର ସମାଧାନ କରିବାକୁ ଅନେକ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ମଧ୍ୟ ବିଫଳ ହେବାକୁ ପଡ଼ିଛି । ପାକ୍ ସେନା ମୁଖ୍ୟ ଆମେରିକା,ସାଉଦି ଆରବ ଓ ମିଳିତ ଆରବ ଏମିରଟକୁ ଲୋନ୍ ଦେବାକୁ ନିବେଦନ କରିଥିଲେ । କିନ୍ତୁ ତାଙ୍କୁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମିଳିନାହିଁ । ସେ ଏହି ସବୁ ଦେଶ ଗସ୍ତ କରି ଆର୍ଥିକ ପ୍ୟାକେଜ ମାଗିଥିଲେ କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଏମିତିରେ ନିରାଶ ହୋଇ ସେନା ମୁଖ୍ୟ ଫଣ୍ଡରେ କାଣ୍ଟଛାଣ୍ଟ କରିବାକୁ ଘୋଷଣା କରିଛନ୍ତି

independence day of pakistan todaynational day of pakistanpakistan army latest newspakistan army parade statuspakistan day parade 2023pakistan economic crisis 2023pakistan economic crisis reactionpakistan government latest newspakistan government newspakistan latest news todaypakistan national parade
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami