ଖବର କାଗଜ ହକରଙ୍କୁ ମିଳିବ ସାମାଜିକ ସୁରକ୍ଷା, ଆଲୋଚନାର ଗୋଟିଏ ଦିନ ପରେ ଉପହାର

ଖବର କାଗଜ ହକରଙ୍କୁ ଓଡ଼ିଶା ସରକାର ସାମାଜିକ ସୁରକ୍ଷା ପ୍ରଦାନ କରିଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଏନେଇ ଯେଉଁ ଘୋଷଣ କରିଛନ୍ତି ତାହା ହୁଏତ ପୁରା ଦେଶରେ ପ୍ରଥମ । ଖବର କାଗଜକୁ ଲୋକଙ୍କ ପାଖରେ ପହଂଚାଇବାରେ ପ୍ରମ୍ମୁଖ ଭୂମିକା ଗ୍ରହଣ କରିଥାନ୍ତି ହକରଖରା, ବର୍ଷା, ବାତ୍ୟା ହେଉ କି ବନ୍ୟା ହକର ସବୁବେଳ ଖବର କାଗଜ ଲୋକଙ୍କ ପାଖରେ ପଂହଚାଇଥାନ୍ତି । ବର୍ଷକ ୩୬୫ ଦିନ । ବିନା ହକରରେ ଖବର କାଗଜ ଶିଳ୍ପ ନଥାନ୍ତା । କିନ୍ତୁ ସେହି ହକରଙ୍କ ସାମାଜିକ ସୁରକ୍ଷା ନେଇ ସମ୍ଭବତଃ କୌଣସି ସରକାର ଚିନ୍ତା କରିନଥିଲେଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ଖବର କାଗଜର କଳ୍ପନା ହକରଙ୍କ ବିନା ଅସମ୍ଭବସେହି ହକରଙ୍କୁ ସାମାଜିକ ସୁରକ୍ଷା ଦେବାକୁ ଚିନ୍ତା କରିଛନ୍ତି ନବୀନ ପଟ୍ଟନାୟକ

ଦିନକ ତଳେ ଆଲୋଚନା, ଦିନକ ପରେ ଘୋଷଣା

ଖବର କାଗଜ ହକରଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ନେଇ ନବୀନ ସରକାର କେତେ ଚିନ୍ତିତ ତାହା ଏହି ଗୋଟିଏ ଘଟଣାରୁ ଜଣା ପଡେ ଯେ, ଦିନକ ତଳେ ସୋମବାର ଦିନ ହକର ସଂଘର କର୍ମକର୍ତ୍ତା ୫ ଟି ସଚିବ ଭି.ପାଣ୍ଡିଆନଙ୍କୁ ଭେଟି ନିଜ ଦାବି ବାବଦରେ ଜଣାଇଥିଲେ । ସେତେବେଳେ ୫-ଟି ସଚିବ ଖୁବଶୀଘ୍ର ସେମାନଙ୍କ ଦାବି ଉପରେ ବିଚାର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ଆଉ ଆଲୋଚନାର ୨୪ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହକରଙ୍କ ସାମାଜିକ ସୁରକ୍ଷା ନେଇ ଘୋଷଣା କରାଯାଇଥିଲା । ଯାହାକୁ ଇଂରାଜୀରେ ‘ପ୍ରୋ-ଆକ୍ଟିଭ୍’ ସରକାର ବୋଲି କୁହାଯାଏ ତା’ର ଉଦାହରଣ ହେଉଛି ଏଭଳି ଘୋଷଣା ।

ସମ୍ଭବତଃ ଏହା ପ୍ରଥମ

ହକରଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଓଡ଼ିଶା ସମ୍ଭବତଃ ପ୍ରଥମ ରାଜ୍ୟ । ବିଦେଶରେ ହକରଙ୍କ ସ୍ୱାର୍ଥ ପାଇଁ ଅନେକ ଆନ୍ଦୋଳନ ହୋଇଛି । ଉଦାହରଣ ଭାବେ ବିଂଶ ଶତାବ୍ଦୀର ଆରମ୍ଭରେ ଆମେରିକାରେ ଖବର କାଗଜ ପକାଉଥିବା ଶିଶୁ ମାନେ ବଡ଼ ଧରଣର ଆନ୍ଦୋଳନ କରିଥିଲେ । ସେମାନଙ୍କ ଲଢେଇ ଥିଲା ଆମେରିକାର ବଡ଼ ଖବର କାଗଜଙ୍କ ଏକାଧିପତ୍ୟ ଓ ଶ୍ରମିକ ସ୍ୱାର୍ଥ ବିରୋଧୀ କାର୍ଯ୍ୟ ବିରୋଧରେ । ଏହି ଶିଶୁ ଖବର କାଗଜ ହକର ମାନଙ୍କ ଦାବି ଥିଲା ସେମାନଙ୍କୁ ପ୍ରତି ଖବର କାଗଜ ପିଛା ଅଧିକ କମିଶନ ଦିଆ ଯାଉଆମେରିକାର ଦୁଇଟି ବଡ଼ ଖବର କାଗଜ ମାଲିକ ସେମାନଙ୍କ ଦାବିକୁ ଗ୍ରହଣ କରିନଥିଲେ । ପିଲାଙ୍କ ଆନ୍ଦୋଳନ ଭାବି ଏହାକୁ ଗୁରୁତ୍ୱ ଦେଇନଥିଲେ । କିନ୍ତୁ କେଇ ଦିନ ମଧ୍ୟରେ ସେମାନଙ୍କୁ ହକରଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଥିଲା । ଶିଶୁ ହକରଙ୍କ ଦାବି ପୁରଣ କରିବାକୁ ପଡିଥିଲା । କିନ୍ତୁ ଓଡ଼ିଶାରେ ସମ୍ବାଦପତ୍ର ହକରଙ୍କୁ ସେଭଳି କୌଣସି ଆନ୍ଦୋଲନ କରିବାକୁ ପଡିନାହିଁ । ଗୋଟିଏ ଦିନରେ ହିଁ ସେମାନଙ୍କ ଦାବି ପୁରଣ ହୋଇଛି

ସାମାଜିକ ସୁରକ୍ଷା ଭାବେ କ’ଣ ମିଳିବ ?

  • ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କାର ସହାୟତା
  • ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କାର ସହାୟତା
  • ଦୁର୍ଘଟଣାରେ ସଂପୂର୍ଣ୍ଣ ଅକ୍ଷମଙ୍କୁ ମିଳିବ ଦେଢ ଲକ୍ଷ ଟଙ୍କା
  • ଆଂଶିକ ଅକ୍ଷମତା କ୍ଷେତ୍ରରେ ଉଭୟ ଅଙ୍ଗ ହରାଇଥିଲେ ମିଳିବ ୮୦ ହଜାର
  • ଗୋଟିଏ ଅଙ୍ଗ ହରାଇଥିଲେ ମିଳିବ ୪୦ ହଜାର ଟଙ୍କାର ସହାୟତା
  • ପଞ୍ଜୀକୃତ ହକର୍ଙ୍କୁ ଦୁଇଟି ପର୍ଯ୍ୟାୟରେ ୩୦୦୦ ଟଙ୍କାର ସ୍ବତନ୍ତ୍ର ସହାୟତା
  • କାମ କରିବା ପାଇଁ ନିମାର୍ଣ ହେବ ୱାର୍କସେଡ୍
  • ସୂଚନା ଓ ଲୋକସଂପର୍କ ବିଭାଗ ପ୍ରସ୍ତୁତ କରିବ ଡାଟାବେସ୍
  • ସମସ୍ତଙ୍କୁ ମିଳିବ ପରିଚୟ ପତ୍ର
୫ ଟି ସଚିବ ଭି.ପାଣ୍ଡିଆନ5t secretary v k pandiancm naveen patnaikhawker odishaHawker union officialnaveen govtnews paper hawkersodia news papersOdisha governmentodisha news paperproactive governmentThe fourth pillar of democracyଖବର କାଗଜ ହକରଗଣତନ୍ତ୍ରର ଚତୁର୍ଥ ସ୍ତମ୍ବନବୀନ ସରକାରପ୍ରୋ-ଆକ୍ଟିଭ୍’ ସରକାରଭି.ପାଣ୍ଡିଆନମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକହକର ସଂଘର କର୍ମକର୍ତ୍ତା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami