ଏହି ମାମଲାରେ ଶାହବାଜ ଇମ୍ରାନଙ୍କଠାରୁ ଆଗରେ,ପତ୍ନୀଙ୍କ ପାଇଁ ସରକାରୀ ଟଙ୍କାରେ ତିଆରି କରିଥିଲେ ଫ୍ଲାଏ ଓଭର

ପାକିସ୍ତାନରେ କ୍ୟାପ୍ଟେନଙ୍କ ସରକାର ବର୍ତ୍ତମାନ ପାଇଁ ଯାଇଛି । ତାଙ୍କ ସ୍ଥାନରେ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଶାହବାଜ ସରିଫ୍ଶାହବାଜଙ୍କ ଭାଇ ନୱାଜ ସରିଫ ଆଗରୁ ଦୁଇଥ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କରି ଅମଳରେ ହିଁ କାରଗିଲ ଯୁଦ୍ଧ ହୋଇଥିଲା । ତେଣୁ ସରିଫ୍ ପରିବାର ପାଇଁ ପ୍ରଧାନମନ୍ତ୍ରୀ ପଦ ନୁଆ ନୁହେଁ । ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଦେଶକୁ ଆର୍ଥିକ ସଂକଟ ଭିତରୁ ବାହାର କରିପାରିବେ କି ନାହିଁ କିମ୍ବା ସେ ଇମ୍ରାନଙ୍କଠାରୁ ଭଲ ପ୍ରଧାନମନ୍ତ୍ରୀ ପ୍ରମାଣିତ ହେବେ ତାହା ସମୟ କହିବ । କିନ୍ତୁ ଗୋଟିଏ ମାମଲାରେ ଶାହବାଜ ପୁରୁଣା ପ୍ରଧାନମନ୍ତ୍ରୀ ଇମ୍ରାନଙ୍କଠାରୁ ଆଗରେ ଅଛନ୍ତି । ଆସନ୍ତୁ ଜାଣିବା ସେହି ମାମଲା କ’ଣ ?

ଇମ୍ରାନଙ୍କ ପତ୍ନୀ ସଂଖ୍ୟାଠାରୁ ଶାହବାଜଙ୍କ ପତ୍ନୀଙ୍କ ସଂଖ୍ୟା ଅଧିକ

ଇମ୍ରାନ ଖାନ ତାଙ୍କ ଲଭ୍ ଲାଇଫ୍ ପାଇଁ ବେସ ଚର୍ଚ୍ଚାରେ ରୁହନ୍ତି । ଇମ୍ରାନ ତିନି ଥର ବାହା ହୋଇଛନ୍ତି । କିନ୍ତୁ ଶାହବାଜ ୫ ଥର । ମାନେ ଇମ୍ରାନଙ୍କଠାରୁ ଶାହାବାଜ ଦୁଇ ଥର ଅଧିକ ବାହା ହୋଇଛନ୍ତି । ଇମ୍ରାନଙ୍କ ତୃତୀୟ ପତ୍ନୀ ବୁଶାରା ବିବି ଯଦି କଳାଯାଦୁ କରିପାରନ୍ତି ତେବେ ଶାହାବାଜ ତାଙ୍କ ପତ୍ନୀଙ୍କୁ ଏତେ ଭଲ ପାଆନ୍ତି ଯେ, ସେ ତାଙ୍କ ପାଇଁ ସରକାରୀ ଟଙ୍କାରେ ଗୋଟିଏ ଫ୍ଲାଏ ଓଭର ତିଆରି କରିଥିଲେ । ଯେମିତି ପତ୍ନୀ ଶୀଘ୍ର ଘରେ ପହଂଚି ପାରିବେ । ଶାହାବାଜ ପତ୍ନୀଙ୍କ ପାଇଁ ତିଆରି କରିଥିବା ଫ୍ଲାଏ ଓଭର ’ହନି’ ବ୍ରିଜ୍ ନାମରେ ପାକିସ୍ତାନରେ ପରିଚିତ ।

୫ ବେଗମଙ୍କ ପତି

ଶାହାବାଜ ୫ ବିବାହ କରିଛନ୍ତି ଶାହାବାଜଙ୍କ ପ୍ରଥମ ବିବାହ ୧୯୭୩ରେ ହୋଉଥିଲା ଓ ଶେଷ ବିବାହ ୨୦୧୨ରେ ହୋଇଥିଲାନୁସରତଙ୍କ ସହିତ ଶାହାବାଜ ପ୍ରଥମ ନିକାହ ହୋଇଥିଲା । ୧୯୯୩ ପର୍ଯ୍ୟନ୍ତ ଏହି ବିବାହ ତିଷ୍ଟିଥିଲା । ସେହି ବର୍ଷ ଅର୍ଥାତ ୧୯୯୩ରେ ସେ ଆଲିଆ ହନିଙ୍କୁ ବିବାହ କରିଥିଲେ । ଆଲିଆଙ୍କ ସହିତ ବିବାହକୁ ଶାହାବାଜଙ୍କ ବଡ଼ଭାଇ ନୱାଜ୍ ବିରୋଧ କରିଥିଲେ । କିନ୍ତୁ ଶାହାବାଜ ତାଙ୍କ କଥା ଶୁଣିନଥିଲେ । ତେବେ ଏହି ବିବାହ ମାତ୍ର ଏକ ବର୍ଷ ତିଷ୍ଟିଥିଲା । ବର୍ଷକ ପରେ ୧୯୯୪ରେ ଆଲିଆ ହନିଙ୍କୁ ତଲାକ ଦେଇଥିଲେ ଶାହାବାଜ । ଏହାପରେ ଶାହାବାଜ ନିଲୋଫର ଖୋସାଙ୍କୁ ବିବାହ କରିଥିଲେ । ୨୦୦୩ରେ ଶାହାବାଜ ପୁଣିଥରେ ବିବାହ କରିବାକୁ ମନ ବଳାଇଥିଲେ । ସେହି ବର୍ଷ ସେ ସୋସିଆଲାଇଟ୍ ତେହମୀନା ଦୁରାନୀଙ୍କୁ ବିବାହ କରିଥିଲେ । ଏହାର ୯ ବର୍ଷ ପରେ ୨୦୧୨ରେ ସେ କଲସୁମ୍ ହୟୀଙ୍କୁ ଗୁପ୍ତରେ ବିବାହ କରିଥିଲେ ।

ଶାହାବାଜଙ୍କ ‘ହନି’ ବ୍ରିଜ୍

ଶାହାବାଜ ଏବେ ନିଜର ଦୁଇ ପତ୍ନୀ ନୁସରତ ଓ ତେହମୀନଙ୍କ ସହିତ ଏକାଠି ଗୋଟିଏ ଘରେ ରହୁଛନ୍ତି । ଆଲିଆ ହନି, ନିଲୋଫର ଓ କୁଲସୁମଙ୍କୁ ସେ ତଲାକ ଦେଇ ସାରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଆଲିଆ ହନି କେମିତି ଶୀଘ୍ର ଘରେ ପହଞ୍ଚିବେ ସେଥିପାଇଁ ସେ ସରକାରୀ ବଜେଟରେ ଗୋଟିଏ ଫ୍ଲାଏ ଓଭର ତିଆରି କରିଥିଲେଯାହାକୁ ଲୋକ ଥଟ୍ଟାରେ ହନି ବ୍ରିଜ୍ ବୋଲି କୁହନ୍ତି । ତେବେ ହନି ଏବେ ଶାହାବାଜଙ୍କ ଆଉ ହନି ହୋଇ ରହିନାହାନ୍ତି । ଶାହାବାଜ-ନୂସରତଙ୍କର ଦୁଇ ପୁଅ ଓ ତିନି ଝିଅ ଥିବା ବେଳେ ଆଲିଆଙ୍କ ପଟୁ ଝିଅ ରହିଛି । ଆଗରୁ ପଂଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଶାହବାଜଙ୍କୁ ଏକଦା ଜେନରାଲ ପରଭେଜ୍ ମୁଶରଫ ପ୍ରଧାନମନ୍ତ୍ରୀ ପଦ ଅଫର କରିଥିଲେ । କିନ୍ତୁ ଶାହାବାଜ ଅଫରକୁ ପ୍ରତ୍ୟାଖାନ କରିଥିଲେ । କାରଣ ତାଙ୍କ ଭାଇଙ୍କୁ ଗାଦିଚ୍ୟୁତ କରିଥିଲେ ମୁଶାରଫ ।

ଶାହାବାଜଙ୍କର ଏକ ବ୍ୟବସାୟୀକ ସାମ୍ରାଜ୍ୟ ମଧ୍ୟ ରହିଛି । ସେ ଇତେଫାକ୍ ଗ୍ରୁପରେ ମୁଖ୍ୟ । ଏହି ଗ୍ରୁପ ଅନେକ କ୍ଷେତ୍ରରେ ବ୍ୟବାସୟ କରୁଛି । ଶାହାବାଜ ଓ ନୱାଜଙ୍କୁ ଛାଡିଦେଲେ ସେମାନଙ୍କର ଆଉ ୪ ଭାଇ ଅଛନ୍ତି ।

23rd prime minister of PakistanAaliya HoneyAlia HaniBegum Nusrat ShahbazHoney BridgeKulsoom HaiNawaz SharifNilofar KhosaPakistan’s New PM Shehbaz SharifPunjab Chief MinisterShehbaz Sharif
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami