ପାୱାରଙ୍କ ଇସ୍ତଫା ପାୱାର ପ୍ଲେ ନା 2024 ପାଇଁ ଖୋଲିବ ନୂଆ ରାସ୍ତା

ସୋନିଆ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ୱକୁ ବିରୋଧ କରି ଶରଦ ପାୱାର 1999ରେ କଂଗ୍ରେସରୁ ଅଲଗା ହୋଇ ନିଜ ରାଜନୈତିକ ରାସ୍ତା ଦେଖିଥିଲେ। କଂଗ୍ରେସଠାରୁ ଅଲଗା ହୋଇ ସେ ଗଢିଥିଲେ ନ୍ୟାସନାଲିଷ୍ଟ୍ କଂଗ୍ରେସ ପାର୍ଟି। ଗତ 24 ବର୍ଷ ଧରି ସେ ଏହି ଦଳର ରାଷ୍ଚ୍ରିୟ ଅଧ୍ୟକ୍ଷ ଭାବେ ରହି ଆସିଛନ୍ତି। କିନ୍ତୁ ଅଚାନକ ମଙ୍ଗଳବାର ଦିନ ନିଜ ଆତ୍ମଜିବନୀ ଉନ୍ମୋଚନ ଦି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ପାୱାର ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି। ଦଳ ଭିତରେ ଯେମିତି ଇସ୍ତଫାପତ୍ର ପ୍ରତ୍ୟାହାର କରିବାକୁ ତାଙ୍କ ଉପରେ ଚାପ ପଡ଼ୁଛି ହୁଏତ ସେ ଶେଷ ମୁହୂର୍ତ୍ତରେ ନିଜ ଇସ୍ତଫା ପତ୍ର ପ୍ରତ୍ୟାହାର କରି ପାରନ୍ତି। ତେବେ ଏଇଠି ପ୍ରଶ୍ନ ଉଠୁଛି ଯେ, ସେ କଣ ପାଇଁ ଇସ୍ତଫା ଦେଲେଏହି ଇସ୍ତଫା ପଛରେ ମହାରାଷ୍ଟ୍ର ରାଜନୀତିର ଚାଣକ୍ୟଙ୍କ ପାୱାର ପ୍ଲେ ଅଛି କି ? 2024 ପାଇଁ ତାଙ୍କ ରଣନୀତିର ଏହା ଅଂଶବିଶେଷ କି ?

ଇସ୍ତଫା ପଛର 6 ସମ୍ଭାବ୍ୟ କାରଣ

-ଅଜିତ ପାୱାରଙ୍କୁ ନେଇ ଗତ କିଛି ଦିନ ହେବ ଦଳ ଓ ମେଣ୍ଟରେ ପ୍ରଶ୍ନ ଉଠୁଛି। ଅଜିତ ନିଜ ରାଜନୈତିକ ଭବିଷ୍ୟତ ପାଇଁ ବିଜେପି ହାତ ଧରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପରିବାରରୁ କିଏ ଦଳର ମଙ୍ଗଧରିବ ତାକୁ ନେଇ ସୁପ୍ରିୟା ଓ ଅଜିତଙ୍କ ମଧ୍ୟରେ ରାଜନୈତିକ ଛକାପଂଞ୍ଝା ଚାଲିଛି ବୋଲି କୁହାଯାଉଛି। ଦଳ ଓ ପରିବାର ଭିତରେ ଚାଲିଥିବା ଏହି ଟଣାଓଟରା ଉପରେ ପୂର୍ଣ୍ଣଛେଦ ପକାଇବାକୁ ଇସ୍ତଫା ଶରଦଙ୍କ ରାଜନୈତିକ ଚାଲ ବୋଲି ମନେ କରାଯାଉଛି।

-ନିକଟରେ ଅଜିତଙ୍କ ଗୋଟିଏ ବୟାନ ରାଜନୈତିକ ଝଡ଼ ଆଣିଥିଲା। ସେ କହିଥିଲେ ଯେ, ମୁଁ ଶତ ପ୍ରତିଶତ ମୁଖ୍ୟମନ୍ତ୍ରୀ ବନିବାକୁ ଚାହୁଁଛି। ମୁଁ 2024 ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିବି। ତାଙ୍କର ଏଭଳି ବୟାନ ପରେ ଏନସିପିରେ ବିଭାଜନର ଆଶଙ୍କା ସୃଷ୍ଟି ହୋଇଥିଲା। ଅଜିତ ନିଜ ସମର୍ଥକଙ୍କ ସହିତ ବିଜେପି ସହିତ ମେଣ୍ଟ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଥିଲାଶରଦ ଦଳ ସଭାପତି ରହିବା ଅର୍ଥ ଦଳରେ ବିଭାଜନ ହେବ2024 ପାଇଁ ନୂଆ ମେଣ୍ଟର ସମ୍ଭାବନା ସୃଷ୍ଟି ପାଇଁ ଶରଦ ଇସ୍ତଫା ଦେଇଥିବା କୁହାଯାଉଛି।

ଶରଦଙ୍କ ଇସ୍ତଫା ପରେ ନୂଆ ସଭାପତିଙ୍କ ଉପରେ ମେଣ୍ଟକୁ ଆଗକୁ ବଢାଇବାର ଦାୟିତ୍ୱ ରହିବ। ନିକଟରେ ଅଜିତ କହିଥିଲେ ଯେ, 2019ରେ ଶିବସେନା ସହିତ ମେଣ୍ଟ କରି ଆମେ ଧର୍ମନିରପେକ୍ଷତା ଲାଇନରୁ ହଟି ଯାଇଥିଲୁ। ତାଙ୍କର ଏହି ବୟାନର ବିଭିନ୍ନ ଅର୍ଥ ବାହାର କରାଯାଉଛି। ଏଭଳି କହି ସେ ବିଜେପି ସହିତ ମେଣ୍ଟ କରିବାରେ ଅସୁବିଧା କଣ ବୋଲି ପ୍ରଶ୍ନ କରିଥିବା କୁହାଯାଉଛି।

-ଶରଦ ଇସ୍ତଫା ଦେଇ ଦଳରେ ଥିବା ନିଜ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ଦଳୀୟ କର୍ମୀ ତାଙ୍କୁ ଇସ୍ତଫା ପ୍ରତ୍ୟାହାର କରିବାକୁ ଚାପ ପକାଉଛନ୍ତି। ଏମିତି କରି ସେ ବିରୋଧୀଙ୍କ ଆଗରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି।

maharashtra ncp crisismaharashtra politicsmaharashtra politics newsmaharashtra politics news livemaharashtra politics statusncp maharashtra statusncp sharad pawar statussharad pawarsharad pawar latest newssharad pawar news today livesharad pawar resigns live videosharad pawar resigns speech
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami