ରାଜ୍ୟରେ ସରକାର ଗଠନ ପାଇଁ ଦିନରେ ସ୍ୱପ୍ନ ଦେଖୁଛି ବିଜେପି: ନବୀନ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ରାଜ୍ୟରେ ଏଥର ସରକାର ଗଠନ କରିବ ବୋଲି କହି ବୁଲୁଥିବା ବେଳେ ତାହାକୁ କଟାକ୍ଷ କରିଛନ୍ତି ବଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଭବାନୀପାଟଣାଠାରେ ଜନସଭାକୁ ସମ୍ଭୋଧିତ କରି ନୂଆପଡାକୁ ପ୍ରଚାର ପାଇଁ ଯିବା ସମୟରେ ନବୀନ ବିଜେପିକୁ କଟାକ୍ଷ କରିଛନ୍ତି ।

ବିଜେପିକୁ କଟାକ୍ଷ କଲେ ନବୀନ

ବିମାନ ମଧ୍ୟରୁ ବିଜେପିର ସରକାର ଗଠନ କରିବା କଥାକୁ ନେଇ ନବୀନ କହିଛନ୍ତି ବହୁ ଦିନ ହେବ ବିଜେପି ରାଜ୍ୟରେ ସରକାର ଗଠନ କରିବା ପାଇଁ ଦିବା ସ୍ୱପ୍ନ ଦେଖୁଛି । ଭବାନୀପାଟଣାରୁ ନୂଆପଡା ଯିବା ସମୟରେ ବିମାନ ମଧ୍ୟରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ କି ‘ସାର ବିଜେପି କହୁଛି, ଏଥର ସେମାନେ ରାଜ୍ୟରେ ସରକାର ଗଠନ କରିବେ’ । ପାଣ୍ଡିଆନ୍‌ଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଓଡ଼ିଶାରେ ସରକାର ଗଠନ ପାଇଁ ବିଜେପି ବହୁଦିନ ହେବ ଦିନରେ ସ୍ୱପ୍ନ ଦେଖୁଛି ।

bjp is dreaming of forming governmentcm naveen patnaiknaveen criticized bjp
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami