ନାଟୋ ଦଗା ଭାରିପଡିଲା, ଶାନ୍ତି ପାଇଁ ସଂକେତ ଦେଲେ ଜେଲେନସ୍କି

ଦଗାଦିଆ ନାଟୋର ନାଟରେ ଦେଶ ବରବାଦ ହେବା ପରେ ଜେଲେନସ୍କି ଯୁଦ୍ଧକୁ ଅଧିକ ଦିନ ଟାଣିବାକୁ ଚାହୁଁନାହାନ୍ତି । ଯାହାର ସଂକେତ ସେ ଦେଇଛନ୍ତି । ନାଟୋ ଆମକୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁନି, ଆମେ ମଧ୍ୟ ଆଉ ନାଟୋର ସଦସ୍ୟ ହେବାକୁ ଇଛୁକ ନୁହେଁ । ଏକଥା କହିଛନ୍ତି ଜେଲେନସ୍କି

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ମଧ୍ୟରେ ଏହି ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ୍ ଏବେ ରୁଷର ସର୍ତ୍ତ ମାନିବାକୁ ପ୍ରସ୍ତୁତ ହୋଇଛି। ଫଳରେ ଯୁଦ୍ଧ ବନ୍ଦ ହେବା ଆଶା ବଢ଼ିଛିଜେଲେନ୍ସ୍କି କହିଛନ୍ତି ଯେ ୟୁକ୍ରେନ୍ ବର୍ତତ୍ମାନ ଆଉ ନାଟୋରେ ସଦସ୍ୟତା ପାଇଁ ଆଗ୍ରହୀ ନାହିଁ । କାରଣ ୟୁକ୍ରେନ ଉପରେ ଋଷ ଆକ୍ରମଣର ମୁଖ୍ୟ କାରଣ ହିଁ NATO । ଏହାର ସଦସ୍ୟତା ପାଇଁ ହିଁ ରୁଷ୍ ଏବେ ତାଙ୍କ ଦେଶ ଉପରେ ଆକ୍ରମଣ କରୁଛି। ଫଳରେ ହଜାର ହଜାର ଲୋକଙ୍କ ମୁଣ୍ଡ ଗଡ଼ିଛି।

ଅନ୍ୟପଟେ ୟୁକ୍ରେନର ଏଭଳି ସ୍ଥିତିରେ ବି NATO କି ଆମେରୀକା କେହି ମଧ୍ୟ ସାହାଯ୍ୟ କରିନାହାଁନ୍ତି । ଆଉ ଏହି କାରଣରୁ ନାଟୋ ପ୍ରତି ତାଙ୍କର ଆଉ ଆନ୍ତରିକତା ନାହିଁ ଓ ସେ ଆଗକୁ ନାଟୋରେ ମିଶିବେ ନାହିଁ। ଜେଲେନ୍ସ୍କି କହିବା କଥା ଯେ, ନାଟୋ ୟୁକ୍ରେନକୁ ସଦସ୍ୟ ରାଷ୍ଟ୍ର ଭାବେ ସାମିଲ କରିବାକୁ ଚାହୁଁନି। କାରଣ ଋଷ ସହ ଶତ୍ରୁତା କରିବାକୁ ନାଟୋ ଭୟ କରୁଛି

କେବଳ ଏତିକି ନୁହେଁ, ଜେଲେନ୍ସି ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡୋନେସ୍କ ଓ ଲୁହାନସ୍କ ଉପରେ ମଧ୍ୟ ଆଲୋଚନା କରିବାକୁ ପ୍ରସ୍ତୁତ, ଯାହାକୁ ଯୁଦ୍ଧର କିଛିଦିନ ପୂର୍ବରୁ ଋଷ ସ୍ୱତନ୍ତ୍ର ରାଷ୍ଟ୍ର ମାନ୍ୟତା ଦେଇଥିଲା ।

ଆମେରିକାର ଏକ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେବା ଅବସରରେ ନାଟୋ, ପୁଟିନ ଓ ଋଷର ଆଭିମୁଖ୍ୟକୁ ନେଇ ଆଲୋଚନା କରିଥିଲେ ଜେଲେନସ୍କି। ତାଙ୍କର ଏହି ଇଣ୍ଟରଭ୍ୟୁ ପରେ ୟୁକ୍ରେନକୁ ଶାନ୍ତି ଫେରିବାର ଆଶା ଉଭା ହୋଇଛି। ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ଋଷ-ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣ ବିରାମ ଲାଗିବାର ସମ୍ଭାବନା ବଢ଼ିଛି।

ୟୁକ୍ରେନ ଉପରେ ଋଷ ଆକ୍ରମଣର ମୁଖ୍ୟ କାରଣ ହିଁ NATO ହୋଇଥିବା ବେଳେ ଏବେ ନାଟୋ ସଦସ୍ୟତା ହାସଲ ପାଇଁ ପଛଘୁଞ୍ଚା ଦେଇଛନ୍ତି ଜେଲେନସ୍କି ।

ସେପଟେ ୟୁଦ୍ଧ ବନ୍ଦ ପାଇଁ ୟୁକ୍ରେନ ଆଗରେ ସର୍ତ୍ତ ରଖିଛି ମସ୍କୋ । ୟୁକ୍ରେନ ଭବିଷ୍ୟତରେ ଯେପରି କୌଣସି ରାଷ୍ଟ୍ର ସହ ମେଣ୍ଟରେ ସାମିଲ ନହୁଏ, ସେ ନେଇ ସ୍ପଷ୍ଟ କରୁ । ଏହାସହ ୨୦୧୪ରୁ ୟୁକ୍ରେନଠାରୁ ଋଷ ନେଇଥିବା କ୍ରିମିଆକୁ ଋଷର ବୋଲି ମାନ୍ୟତା ଦେବା ସହ ଡୋନେସ୍କ ଓ ଲୋହାନସ୍କକୁ ସ୍ୱତନ୍ତ୍ର କ୍ଷେତ୍ରର ମାନ୍ୟତା ଦେବାକୁ ସର୍ତ୍ତ ରଖିଛି ଋଷ ।

NATOକୁ କାହିଁକି ବିପଦ ମାନୁଛି ଋଷ ?

ଋଷ ୟୁକ୍ରେନ ଯୁଦ୍ଧରେ NATO ହେଉଛି କଳିର ମଞ୍ଜି। ପୁଟିନ NATOର ବିସ୍ତାରକୁ ବିପଦ ବୋଲି ଭାବନ୍ତି । ହେଲେ କାହିଁକି? ନାଟୋ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତି ଆମେରିକା ନେତୃତ୍ୱାଧିନ ସାମରିକ ସଂଗଠନକମ୍ୟୁନିଷ୍ଟ୍ ସୋଭିଏତ ଋଷର ପ୍ରଭାବ ହ୍ରାସ ପାଇଁ ୪ ଏପ୍ରିଲ ୧୯୪୯ରେ ଏହାର ପ୍ରତିଷ୍ଠା ହୋଇଥିଲା । ଆଉ ଏହାର ମୁଖ୍ୟାଳୟ ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ରହିଛି । ନାଟୋର ସଦସ୍ୟ ରହିଛନ୍ତି ୩୦ ଦେଶ। ଏଥିରେ ଭାରତ କିନ୍ତୁ ସାମିଲ ନାହିଁ।

ସୋଭିଏତ ଋଷ ନେତୃତ୍ୱାଧିନ ୱାରସା ଚୁକ୍ତି ସଂଗଠନ ବିରୋଧରେ ନାଟୋର ଜନ୍ମ ହୋଇଥିଲା । ନାଟୋ ସମ୍ବିଧାନ ଅନୁସାରେ ମେଣ୍ଟର ଗୋଟିଏ ରାଷ୍ଟ୍ର ଉପରେ ଆକ୍ରମଣର ଯବାବ ପୁରା ସଂଗଠନ ଦେବ । ଜଣକ ଉପରେ ଆକ୍ରମଣକୁ ୩୦ ଦେଶ ଉପରେ ଆକ୍ରମଣ ଭାବେ ଗ୍ରହଣ କରାଯାଇଥାଏ ।

ଗତ ଡିସେମ୍ବରରେ ନାଟୋ ସହ ଯୋଗ ଦେବାକୁ ଇଛା ପ୍ରକାଶ କରିଥିଲା ଋଷର ପଡୋଶୀ ରାଷ୍ଟ୍ର ୟୁକ୍ରେନ । ଆଉ ୟୁକ୍ରେନର ଏହି ନିଷ୍ପତ୍ତିକୁ ବିରୋଧ କରିଆସୁଥିଲା ଋଷ । କାରଣ ୟୁକ୍ରେନ ଏବଂ ଋଷର ସୀମା ରହିଛି ୨୨ ଶହ କିଲୋମିଚରରୁ ଅଧିକ । ଯଦି ୟୁକ୍ରେନ ନାଟୋରେ ସାମିଲ ହୁଏ ତେବେ ଋଷ ସୀମାରେ ନାଟୋର ସାମରିକ ଘାଟି ପ୍ରତିଷ୍ଠା ହେବ । ଯାହାଫଳରେ ଋଷ ଆମେରିକାର କ୍ଷେପଣାସ୍ତ୍ର ରେଂଜ୍ ଭିତରକୁ ସହଜରେ ଆସିଯିବ । ଭବିଷ୍ୟତରେ କୌଣସି ଯୁଦ୍ଧ ପରିସ୍ଥିତିରେ ଆମେରିକା ଋଷକୁ ସହଜରେ ଘେରି ପାରିବ

ଋଷ କେବଳ ଏହି ଭୟ ପାଇଁ ଯୁଦ୍ଧର କିଛି ଦିନ ଆଗରୁ ପୂର୍ବ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଂଚଳ ଳ ଡୋନେସ୍କୋ ଏବଂ ଲୋହାଂସ୍କୋକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିଥିଲା । ଜେଲେନସ୍କିଙ୍କ ବୟାନ ପରେ ଏବେ ଋଷ ଚାହୁଁଛି ଯେ, ୟୁକ୍ରେନ୍ ଏହି ଦୁଇ ଅଂଚଳକୁ ସ୍ୱାଧୀନ ରାଷ୍ଟ୍ର ଭାବେ ସ୍ୱୀକାର କରନ୍ତୁ । ଏହା ପଛର କାରଣ ହେଉଛି ପୁଟିନ୍ ଋଷ ଓ ୟୁକ୍ରେନ ମଧ୍ୟରେ ଦୁଇଟି ’ବଫର’ ଷ୍ଟେଟ୍ ଚାହାନ୍ତି । ଯେମିତିକି ଭବିଷ୍ୟତରେ ୟୁକ୍ରେନର ସୀମା ଋଷକୁ ଲାଗିବ ନାହିଁ । ଅନ୍ୟପକ୍ଷରେ ଶାନ୍ତି ପାଇଁ ୟୁକ୍ରେନ୍ ଏହି ଦୁଇ ଅଂଚଳର ସ୍ୱାଧିନତା ସହିତ ସାଲିସ କରିବାର ସଂକେତ ଦେଇଛି ।

NATOnato membershiprussia ukraine warrussia vs ukraine warukraine crisisukraine presidentvladimir putinvolodymyr zelenskyzelensky
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami