ରଜରେ ଲୋକଙ୍କୁ କଲବଲ କରିବ ଗୁଳୁଗୁଳି

ଭୁବନେଶ୍ୱର : ଅଗ୍ରସର ହେଉନି ମୌସୁମୀ ଫଳରେ ରାଜ୍ୟରେ କମୁନି ଗରମ ଏବଂ ଗୁଳୁଗୁଳି । ରଜରେ ମଧ୍ୟ ଲୋକଙ୍କୁ ଗୁଳୁଗୁଳି କଲବଲ କରିବବୋଲି ପୂର୍ବାନୁମାନ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ଏବେ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଛି ମୌସୁମୀ ବାୟୁ । ଅନ୍ୟ ଅଞ୍ଚଳକୁ ୩ରୁ ୪ ଦିନରେ ଅଗ୍ରସର ହୋଇପାରେ ମୌସୁମୀ ।

ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍‌ୱେଭ୍ ୱାର୍ଣ୍ଣିଂ ଜାରିକରାଯାଇଛି । ଅନ୍ୟପଟେ ରଜରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାନେଇ ପୂର୍ବାନୁମାନ କରାଯାଇଛି ।

breaking news odishakanak news odishalatest odisha newsmansoon odishamonsoonmonsoon in indiamonsoon may delay arrival in odishamonsoon newsmonsoon updatenews odishaOdishaodisha breaking newsodisha current newsodisha latestodisha latest newsodisha newsodisha news todayodisha orissaodisha weatherodisha weather forecastodisha weather news todayodisha weather report today
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami