ନିଜ ନାଁ ଘୋଷଣା ଶୁଣି ଚମକି ପଡ଼ିଲେ ମୋହନ ଯାଦବ

ଭୋପାଳ: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚାଲିଥିବା ସସପେନ୍ସ ଶେଷ ହୋଇଛି । ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଭୋପାଳରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କ ନାମ ଘୋଷଣା କରାଯାଇଥିଲା । ସେ ଦକ୍ଷିଣ ଉଜୈନ ବିଧାୟକ ରହିଛନ୍ତି । ଏଥରକୁ ମିଶାଇ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ମୋହନ ଯାଦବ । ସେ ଶିବରାଜ ସିଂହଙ୍କ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ସସ୍‌ପେନ୍ସ ଏପରି ଥିଲା ଯେ ସେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବୋଲି କେହି ଟେର୍ ପାଇ ନ ଥିଲେ । ଏପରିକି ନିଜେ ମୋହନ ଯାଦବ ମଧ୍ୟ ଏହା ଜାଣି ନ ଥିଲେ । ସୋମବାର ହୋଇଥିବା ବିଜେପି ବିଧାୟକ ଦଳ ବୈଠକ ସମୟରେ ମୋହନ ଯାଦବ ପଛ ଧାଡ଼ିରେ ବସିଥିଲେ । ତାଙ୍କ ନାମ ଘୋଷଣା ହେବା ମାତ୍ରେ ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ମଧ୍ୟପ୍ରଦେଶରେ ବିଜେପି ୫ମ ଥର ସରକାର ଗଢିବ

ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମୋହନ ଯାଦବ କହିଛନ୍ତି, କେବଳ ବିଜେପି ହିଁ ଜଣେ ସାଧାରଣ କର୍ମୀଙ୍କୁ ଏତେ ବଡ଼ ଦାୟିତ୍ୱ ଦେଇଥାଏ । ଏହି ନୂତନ ଦାୟିତ୍ୱ ପାଇଁ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ନିଶ୍ଚିତ ଭାବେ ଆମେ ବିକାଶର ଏହି କାରାଭାନକୁ ଆଗକୁ ନେବୁ ବୋଲି ମୋହନ ଯାଦବ ରାଜଭବନରେ ରାଜ୍ୟପାଳ ମଙ୍ଗୁଭାଇ ସି ପଟେଲଙ୍କ ସହ ବୈଠକ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ଗତ ଡିସେମ୍ବର ୩ ତାରିଖରେ ଘୋଷିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ୧୬୩ ଟି ଆସନ ଜିତି କ୍ଷମତା ବଜାୟ ରଖିଥିବାବେଳେ କଂଗ୍ରେସ ୬୬ ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ବିଜେପି ନିର୍ବାଚନରେ କାହାରିକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନା କରିନଥିଲା । ଏହି ନିର୍ବାଚନ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭରସାରେ ଲଢିଥିଲା । ମଧ୍ୟପ୍ରଦେଶର ବିଜେପି ଗତ ଦୁଇ ଦଶକ ମଧ୍ୟରେ ୫ମ ଥର ପାଇଁ ସରକାର ଗଢିବାକୁ ଯାଉଛି । । ଏହା ପୂର୍ବରୁ ୨୦୦୩,୨୦୦୮,୨୦୧୩ ଓ ୨୦୨୦ରେ ବିଜେପି ସରକାର ଗଠନ କରି ସାରିଛି ।

Mohan yadab will be the Chief Minister of Madhya Pradeshmp cm mohan yadavnew cm mohan yadab
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami