କ’ଣ ପାଇଁ ଭାରତୀୟ ସେନାର ବ୍ୟାଣ୍ଡ୍ ଧୂନ ବଦଳୁଛି ?

ଭାରତୀୟ ସେନା ନିଜର କିଛି ପରମ୍ପରରେ ପରିବର୍ତ୍ତନ କରିବାକୁ ବିଚାର କରୁଛି । ଏହା ମଧ୍ୟରେ ରହିଛି ବ୍ରିଟିଶ ଅମଳରୁ ଭାରତୀୟ ସେନାର ବ୍ୟାଣ୍ଡ୍ ଦ୍ୱାରା ପରିବେଶିତ ହେଉଥିବା ବିଭିନ୍ନ ଧୂନ୍ (ବ୍ୟାଣ୍ଡ୍ ଟ୍ୟୁନ୍) , ସ୍ୱାଧିନତା ପୂର୍ବରୁ ଦିଆଯାଉଥିବା ସାମରିକ ସମ୍ମାନ ଓ ସାମରିକ ଅଧ୍ୟୟନରେ ଭାରତୀୟ ଯୋଦ୍ଧାଙ୍କୁ ଅଧିକ ଗୁରୁତ୍ୱ ଦେବା ।

ଇଂରେଜ୍ ଅମଳର ବ୍ୟାଣ୍ଡ୍ ଟ୍ୟୁନ୍(ଧୂନ)

ଭାରତୀୟ ସେନାର ବ୍ୟାଣ୍ଡ୍ ପାର୍ଟି ବିଭିନ୍ନ ସମାରୋହରେ ଯେଉଁ ସବୁ ଧୂନ ବଜାଇଥାଏ ତାହା ମଧ୍ୟରୁ ଅନେକ ଇଂରେଜ ଅମଳର । ଏହି ସବୁ ଧୂନ ଅନେକ ଦିନ ଧରି ବାଜି ଆସୁଛି ଓ ଏହା ପରମ୍ପରାର ରୂପ ନେଇ ସାରିଲାଣି । ଓଲ୍ଡ ଲଙ୍ଗ୍ ସିନେ ଭଳି ଧୁନ ସବୁ ପ୍ୟାରେଡରେ ବଜାଯାଏ । ସେହିଭଳି ସବୁ ରିଟ୍ରିଟ୍ ସେରିମନିରେ ଆବାଇଡ୍ ୱିଥ୍ ମି ବାଜିଥାଏ । ଏବେ ଏହି ଧୂନ ସ୍ଥାନରେ ଭାରତୀୟ ଧୁନକୁ ବଜାଇବା ପାଇଁ ଚିନ୍ତା କରାଯାଉଛି ।

ଖୋଜା ଯାଉଛି ଭାରତୀୟ ଧୂନ

ଧୂନ ବଦଳାଇବା ପାଇଁ ନିଷ୍ପତ୍ତି ଭାରତ ସରକାର ଅଚାନକ ନେଉ ନାହାନ୍ତି । ଏଥିପାଇଁ ଆଗରୁ ଆଲୋଚନା ହୋଇଛି । ଦି ପ୍ରିଣ୍ଟର ରିପୋର୍ଟ ଅନୁସାରେ ପୁରୁଣା ଧୂନ ସ୍ଥାନରେ ସମାନ ସନ୍ଦେଶ ଦେଉଥିବା ଧୂନକୁ ନିଆଯାଇ ପାରିବ କି ନାହିଁ ସେନେଇ ଆଲୋଚନା ହୋଇଛି । ଏମିତିକି ବ୍ରିଟିଶ ଧୂନ ବଦଳରେ କେଉଁ ସବୁ ଭାରତୀୟ ବ୍ୟାଣ୍ଡ୍ ଟ୍ୟୁନକୁ ନିଆଯାଇ ପାରିବ ତାକୁ ନେଇ ମଧ୍ୟ ସନ୍ଧାନ ହେଉଛି । କୁହାଯାଉଛି ଯେ, କିଛି ଭାରତୀୟ ଧୂନର ଚୟନ ମଧ୍ୟ ହୋଇ ସାରିଛି । ଆସନ୍ତା ବର୍ଷ ଭାରତ ସ୍ୱାଧିନତାର 75 ବର୍ଷ ପାଳନ କରୁଥିବା ବେଳେ ଇଂରେଜ ଅମଳର ଧୂନ ସ୍ଥାନ ଭାରତୀୟ ଧୂନ ନେବେ ବୋଲି ଆଲୋଚନା ହେଉଛି ।

ମେସ୍ ପରମ୍ପରା ବଦଳିବ

ଇଂରେଜ ଅମଳରୁ ଚଳି ଆସୁଥିବା ସେନା ମେସର କିଛି ପ୍ରକ୍ରିୟାକୁ ସ୍ୱାଧିନତା ପରେ ବଦଳାଇ ଦିଆଯାଇଥିଲା କିନ୍ତୁ ଏବେବି ବ୍ରିଟିଶ୍ ଅମଳର କିଛି ପରମ୍ପରା ସେନା ମେସରେ ପୂର୍ବଭଳି ଜାରି ରହିଛି । ଏବେ ଏହି ସବୁ ପରମ୍ପରାର ଔଚିତ୍ୟକୁ ନେଇ ଆଲୋଚନା ଚାଲିଛି । ଏହି ପରମ୍ପରାକୁ ବଦଳାଇବାର ଆବଶ୍ୟକତା ରହିଛି କି ନାହିଁ ତାହା ଉପରେ ବିଚାର ହେଉଛି । ସେନା ମେସର କିଛି ପରମ୍ପରାରେ ପରିବର୍ତ୍ତନ ଆସିବାର ସମ୍ଭାବନା ମଧ୍ୟ ରହିଛି ।

ସେନା ଅଧ୍ୟୟନରେ ପରିବର୍ତ୍ତନ

ଦେଶର ଅଧିକାଂଶ ସାମରିକ ଅଧ୍ୟୟନରେ ପ୍ରାଚୀନ ଚୀନ୍ ସାମରିକ ବିଶେଷଜ୍ଞ ସୁନ୍ ଜୁ’ଙ୍କ ଲେଖନର ଉଲ୍ଲେଖ ମିଳିଥାଏ । ସୁନ ଜୁ ଆର୍ଟ୍ ଅଫ୍ ୱାର ବା ଯୁଦ୍ଧର କଳା ନାମକ ପୁସ୍ତକ ଲେଖିଥିଲେ । ଏହି ପୁସ୍ତକ ବ୍ୟତିତ ବ୍ରିଟଶ ରଣନୀତିଜ୍ଞ ଲିଡିଲ ହାର୍ଟ ଓ ଜର୍ମାନୀ ଜେନରାଲ କ୍ଲାଜବିଟିଜଙ୍କ ଲେଖା ମଧ୍ୟ ଭାରତୀୟ ସାମରିକ ଅଧ୍ୟୟନରେ ଅଧିକ ଉଲ୍ଲେଖ ପାଇଥାନ୍ତି । ଏବେ ସ୍ୱେଦେଶୀ ଚିନ୍ତକ ଚାଣକ୍ୟଙ୍କ ଅର୍ଥଶାସ୍ତ୍ରକୁ ସାମରିକ ଅଧ୍ୟୟନର ବିଶୟ କରିବାକୁ ଚିନ୍ତା କରାଯାଉଛି ।

ସ୍ୱଦେଶୀ ଉପକରଣ ସହ ସ୍ୱଦେଶୀ ବିଚାରଧାରା

ଭାରତୀୟ ଇତିହାସରେ ଏମିତି ଅନେକ ଯୋଦ୍ଧା ରହିଛନ୍ତି ଯେଉଁମାନଙ୍କ ରଣନୀତିକୁ ଆଜି ମଧ୍ୟ ଉଦାହରଣ ଭାବେ ଗ୍ରହଣ କରାଯାଇଥାଏ । ଯେପରି ଶିବାଜୀ ଓ ରାଣା ପ୍ରତାପଙ୍କ ଗରିଲା ଯୁଦ୍ଧ ରାଜା ରାଜା ଚୋଳ ପ୍ରଥମଙ୍କ ନୌସେନା ରଣନୀତି । ଭାରତୀୟ ସେନାକୁ ନିଜ ଦେଶର ପୁରୁଣା ରଣକୌଶଳ ବାବଦରେ ଜଣାଇବା ମଧ୍ୟ ଏହାର ଲକ୍ଷ୍ୟ ।

Abide with mearmy canteenArmy messArt of warAuld Lang SyneBand tunesDefenceIndian Armed ForcesIndian ArmyModernisationModernisation of Indian ArmyRetreat ceremonyThe Print reportTraditional changesଆବାଇଡ୍ ୱିଥ୍ ମିଆର୍ଟ୍ ଅଫ୍ ୱାରଓଲ୍ଡ ଲଙ୍ଗ୍ ସିନେଜର୍ମାନୀ ଜେନରାଲ କ୍ଲାଜବିଟିଜଦି ପ୍ରିଣ୍ଟର ରିପୋର୍ଟପରମ୍ପରରେ ପରିବର୍ତ୍ତନବ୍ୟାଣ୍ଡ୍ ଟ୍ୟୁନ୍ବ୍ରିଟଶ ରଣନୀତିଜ୍ଞଭାରତୀୟ ବ୍ୟାଣ୍ଡ୍ ଟ୍ୟୁନଭାରତୀୟ ଯୋଦ୍ଧାଭାରତୀୟ ସେନାରିଟ୍ରିଟ୍ ସେରିମନିଲିଡିଲ ହାର୍ଟସାମରିକ ଅଧ୍ୟୟନସୁନ୍ ଜୁସ୍ୱଦେଶୀ ଉପକରଣ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami