ମମତାଙ୍କ ପରେ ତାଙ୍କ ପୁତୁରା ଅଭିଷେକ ହେବେ ଟିଏମସି ମୁଖ୍ୟ

କୋଲକାତା: ୧୯୯୮ରେ ଯେତେବେଳେ ମମତା ବାନାର୍ଜୀ କଂଗ୍ରେସ ଛାଡି ତୃଣମୁଳ କଂଗ୍ରେସ ଗଠନ କରିଥିଲେ, ସେତେବେଳେ କଂଗ୍ରେସର ବହୁ ବଡ ବଡ ନେତା ତାଙ୍କ ସହ ତୃଣମୁଳ କଂଗ୍ରେସରେ ଯୋଗ ଦେଇଥିଲେ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଯେତେବେଳେ ତୃଣମୁଳ କଂଗ୍ରେସ ୨୦୧୧ରେ ବେଙ୍ଗଲରେ କ୍ଷମତା ହାସଲ କଲା, ସେତେବେଳେ ରାଜ୍ୟ ରାଜନୀତିରେ ମମତା ବାନାର୍ଜୀଙ୍କ ଉତ୍ତରାଧିକାରୀକୁ ନେଇ କଳ୍ପନାଜଳ୍ପନା ଜାରି ରହିଲା । ପରବର୍ତ୍ତି ସମୟରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଯାଗା କିଏ ନେବ ସେନେଇ ଅନେକ ସମୟରେ ଆଲୋଚନା ଜାରି ରହୁଥିଲା ।

ସିଏମ ହେବା ନେଇ ସ୍ପଷ୍ଟ କଲେ ଦଳର ମୁଖପାତ୍ର

ବର୍ତ୍ତମାନ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ରାଜନୀତିରେ ନିଜର ଶକ୍ତି ପ୍ରମାଣ କରିସାରିଥିବାରୁ ଏବେ ଏହା ସ୍ପଷ୍ଟ ହେଉଛି ଯେ ସେ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଦଳର ମୁଖପାତ୍ର କୁନାଲ ଘୋଷ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି । ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଏବଂ ତୃଣମୁଳ କଂଗ୍ରେସ (ଟିଏମସି) ରାଷ୍ଟ୍ରିୟ ମହାସଚିବ ଅଭିଷେକ ବାନାର୍ଜୀ ତାଙ୍କ ପିଉସୀଙ୍କ ସ୍ଥାନରେ ସିଏମ୍ ଭାବେ ଦାୟିତ୍ୱ ଗ୍ରହଣ କରିବେ । କୁନାଲ ଘୋଷଙ୍କ ଏହି ବୟାନ ପଶ୍ଚିମବଙ୍ଗର ଶାସକଦଳର ଯୁବ ରାଜନେତା ଓ ବରିଷ୍ଠ ନେତାଙ୍କ ମଧ୍ୟରେ ଗତ କିଛି ଦିନ ଧରି ଲାଗିରହିଥିବା ବିତର୍କ ମଝିରେ ଆସିଛି । ଏହି ବିତର୍କ ଗତ ନଭେମ୍ବର ମାସରୁ ଆରମ୍ଭ ହୋଇଥିଲା, ଯେତେବେଳେ ଦୁଇଥରର ସାଂସଦ ତଥା ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ କହିଥିଲେ ଯେ, “ଏହା ରାଜନୀତି ହେଉ କିମ୍ବା ଅନ୍ୟ କ୍ଷେତ୍ର, ସବୁଥିରେ ଏକ ବୟସ ସୀମା ରହିବା ନିହାତି ଜରୁରୀ । ଜଣେ ବ୍ୟକ୍ତି ଯେଉଁ କାମ ୩୦ ବର୍ଷରେ କରିପାରିବ ସେ ୩୫ ରୁ ୫୦ ବର୍ଷ ମଧ୍ୟରେ ମଧ୍ୟ ସେହି କାମକୁ କରିପାରିବ । କିନ୍ତୁ ଜଣେ ୮୦ ବର୍ଷର ବ୍ୟକ୍ତି ତାହା କରିପାରିବ ନାହିଁ ।

ନିରନ୍ତର ଭାବେ ଲୋକଙ୍କ ପ୍ରତି ସେବା ଜାରି ରଖିବେ

ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଚୁଚୁରାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁନାଲ ଘୋଷ କହିଛନ୍ତି ଯେ, ମମତା ବାନାର୍ଜୀ ୨୦୩୬ ପର୍ଯ୍ୟନ୍ତ ଏହିପରି ଭାବରେ ନିରନ୍ତର ଜନସାଧାରଣଙ୍କ ପ୍ରତି ତାଙ୍କ ସେବା ଜାରି ରଖିବେ ଏବଂ ତା’ପରେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ତାଙ୍କ ସ୍ଥାନ ନେବେ । ୨୦୨୪ ଲୋକସଭା ନିର୍ବାଚନର ସ୍ଥିତି ସ୍ପଷ୍ଟ କରି ଟିଏମସି ମୁଖପାତ୍ର କହିଛନ୍ତି ଯେ, ଆମେ ନିଶ୍ଚିତ କରୁଛୁ ଯେ ମମତା ଦିଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢିବୁ ଏବଂ ଅଭିଷେକ ବାନାର୍ଜୀ ତାହାର ସେନାପତି ଦାୟିତ୍ୱ ତୁଲାଇବେ ।

Mamata banarjeeMamata will be succeeded by her son Abhishek as TMC chief
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami