ମଧ୍ୟାହ୍ନରେ ବର୍ଷିଥିଲେ, ସନ୍ଧ୍ୟାରେ ମମତାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗଲରେ ଦଳୀୟ ସମାବେଶ କରି କ୍ଷମତାସୀନ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଥିଲେ । ସନ୍ଦେଶଖାଲି ପ୍ରସଙ୍ଗରେ ସେ ଟିଏମସି ଉପରେ ବର୍ଷିଥିଲେ । ତେବେ ସନ୍ଧ୍ୟାରେ ମୋଦି ରାଜଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ରାଜଭବନରେ ହୋଇଥିବା ଏହି ଭେଟଘାଟ ବେଳର ଫଟୋ ସାମ୍ନାକୁ ଆସିଛି । ସେହିପରି ଭେଟଘାଟ ସୌଜନ୍ୟମୂଳକ ଓ ପ୍ରୋଟକଲ ଅନୁସାରେ ହୋଇଥିବା ମମତା ବାନାର୍ଜୀ କହିଛନ୍ତି । ମମତା କହିଛନ୍ତି ଯେ, ବିଭିନ୍ନ ପ୍ରସଙ୍ଗରେ କଥା ହେବା ସହ ରାଜ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛି ।

ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ହୋଇଛି ବୋଲି କହଲେ ମମତା

କେନ୍ଦ୍ର ଉପରେ ବାକି ପଡ଼ିଥିବା ରାଜ୍ୟର ଭାଗ ସମ୍ପର୍କରେ କଥାବାର୍ତ୍ତା ହୋଇଛି କି ପ୍ରଶ୍ନରେ ମମତା କହିଛନ୍ତି, “ମୁଁ ଉକ୍ତ ପ୍ରସଙ୍ଗ ମଧ୍ୟ ଉଠାଇଛି ବୋଲି ମମତା କହିଛନ୍ତି । ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ଜନସମାବେଶକୁ ସମ୍ବୋଧନ କରିଥିଲେ । ଏଥିସହ ଏକାଧିକ ସରକାରୀ ପ୍ରକଳ୍ପ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମୋଦି ରାଜଭବନକୁ ଯାଇଥିଲେ । ସେ ପହଞ୍ଚିବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ରାଜଭବନକୁ ଯାଇଥିଲା । ରାଜ୍ୟପାଳ ସିଭି ଆନନ୍ଦା ବୋଷ କହିଛନ୍ତି ଯେ ସେ ରାଜଭବନରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ । ଅର୍ମବାଗରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ରାଜ୍ୟପାଳ ସାମିଲ ହୋଇଥିଲେ । ଏଠାରେ ୭,୨୦୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମୋଦି କରିଥିଲେ ।

Mamata banarjeeMamata meets Prime Minister ModiPM Narendra Modipm narendra modi latest news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami