ଶିବସେନା ସହିତ ଯାହା ହୋଇଥିଲା ଏନସିପି ସହିତ ସେଇଆ ହେବ

ରାଜନୀତିରେ କିଛି ମଧ୍ୟ ହୋଇପାରେ ମିତ୍ର,ଶତ୍ରୁ ଏମିତିକି ପାରିବାରିକ ସମ୍ପର୍କ ମଧ୍ୟ ଏଥିରେ ସ୍ଥାୟୀ ନୁହେଁ ମହାରାଷ୍ଟ୍ରରେ ଦାଦା ଓ ପୁତୁରାଙ୍କ ମଧ୍ୟରେ ଦଳ,ଚିହ୍ନ ଏବଂ ରାଜନୈତିକ ଉତ୍ତାରିଧିକାରକୁ ନେଇ ଚାଲିଥିବା ଲଢେଇ ଏହାର ପ୍ରମାଣ । ଏମିତିରେ ବି ଏହାର ଢେର ଉଦାହରଣ ରହିଛି । ଗୋଟିଏ ସମୟରେ ଚରଣ ସିଂହକୁ ଯେଉଁ ରାଜନାରୟଣ ତାଙ୍କ ରାମ ବୋଲି କହୁଥିଲେ କିଛି ଦିନ ପରେ ସେ ତାଙ୍କୁ ଚରଣ ବଦଳରେ ଚେୟାର ସିଂହ ବୋଲି କହିବା ଆରମ୍ଭ କରିଥିଲେ । ଏହାର ପାଖାପାଖି ଏକ ଦଶକ ପରେ ଭିପି ସିଂହଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବାରେ ସାହାଯ୍ୟ କରିଥିବା ଦେବୀଲାଲ ନିଜେ ମ୍ୟାଡମ କାଣ୍ଡରେ ଭିପିଙ୍କ ସରକାରକୁ ନାକେଦମ କରିଥିଲେ ମହାରାଷ୍ଟ୍ରରେ ଏବେ ରାଜନୈତିକ ଲିଗାସୀକୁ ନେଇ ଯେଉଁ ପାରିବାରିକ ଲଢେଇ ଚାଲିଛି ତାହା ହେଉଛି ଏହାର ଆଉ ଗୋଟିଏ ଉଦାହରଣ ମାତ୍ର

ଦାଦା ପୁତୁରାକୁ ବାହାର କଲେ ,ପୁତୁରା ଦାଦାକୁ

ଏନସିପିରୁ ଦାଦା ଶରଦ ପାୱାରଙ୍କୁ ପୁତୁରା ଅଜିତ ପାୱାର ବାହାର କରିଦେଇଛନ୍ତି ଦାଦାଙ୍କ ବୟସ ହୋଇଗଲାଣି ଏବେ ସେ ସନ୍ୟାସ ନିଅନ୍ତୁ ବୋଲି ଅଜିତ କହିଥିଲେ ଅଜିତଙ୍କୁ ଉତ୍ତର ଦେଇ ଭଉଣୀ ସୁପ୍ରିୟା ସୁଲେ କହିଲେ,ରତନ ଟାଟା,ୱାରେନ୍ ବଫେଟ୍ ଯଦି 86 ବର୍ଷ ବୟସରେ କାମ କରି ପାରୁଛନ୍ତି ତେବେ ଶରଦ ପାୱାର କାହିଁକି କରିପାରିବେ ନାହିଁଅଜିତଙ୍କ ସଭାରେ ନିଜ ଫଟୋ ଲଗାଯିବାକୁ ମଧ୍ୟ ଶରଦ ପସନ୍ଦ କରିନାହାନ୍ତି । ସେ କହିଛନ୍ତି ପୂଜା କରୁଛ କିନ୍ତୁ କଥା ମାନୁନ ଅଜିତ ତାଙ୍କ ସହିତ 40 ବିଧାୟକ ଥିବା ଦାବି କରୁଛନ୍ତି । ହୋଇପାରେ ଅଜିତଙ୍କ ଦାବିରେ ସତ୍ୟତା ଥାଇପାରେ । ହୋଇପାରେ ଶରଦ ମଧ୍ୟ ନିଜ ବିଧାୟକଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବେ । କିନ୍ତୁ ଲାଗୁଛି ଦଳ ଓ ସଂକେତ ଅଜିତଙ୍କୁ ମିଳିବ । କାହିଁକି ?

ଶିବସେନା ଭଳି ଏନସିପି ଅବସ୍ଥା ହେବ ?

ଶରଦ ପାୱାର କହିଛନ୍ତି ଏନସିପି ଅବସ୍ଥା ଶିବସେନା ଭଳି ହୋଇପାରେ । ଏଭଳି କହିବାର କାରଣ ହେଉଛି ଦଳର ସଂକେତ ଉପରେ ଅଜିତଙ୍କ ଦାବି । ଶିବସେନାର ସିନ୍ଦେ ଗୋଷ୍ଟି ଯେମିତି ଦଳର ସଂକେତ ପାଇଗଲା ସେମିତି ଅଜିତ ମଧ୍ୟ ସଂକେତ ନେଇ ପାରନ୍ତି ବୋଲି ଶରଦ ଆଶଙ୍କା କରୁଛନ୍ତି । ତାଙ୍କ ଆଶଙ୍କାର କାରଣ ହେଉଛି କେନ୍ଦ୍ରରେ ଥିବା ବିଜେପି ସରକାର ଅଜିତଙ୍କ ପଛରେ ଅଛି ସିନ୍ଦେଙ୍କୁ ବିଜେପିର ସମର୍ଥନ କାରଣରୁ ହିଁ ଦଳ ଓ ସଂକେତ ଉପରେ ତାଙ୍କ ଗୋଷ୍ଠୀ ହକ୍ ଜମାଇ ପାରିଥିଲା । ତେଣୁ ଶରଦ ଆଶଙ୍କା କରୁଛନ୍ତି ଯେ,ହୁଏତ ପୁତୁରା ଅଜିତ ତାଙ୍କୁ ଏଥିରେ ମାତ୍ ଦେଇ ପାରନ୍ତି ।

eknath shinde vs uddhav thackeraymaharashtra politicsmaharashtra politics latest newsncp ajit pawar newsncp ajit pawar statusncp maharashtrancp maharashtra newsncp maharashtra statusncp sharad pawarsharad pawar ajit pawar newssharad pawar vs ajit pawarshiv sena party caseshiv sena party latest newswhat happened to shiv sena party
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami