ମଧ୍ୟପ୍ରଦେଶ ଏହି ସୈତାନକୁ ବିଜେପି ଦେଖୁଛି? ବୁଲଡୋଜର ବୁଲିବ ନା ନାହିଁ ?

ସେ ସିଗାରେଟ୍ ଉପରେ ସିଗାରେଟ୍ ଟାଣି ଚାଲିଥିଲା ମଦନିଶାର ମଦହୋସ ସେହି ସୈତାନ ଜଣେ ଜୀବନ୍ତ ବ୍ୟକ୍ତି ଉପରେ ପରିଶ୍ରା କରୁଥିଲା ସ୍ୱାଧିନତାର 75 ବର୍ଷ ପରେ ଏଭଳି ଚିତ୍ର ସେହି ରାଜ୍ୟରୁ ଆସୁଛି ଯେଉଁ ରାଜ୍ୟରେ ବିଜେପିର ସରକାର ଅଛି । ଆଉ ଯିଏ କାଳେ ଚିତ୍ର ଓ ଚରିତ୍ର ଉପରେ ବିଶ୍ୱାସ କରେ । ଏହେ ଏହି ଚିତ୍ରକୁ ଦେଖି କେବଳ ଗୋଟିଏ ପ୍ରଶ୍ନ ମନକୁ ଆସୁଛି ବିଜେପିର ବୁଲଡୋଜର ଏହି ସୈତାନର ଘରମୁହାଁ ହେବ କି ?

ଇଏ ନେତା ନୁହେଁ ସୈତାନ

ମଧ୍ୟପ୍ରଦେଶର ସିଧିରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବାର ଏହି ଚିତ୍ର ଏବେ ଦେଶକୁ ଦୋହଲାଇ ଦେଇଛି ଦେଶର ଅନ୍ତରଆତ୍ମାକୁ ଦୋହଲାଇ ଦେଇଥିବା କାଣ୍ଡ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସ୍ଥାନୀୟ ବିଜେପି ନେତା । ରାଜ୍ୟରେ ସରକାର ନିଜ ଦଳର ତେଣୁ ମଦନିଶାରେ ବାବୁ ଜଣେ ଆଦିବାସୀ ଯୁବକଙ୍କ ଉପରେ ମୁତିଦେଲେଏହି କାଣ୍ଡ କରିଥିବା ବ୍ୟକ୍ତିର ନାମ ହେଉଛି ପ୍ରବେଶ ଶୁକ୍ଲା । ବିଜେପି ବିଧାଯକ କେଦାରନାଥ ଶୁକ୍ଲାଙ୍କ ପ୍ରତିନିଧିବିଧାୟକ ଯେତେବେଳେ ନିଜ ଦଳର ସେତେବେଳେ ଡର କାହାକୁ ? ତେଣୁ ପ୍ରବେଶ ଶୁକ୍ଲା ମଣିଶ ଉପରେ ପରିସ୍ରା କରିବାକୁ ପଛାଇଲେ ନାହିଁ

ମାମଙ୍କ ବୁଲଡୋଜର ପ୍ରବେଶର ଘରେ ପ୍ରବେଶ କରିବ ତ ?

ବିଜେପି ଶାସିତ ରାଜ୍ୟରେ ଏବେ ବୁଲଡୋଜର ଫୁଲ ସ୍ପିଡରେ ବୁଲୁଛି । କେଉଁଠି କିଛି ହେଲେ ଅଦାଲତ ରାଯ ଦେବା ଆଗରୁ ବୁଲଡୋଜର ଅଭିଯୁକ୍ତଙ୍କ ଘର ଆଗର ପହଂଚି ଯାଉଛି ଘର ଭାଙ୍ଗୁଛି ସିଦ୍ଧି ମୁତ୍ର କାଣ୍ଡ ପରେ ଏବେ ବିଜେପି ବୁଲଡୋଜରକୁ ଲୋକ ସୋସିଆଲ ମିଡିଆରେ ଖୋଜୁଛନ୍ତିମଧ୍ୟପ୍ରଦେଶର ମାମା ଓରଫ ଶିବରାଜ ଚୌହାନଙ୍କ ବୁଲଡୋଜର କେଉଁ ରାସ୍ତା ଦେଇ ପ୍ରବେଶଙ୍କ ଘର ଆଡକୁ ଯାଉଛି କିମ୍ବା ଯିବ ବୋଲି ଲୋକ ପଚାରୁଛନ୍ତି ।

ବିଜେପି ନେତାଙ୍କ ମୁହଁ ସିଲ୍

ଏଣେ ବିଜେପି ନେତା କିନ୍ତୁ ଏହି ପ୍ରସଙ୍ଗକୁ ନେଇ ମୁହଁରେ ତୁଣ୍ଡି ଭିଡ଼ିଛନ୍ତି ପ୍ରବେଶର ଘର ଉପରେ ବୁଲଡୋଜର ଚଢିବ କି ନାହିଁ ପ୍ରଶ୍ନର ଉତ୍ତରରେ ବିଧାୟକ କେଦାରନାଥ ଶୁକ୍ଲା କହୁଛନ୍ତି ସିଏ ଆଗରୁ ମୋର ପ୍ରତିନିଧି ଥିଲା । ଏବେ ନାହିଁ । ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ କରାଯିବ । କିନ୍ତୁ ବୁଲଡୋଜର କଥା ଉଠିବାରୁ ବିଧାୟକ ଚୁପ ରହିଛନ୍ତିମଧ୍ୟପ୍ରଦେଶର ବଡ଼ବୋଲା ଚିତାତିଳକ ଲଗାଉଥିବା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ସମାନ ପ୍ରଶ୍ନ ପଚରା ଗଲେ କହୁଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ବୁଲଡୋଜର କୁଆଡେ ଗଲା ପଚାରିଲେ ମିଶ୍ର ଚୁପ । କହୁଛନ୍ତି ଘର ଯଦି ତା’ବାପା ଜେଜେବାପାଙ୍କର ହୋଇଥିବ କିମ୍ବା ଘର ଯଦି ସରକାରୀ ଜମି ଉପରେ ନଥିବ ତେବେ ବୁଲଡୋଜର ଭାଙ୍ଗିବ କେମିତି । ଏଠି ପ୍ରଶ୍ନ ଉଠୁଛି ଆଗରୁ ଯେତେ ଘର ମାମାଙ୍କ ବୁଲଡୋର ଭାଙ୍ଗିଛି ସବୁ କଣ ସରକାରୀ ଜମି ଉପରେ ତିଆରି ହୋଇଥିଲାଏବାବଦରେ ସରକାରୀ କଳ କେମିତି ତୁରନ୍ତ ଉପସଂହାରକୁ ଆସିଗଲେ । ଏମିତି ନୁହେଁ ତ ବିଜେପି ବୁଲଡୋଜର ଖାଲି ଗୋଟିଏ ବିଶେଷ ବର୍ଗକୁ ଟାର୍ଗେଟ୍ କରେ ?

madhya pradesh bjp sarkarmadhya pradesh governmentmadhya pradesh newsmadhya pradesh sarkarmadhya pradesh viral videopravesh shuklapravesh shukla bjppravesh shukla madhya pradeshpravesh shukla madhya pradesh bjppravesh shukla mppravesh shukla newspravesh shukla viral video
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami