ଲୋକସଭା ନିର୍ବାଚନ ନେଇ ଆପ୍‌-କଂଗ୍ରେସ ଆସନ ଭାଗବଣ୍ଟା ଶେଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍‌) ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ଶନିବାର ଉଭୟ ଦଳ ଏହା ଘୋଷଣା କରିଛନ୍ତି । ଏହି ଦୁଇ ଦଳ ଦିଲ୍ଲୀ, ଗୁଜୁରାଟ, ହରିୟାଣା ଏବଂ ଗୋଆରେ ଏକାଠି ନିର୍ବାଚନ ଲଢ଼ିବେ । ଦିଲ୍ଲୀରେ ଏଏପି ସାତୋଟି ଲୋକସଭା ଆସନ ମଧ୍ୟରୁ ଚାରିଟି ଆସନ ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ନୂଆଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଚାନ୍ଦନୀ ଚୌକ୍‌, ଉତ୍ତର ପୂର୍ବ ଦିଲ୍ଲୀ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀରୁ କଂଗ୍ରେସ ନିଜର ପ୍ରାର୍ଥୀ ଦେବ । ଏହା ଘୋଷଣା କରି କଂଗ୍ରେସ ନେତା ମୁକୁଲ ୱାସନିକ କହିଛନ୍ତି ଗୁଜରାଟର ୨୪ ଟି ଆସନରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଗୁଜରାଟର ଦୁଇଟି ଲୋକସଭା ଆସନ ଭରୁଚ ଏବଂ ଭାବନଗରରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଦେବ । ହରିୟାଣାର ଗୋଟିଏ ଆସନ କୁରୁକ୍ଷେତ୍ରରେ ଆମ୍ ଆଦମୀ ପାର୍ଟି ଲଢ଼ିବ । ଚଣ୍ଡିଗଡ଼ ଆସନରୁ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରିବ । ଏଥିସହ ଗୋଆର ଉଭୟ ଆସନରେ କଂଗ୍ରେସ ନିର୍ବାଚନ ଲଢ଼ିବ ।

ବିଜେପିକୁ ପରାଜିତ କରିବାକୁ କଂଗ୍ରେସର ରଣନୀତି ପ୍ରସ୍ତୁତ

୨୦୧୪ ଏବଂ ୨୦୧୯ ରେ ଅନୁଷ୍ଠିତ ଶେଷ ଦୁଇଟି ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀର ସମସ୍ତ ଆସନକୁ ହାତେଇବା ସହିତ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିଲା । ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ପରାଜିତ କରିବାକୁ କଂଗ୍ରେସ ଅନ୍ୟ ରାଜନୈତିକ ଦଳଙ୍କ ସହିତ ମିଳିତ ହୋଇ ଆସନ ଭାଗବଣ୍ଟା ଭିତ୍ତିରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଟିଏମସି ସହ କଂଗ୍ରେସ ପଶ୍ଚିମବଙ୍ଗରେ ଆସନ ବୁଝାମଣା ପାଇଁ ଗୁରୁତ୍ୱାରୋପ କରିଛି । ମାତ୍ର ଉଭୟ ଦଳ ମଧ୍ୟରେ କେତେକ ନୀତିଗତ କାରଣରୁ ବୁଝାମଣାରେ ଅଗ୍ରଗତି ହୋଇ ପାରୁନାହିଁ ।

AAP supremo arvind kejriwalArvind Kejriwal cmlok sabha elections aap congress seat sharing finalrahul gandhi congress
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami