୫ ବର୍ଷ ହେଲା ଦେଇନାହାନ୍ତି ବୀମା ପ୍ରିମିୟମ ? ଏମିତି ହୋଇ ପାରିବ ପଲିସି ରିଭାଇଭାଲ…

ସୁରକ୍ଷିତ ଭବିଷ୍ୟତ ବା ନିଜ ପରିବାର ପାଇଁ ଜୀବନ ବୀମା କରିବା ନିହାତି ଆବଶ୍ୟକ । ଆପଣ ମଧ୍ୟ କରିଥିବେ । କିନ୍ତୁ କେବେ କେବେ ଅର୍ଥ ସମସ୍ୟାରୁ କେହି କେହି ପ୍ରିମିୟମ୍ ଦେଇ ପାରିନଥାନ୍ତି । ଏଥିରୁ କିଭଳି ଆଶ୍ୱସ୍ତି ପାଇବେ ତାହା ମଧ୍ୟ ଏକ ସମସ୍ୟା । କିନ୍ତୁ ଏବେ ଆପଣଙ୍କର ଏହି ସମସ୍ୟାର ସମାଧାନ ସହଜରେ ହୋଇଯିବ । କାରଣ ଆପଣଙ୍କର ବନ୍ଦ ହୋଇ ଯାଇଥିବା LICକୁ ଚାଲୁ କରିବାକୁ ମିଳୁଛି ସୁବର୍ଣ୍ଣ ସୁଯୋଗ । ତେବେ କ’ଣ ଏହି ସୁଯୋଗ ନଜର ପକାନ୍ତୁ ।

LIC ଆଣିଛି ଲ୍ୟାପ୍ସଡ ପଲିସି ରିବାଇବାଲ ସ୍କିମ୍ । ୭ ଫେବୃଆରୀରୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ LIC ପଲିସି ହୋଲ୍ଡରଙ୍କୁ ଲ୍ୟାପ୍ସ ହୋଇ ଯାଇଥିବା ବୀମା ପଲିସିକୁ ପୁଣିଥରେ ଚାଲୁ ରଖିବା ପାଇଁ ସୁଯୋଗ ଦେଉଛି । ଯେଉଁଥିରେ ବୀମା ପଲିସିକୁ ପୁଣିଥରେ ସକ୍ରିୟ ବା ଚାଲୁ ରଖିବା ପାଇଁ ଦେବାକୁ ଥିବା ଫିସ୍ ଉପରେ ଛାଡ଼ ଦିଆଯାଉଛି । ଯେଉଁ ପଲିସିର ମ୍ୟାଚୁରିଟି ପୂରା ହୋଇନାହିଁ ସେମାନେ ଏହି ସ୍କିମ୍ ଦ୍ୱାରା ପଲିସିକୁ ପୁନର୍ବାର ଚାଲୁ କରିପାରିବେ । କେବଳ ସେତିକି ନୁହେଁ ୫ ବର୍ଷ ଧରି ପ୍ରିମିୟମ ଭରଣ ହୋଇନଥିଲେ ମଧ୍ୟ ଉକ୍ତ ଆକାଉଣ୍ଟକୁ ସକ୍ରିୟ କରାଯାଇ ପାରିବ । କିନ୍ତୁ ଧ୍ୟାନ ରଖିବେଯେ, ଟର୍ମ ପ୍ଲାନ୍ ଏବଂ ହାଇ ରିସ୍କ ପ୍ଲାନରେ ଛାଡ଼ ମିଳିବ ନାହିଁ ।

କେବଳ ସେତିକି ନୁହେଁ ବରଂ ପଲିସିକୁ ପୁଣିଥରେ ସକ୍ରିୟ କରିବା ପାଇଁ ମେଡିକାଲ ଚେକ୍ ଅପ୍ କରିବା ବାଧ୍ୟତାମୂଳକ । ଅନ୍ୟପଟେ ସ୍ୱାସ୍ଥ୍ୟ ଏବଂ ମାଇକ୍ରୋ ବୀମା ପ୍ଲାନକୁ ପୁଣିଥରେ ଚଲାଇବା ପାଇଁ କୌଣସି ଫାଇନ୍ ଦେବାକୁ ପଡ଼ିବ ନାହିଁ ।

IRDAI ଗାଇଡଲାଇନ୍ ଅନୁସାରେ ଗ୍ରେସ୍ ପିରିୟଡରେ ପେମେଣ୍ଟ ନ କଲେ ଇନ୍ସୁରାନ୍ସ ପଲିସି ଲ୍ୟାପ୍ସ ହୋଇଯାଏବାର୍ଷିକ, ଅର୍ଦ୍ଧ-ବାର୍ଷିକ ଏବଂ ତ୍ରୈମାସିକ ପ୍ରିମିୟମ୍ ଭରିବାର ଅବଧି ହେଉଛି ୩୦ ଦିନ ।

ପ୍ରତି ମାସରେ ପ୍ରିମିୟମ ଦେବାର ଗ୍ରେସ୍ ପିରିୟଡ୍ ୧୫ ଦିନ । ଏକ ଲ୍ୟାପ୍ସ ପଲିସିକୁ ଦ୍ୱିତୀୟ ଥର ଚାଲୁ କରିବା ପାଇଁ ସୁଧ ସହିତ ଆକୁମୁଲେଟଡ ପ୍ରିମିୟମ ଦେବାକୁ ପଡ଼ିଥାଏ । ଏହା ସହିତ ନିୟମାନୁସାରେ ଜିଏସଟି ଲାଗିବ ।

ତେବେ ଏହି ବିଶେଷ ଅଫର ଦ୍ୱାରା ଲ୍ୟାପ୍ସଡ ଏଲଆଇସି ପଲିସିକୁ ପୁଣିଥରେ ସକ୍ରିୟ କରିବା ପାଇଁ ପଲିସି ହୋଲ୍ଡରଙ୍କୁ ନିଜ LIC ଏଜେଣ୍ଟଙ୍କ ସହିତ ଯୋଗାଯୋଗ କରିବାକୁ ପଡ଼ିବ ।

ଆପଣ LICର ଅଫିସିଆଲ ଓ୍ୱେବସାଇଟରୁ ରିବାଇବାଲ ଫର୍ମ ଡାଉନଲୋଡ କରିପାରିବେ ।

୧ଲକ୍ଷର ପ୍ରିମିୟମର ହେଲ୍ଥ ଇନ୍ସୁରାନ୍ସରେ ବିଳମ୍ବରେ ପ୍ରିମିୟମ ଦେଲେ ୨୦ ପ୍ରତିଶତ ବା ୨ ହଜାର ଟଙ୍କା ଏବଂ ୩ ଲକ୍ଷ ପ୍ରିମିୟମ ପଲିସିରେ ୩୦ ପ୍ରତିଶତ ବା ୩ ହଜାର ଟଙ୍କା ଛାଡ଼ ମିଳିବ ।

ଏହା ସହିତ LIC IPOରେ ନିଜ ପଲିସି ହୋଲ୍ଡରଙ୍କୁ ରିହାତି ମୂଲ୍ୟରେ ଶେୟାର ଦେବାପାଇଁ ଯୋଜନା କରିଛି । ଅର୍ଥାତ୍ LICର ଲକ୍ଷ ଲକ୍ଷ ପଲିସି ହୋଲ୍ଡରଙ୍କୁ ଶସ୍ତାରେ ଶେୟାର ପାଇବାର ସୁଯୋଗ ମିଳିବତେବେ ଏଲଆଇସି ନିଜ କର୍ମଚାରୀଙ୍କ ପାଇଁ ମଧ୍ୟ ଏକ ଭାଗ ରିଜର୍ଭ ରଖିବାକୁ ନେଇ ଯୋଜନା ଜାରି ରଖିଛି ।

high risk planinsurance premiumIRDAI guidelineIRDAI ଗାଇଡଲାଇନ୍jeevan bimajeevan bima nigamLIC agentlic lapsedlic lapsed policy revival schemelic policylic policyholdersLIC premiummicro bima planpolicy maturityrevival formterm planଜୀବନ ବୀମାଟର୍ମ ପ୍ଲାନ୍ ଏବଂ ହାଇ ରିସ୍କ ପ୍ଲାନପଲିସି ରିବାଇବାଲ ସ୍କିମ୍ପଲିସିର ମ୍ୟାଚୁରିଟିପ୍ରିମିୟମ୍ମାଇକ୍ରୋ ବୀମା ପ୍ଲାନରିବାଇବାଲ ଫର୍ମ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami