କାର ଓ ବାଇକ୍ ଫୁଏଲ ଟ୍ୟାଙ୍କ ପୁରା ଫୁଲ୍ ନକରିବାକୁ କାହିଁକି କହିଲେ ସରକାର

କେନ୍ଦ୍ର ସରକାରଙ୍କ ଉପଭୋକ୍ତା ମନ୍ତ୍ରଣାଳୟ ଏକ ନୂଆ ସର୍କୁଲାରରେ କାର ଚାଳକଙ୍କୁ ନିଜ ଗାଡ଼ିର ଫୁଏଲ ଟାଙ୍କିକୁ ଫୁଲ ନକାରିବାକୁ କହିଛନ୍ତି। ପେଟ୍ରୋଲ ପମ୍ପରେ ଇନ୍ଧନ ଭରିବା ବେଳେ ଟାଙ୍କି ଫୁଲ କରିବା ବିପଜ୍ଜନକ ହୋଇପାରେ। ଏଥିପାଇଁ ଗାଡିରେ ନିଆଁ ଲାଗିବାର ଆଶଙ୍କା ବଢି଼ଯାଇଥାଏ।

ସର୍କୁଲାର କଣ କହୁଛି

କେନ୍ଦ୍ର ସରକାରଙ୍କ ସର୍କୁଲାର ଅନୁସାରେ ଫୁଏଲ ଟ୍ୟାଙ୍କକୁ ପୁରା ଫୁଲ୍ କରିବା ଦ୍ୱାରା ଏଥିରୁ ଇନ୍ଧନ ଲିକ୍ ହେବାର ଆଶଙ୍କା ରହିଥାଏ। ଟାଙ୍କି ଫୁଲ୍ ଥିଲେ ଇନ୍ଧନରୁ ବାହାରୁଥିବା ବାମ୍ଫକୁ ସ୍ଥାନ ମିଳିନଥାଏଫୁଏଲ ଟ୍ୟାଙ୍କ ଭର୍ତ୍ତି ଥିଲେ ଅଧିକ ପ୍ରେସର ତିଆରି ହୋଇଥାଏ। ଫଳରେ ଇଂଜିନକୁ ଆବଶ୍ୟକତାରୁ ଅଧିକ ଇନ୍ଧନ ଯାଇଥାଏ,ଯାହାଦ୍ୱାରା ଗାଡି଼ରି ପରଫାମାନ୍ସ ଉପରେ ପ୍ରଭାବ ପଡ଼ିଥାଏ। ଏଥିପାଇଁ ପେଟ୍ରୋଲ କିମ୍ବା ଡିଜେଲ ଠିକରେ ଜଳିନଥାଏଅଧିକ ହାଇଡ୍ରୋକାର୍ବନ ନିର୍ଗତ ହୋଇଥାଏଟାଙ୍କି ଫୁଲ ଥିଲେ ଗାଡି଼ ନଇଁଲେ ପେଟ୍ରୋଲ ବାହାରକୁ ଆସିଯାଏପେଟ୍ରୋଲ ଜ୍ୱଳନଶୀଳ ହୋଇଥାଏଟାଙ୍କିରୁ ତେଲ ବାହାରିଲେ ନିଆଁ ଲାଗିବାର ଆଶଙ୍କା ବଢି଼ଯାଏ। ଏହା ସହିତ କାର ତିଆରି କରୁଥିବା କମ୍ପାନୀଙ୍କୁ ଗ୍ରାହକଙ୍କୁ ଟାଙ୍କି ଫୁଲ ନକରିବା ପାଇଁ ପରାମର୍ଶ ଦିଅନ୍ତୁ ବୋଲି ସର୍କୁଲାରରେ କୁହାଯାଇଛି।

ଗାଡି଼ ଟାଙ୍କିର ଆକାର ବାବଦରେ ସଠିକ ସୂଚନା ଦେଉ ନାହନ୍ତି କମ୍ପାନୀ

ଏହା ସହିତ ସରକାର କାର ଓ ବାଇକ୍ ନିର୍ମାତାଙ୍କୁ ନିଜ ଗାଡି଼ରେ ବ୍ୟବହାର କରୁଥିବା ତେଲ ଟାଙ୍କିର ଆକାର ବାବଦରେ ସଠିକ ସୂଚନା ଦେବାକୁ କହିଛନ୍ତି। ଗାଡି଼ ନିର୍ମାତା କମ୍ପାନୀ ଫୁଏଲ ଟ୍ୟାଙ୍କର ସଠିକ କ୍ଷମତାଠାରୁ କମ ଦେଖାଇବାର ଅଭିଯୋଗ ଲଗାଇଛନ୍ତି। ସରକାରଙ୍କ କହିବା ହେଉଛି ଯେ, ଗାଡିର ଟାଙ୍କିର ଆୟତନ ଓ ସେଥିରେ କେତେ ତେଲ ରହିପାରିବ ସେନେଇ ଗାଡି କମ୍ପାନୀ ଯାହ ତଥ୍ୟ ଦେଉଛନ୍ତି ତାହା ସଠିକ ନଥିବା ଜଣା ପଡ଼ିଛି। ସୂଚିତ ଆକାରଠାରୁ ତେଲ ଟାଙ୍କିର ଆକାର 10ରୁ 15 ପ୍ରତିଶତ ଅଧିକ ରହୁଛି ବୋଲି ସର୍କୁଲାରରେ କୁହାଯାଇଛି। ଯେଉଁଥିପାଇଁ ଟାଙ୍କି ଫୁଲ କରୁଥିବା ଲୋକଙ୍କ ସହିତ ଲୋକ ଭାବୁଛନ୍ତି ଯେ, ଗାଡି ଟାଙ୍କିରେ ଯେତିକି ତେଲ ଭରିବା କଥା ତାଠାରୁ ଅଧିକ ତେଲ କେମିତି ଭର୍ତ୍ତି ହେଉଛି। ଯେଉଁଥିପାଇଁ ପେଟ୍ରୋଲ ପମ୍ପରେ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଝଗଡାର ଅନେକ ମାମଲା ସାମ୍ନାକୁ ଆସିଛି।ଏଭଳି ସବୁ ମାମଲାରେ ଗ୍ରାହକ ଫୁଏଲ ଟ୍ୟାଙ୍କରେ କମ୍ପାନୀର ନିର୍ଧାରିତ ସୀମାରୁ ଅଧିକ ଇନ୍ଧନ ଭରିବାର ଅଭିଯୋଗ କରିଛନ୍ତି।

central government newscentral government news todaycentral government news updatefuel tank full statusgovernment new updateindia govt newsindian government newspetrol tank full statuswhy not to fill fuel tank of fuelwhy not to fill full tank of fuel
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami