ତୁର୍କୀ ମ୍ୟାରେଜ୍ ଆକ୍ଟ କ’ଣ ? କ’ଣପାଇଁ ଭାରତରେ ନୁସରତଙ୍କ ବିବାହ ଅବୈଧ ?

ତୃଣମୂଳ କଂଗ୍ରେସ ସାଂସଦ ନୂସରତ୍ ଜାହାଁ ବ୍ୟବସାୟୀ ନିଖିଲ ଜୈନଙ୍କ ସହିତ ତାଙ୍କ ବିବାହ ଭାଙ୍ଗିବା ଉପରେ ମୁହଁ ଖୋଲିଛନ୍ତି । ନୂସରତ କହିଛନ୍ତି ଯେ, ତାଙ୍କ ବିବାହ ଭାରତରେ ବୈଧ ହୋଇନଥିବାରୁ ତାଙ୍କ ପାଇଁ ତଲାକ ନେବା ଜରୁରୀ ନୁହେଁ । ନୂସରତ ଏକ ଲମ୍ବା ଚଉଡା ବୟାନ ଜାରି କରି କହିଥିଲେ ଯେ ତାଙ୍କ ବିବାହ ଭାରତରେ ବୈଧ ନଥିଲା କାରଣ ଏହା ଦୁଇଟି ଭିନ୍ନ ଧର୍ମର ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିଲା ଓ ବିବାହ ମଧ୍ୟ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନ୍ତର୍ଗତରେ ପଂଜିକୃତ ହୋଇନଥିଲା । ସେହିଭଳି ସେ ଏହା ମଧ୍ୟ କହିଛନ୍ତି ଯେ, ତୁର୍କିରେ ହୋଇଥିବା ତାଙ୍କ ବିବାହ ସେହି ଦେଶ (ତୁର୍କି)ରେ ମଧ୍ୟ ସେଠାକାର ଆଇନ ଅନୁସାରେ ବୈଧ ନୁହେଁ । ତେଣୁ ତାଙ୍କୁ ଛାଡପତ୍ର ନେବାର ଆବଶ୍ୟକତା ନାହିଁ । ତେବେ ଆସନ୍ତୁ ଜାଣିବା ତୁର୍କିରେ ବିବାହକୁ ନେଇ ଆଇନ କ’ଣ କହୁଛି ଓ ତା’ର ଭାରତରେ ସ୍ଥିତି କ’ଣ ।

ତୁର୍କି ଆଇନ୍ କ’ଣ ?

2019ରେ ତୁର୍କୀରେ ନିଖିଲ ଓ ନୂସରତଙ୍କ ମଧ୍ୟରେ ବିବାହ ହୋଇଥିଲା । ନୂସରତଙ୍କ କହିବା ହେଉଛି ତୁର୍କି ମ୍ୟାରେଜ୍ ଆକ୍ଟ ଅନୁସାରେ ବିଦେଶ ମାଟିରେ ହୋଇଥିବା ବିବାହ ସମାରୋହ ଆଇନଗତ ନୁହେଁ । ଏମିତିରେ ଜାଣିବା ଜରୁରୀ ଯେ, ବିବାହକୁ ତୁର୍କିରେ କେମିତି ମାନ୍ୟତା ମିଳିଥାଏ ।

ତୁର୍କି ବିବାହ ଆଇନ୍

ତୁର୍କିରେ ସିଭିଲ କୋଡର ଫ୍ୟାମିଲ ଲ’ ଚୁକ୍ତିର କଠୋର ଔପଚାରିକତା ରହିଛି । ଚୁକ୍ତି ପୁରା ହେବା ନିତ୍ୟାନ୍ତ ଜରୁରୀ । ସିଭିଲ ରେଜିଷ୍ଟ୍ରେଶନ ସର୍ଭିସେସ୍ ଆକ୍ଟରେ ତୁର୍କିରେ ବିବାହକୁ ନେଇ ଥିବା ଔପଚାରିକତା ବାବଦରେ କୁହାଯାଇଛି । ସେଠାରେ କେବଳ ସିଭିଲ ମ୍ୟାରେଜକୁ ହିଁ ଆଇନଗତ ମାନ୍ୟତା ମିଳିଛି । ଯେତେବେଳେ ଗୋଟିଏ ଦେଶର ଦୁଇ ଜଣ ନାଗରିକ ତୁର୍କି ମାଟିରେ ବିବାହ କରିବେ ସେତେବେଳେ ସେମାନଙ୍କୁ ନିଜ ଦେଶର ଦୂତାବାସ କିମ୍ବା ସେହି ତୁର୍କି ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ପଡିବ ଯାହାଙ୍କ ପାଖରେ ସିଭିଲ ମ୍ୟାରେଜ୍ କରିବାର ଅଧିକାର ଥିବ ।

ଏହା ମଧ୍ୟ ଜରୁରୀ

ତୁର୍କୀ ଅଧିକାରୀଙ୍କ ସମ୍ମୁଖରେ ବିବାହ ପୂର୍ବରୁ ବିବାହ ଅନୁମତିପତ୍ର ଦେଖାଇବାକୁ ପଡିବ । ଏହି ଅନୁମତିପତ୍ର ତୁର୍କି କିମ୍ବା ସେମାନଙ୍କ ନିଜ ଦେଶର ଦୂତାବାସଠାରୁ ମିଳି ପାରିବ । ବିବାହର କିଛି ଦିନ ପୂର୍ବରୁ ସେମାନଙ୍କୁ ତୁର୍କି ଯିବାକୁ ପଡିବ । ଏହାସହିତ ବିବାହ ସମୟରେ ଜଣେ ତୁର୍କି ଅନୁବାଦକ ଉପସ୍ଥିତ ରହିବା ମଧ୍ୟ ଜରୁରୀ ।

ସ୍ପେଶାଲ ମ୍ୟାରେଜ୍ ଆକ୍ଟ କ’ଣ ?

ନୂସରତ ନିଜ ବୟାନରେ ସ୍ପେଶାଲ ମ୍ୟାରେଜ୍ ଆକ୍ଟ 1954ର ଉଲ୍ଲେଖ କରିଛନ୍ତି । ଏହାକୁ ମଧ୍ୟ ସିଭିଲ ମ୍ୟାରେଜ୍ ବା ରେଜଷ୍ଟ୍ରି ମ୍ୟାରେଜ୍ ବୋଲି କୁହାଯାଇଥାଏ । ଏହା ଭାରତର ସବୁ ଧର୍ମର ନାଗରିକଙ୍କ ପାଇଁ ଉଦ୍ଧିଷ୍ଟ । ଏହା ଅନ୍ତର୍ଗତରେ ହୋଇଥିବା ବିବାହ ପାଇଁ କୌଣସି ପର୍ସନାଲ ଲ’ ଲାଗୁ ହୋଇନଥାଏ । ତେବେ ଏଥିପାଇଁ ଗୋଟିଏ ଆଇନଗତ ପ୍ରକ୍ରିୟା ଦେଇ ଯିବାକୁ ପଡିଥାଏ । ନୂସରତଙ୍କ ବିବାହ ଅର୍ନ୍ତଧର୍ମୀୟ ବିବାହ ଥିଲା, ତେଣୁ ଏହା ଉପରେ କେବଳ ଏହି ଆଇନ ହିଁ ଲାଗୁ ହୋଇପାରେ । ନୂସରତଙ୍କ କହିବା ହେଉଛି ତାଙ୍କ ବିବାହ ଏହି ଆଇନକ୍ରମରେ ମଧ୍ୟ ମାନ୍ୟ ନୁହେଁ ।

ପ୍ରକୃତ କଥା ହେଉଛି ନୂସରତ ଓ ନିଖିଲ ଡେଷ୍ଟିନେସନ୍ ୱେଡିଂ କରିଥିଲେ । ଅନେକ ଦେଶରେ ଏହାକୁ ଆଇନଗତ ମାନ୍ୟତା ଦିଆ ଯାଇନାହିଁ । ଡେଷ୍ଟିନେସନ୍ ୱେଡିଂ ଏକପ୍ରକାରର ବିବାହ ସମାରୋହ ହୋଇଥାଏ, ଯାହାକୁ ଅନେକ ମଧ୍ୟ ମ୍ୟାରେଜ୍ ପାର୍ଟି ବୋଲି କୁହନ୍ତି । ଭାରତରେ ଏଭଳି ବିବାହ ସମାରୋହ ଆଇନଗତ ଭାବେ ବିବାହ ହେବ ବୋଲି ବାଧ୍ୟତାମୁଳକ ନୁହେଁ । ଏପରିକି ଧାର୍ମିକ ରିତିନିତ ଅନୁସାରେ ହୋଇଥିବା ବିବାହକୁ ମଧ୍ୟ ଛାଡ଼ପତ୍ର ମାମଲାରେ ଅନେକ ପ୍ରକାରର ଆଇନଗତ ବାଧାର ସମ୍ମୁଖୀନ ହେବାକୁ ପଡିଥାଏ ।

civil registration servicesdestination wedding in turkeyillegal marriageinter caste marriagemarriage invalidnikhil jainNusrat Jahannusrat jahan marriage nikhil jainpersonal lawspecial marriage act 1954trinamool congress mpturkeyturkey ambassadorturkey marriage actଅର୍ନ୍ତଧର୍ମୀୟ ବିବାହଛାଡପତ୍ରଡେଷ୍ଟିନେସନ୍ ୱେଡିଂତୁର୍କିତୁର୍କୀ ମ୍ୟାରେଜ୍ ଆକ୍ଟତୃଣମୂଳ କଂଗ୍ରେସ ସାଂସଦନିଖିଲ ଜୈନନୂସରତ୍ ଜାହାଁରେଜଷ୍ଟ୍ରି ମ୍ୟାରେଜ୍ସିଭିଲ ମ୍ୟାରେଜସ୍ପେଶାଲ ମ୍ୟାରେଜ୍ ଆକ୍ଟସ୍ପେଶାଲ ମ୍ୟାରେଜ୍ ଆକ୍ଟ 1954
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami