କ୍ରେଡିଟ୍ ସ୍କୋରକୁ ନେଇଥିବା ଏହି ଭ୍ରାନ୍ତ ଧାରଣାର ଶିକାର ଆପଣ କି ? ଜାଣନ୍ତୁ କେତେ ଜାଣିଛନ୍ତି ଆପଣ..

ହାଇ ଇନକମ୍ ମାନେ ହାଇ କ୍ରେଡିଟ୍ ସ୍କୋର,କ୍ରେଡିଟ୍ ସ୍କୋର ଚେକ୍ କଲେ ସ୍କୋର ଖରାପ ହୋଇଯାଏ ଓ ଲୋନ୍ ଶୁଝିଦେଲେ କ୍ରେଡିଟ୍ ସ୍କୋର ବଢିଯିବ,ଏଭଳି ଧାରଣା ସବୁ ଭୁଲ । ତେବେ ସତ କଣ ? ଆସନ୍ତୁ ଜାଣିବା

ବ୍ୟାଙ୍କ,ଆର୍ଥିକ ସଂସ୍ଥା ଆପଣଙ୍କୁ କରଜ ଦେବା ବେଳେ ଆପଣଙ୍କ କ୍ରେଡିଟ୍ ସ୍କୋର ଚେକ୍ କରିଥାନ୍ତି ଭଲ କ୍ରେଡିଟ୍ ସ୍କୋର ଅର୍ଥ ଆପଣଙ୍କୁ ଲୋନ୍ ମିଳିବାରେ ଟିକିଏ ସହଜ ହୋଇଥାଏ । ସତ ହେଲା ଆପଣଙ୍କ ସ୍କୋର ଉଦ୍ଧାର ଦେଉଥିବା ସଂସ୍ଥାଙ୍କ ପାଇଁ ମାପଦଣ୍ଡ ଭଳି କାମ କରିଥାଏ । ସେମାନେ ଏଥିରୁ ଆପଣଙ୍କ ଲୋନ୍ ଶୁଝିବା କ୍ଷମତାର ଆକଳନ କରିଥାନ୍ତି । ସବୁଠାରୁ ଭଲ କ୍ରେଡିଟ୍ କାର୍ଡ ଓ ଲୋନ୍ ଅଫର ସେମାନଙ୍କୁ ମିଳିଥାଏ, ଯେଉଁମାନଙ୍କ କ୍ରେଡିଟ୍ ସ୍କୋର 750ରୁ ଅଧିକ ହୋଇଥାଏ । ତେଣୁ ନିଜ କ୍ରେଡିଟ୍ ସ୍କୋରକୁ ଠିକ୍ ରଖିବା ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ । କଣ କରିଲେ ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ରହିବ ଓ କଣ ଆପଣଙ୍କ କ୍ରେଡିଟ୍ ସ୍କୋର ପାଇଁ ଖରାପ ତାହା ଆପଣଙ୍କ ଜାଣିବା ପାଇଁ ନିହାତି ଜରୁରୀ । ତେବେ କ୍ରେଡିଟ୍ ସ୍କୋରକୁ ନେଇ କିଛି ମିଥ୍ୟା କଥା ଇଣ୍ଟରନେଟ୍ ଜରିଆରେ ପ୍ରଚାର ପ୍ରସାର ହେଉଛି । ତେଣୁ ଆସନ୍ତୁ ଜାଣିବା ସେହି ମିଥ୍ୟା ପ୍ରଚାର ସବୁ କଣ..

ହାଇ ଇନକମ୍ ମାନେ ହାଇ କ୍ରେଡିଟ୍ ସ୍କୋର ?

ଆପଣଙ୍କ ଆୟ ସହ କ୍ରେଡିଟ୍ ସ୍କୋରର କୌଣସି ସଂପର୍କ ନାହିଁଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ କ୍ରେଡିଟ୍ ସ୍କୋର ଭଲ ଥିବ ବୋଲି କିଛି ମାନେ ନାହିଁ । ଆପଣ ଅଧିକ ଟଙ୍କା ଆୟ କରୁଥିବେ କିନ୍ତୁ ନିଜ ବକେୟା ଟଙ୍କାକୁ ଠିକ୍ ସମୟରେ ପୈଠ କରୁନଥିବେ, ତେବେ ଆପଣଙ୍କ କ୍ରେଡିଟ୍ ସ୍କୋର ଖରାପ ହେବ । ଆପଣଙ୍କ ଆୟ କମ ହୋଇଥିଲେ ମଧ୍ୟ ଯଦି ଆପଣ ଠିକ୍ ସମୟରେ ନିଜ ଲୋନ୍ କିସ୍ତି ଶୁଝୁଛନ୍ତି ତେବେ ଆପଣଙ୍କ କ୍ରେଡିଟ୍ ସ୍କୋର ସବୁବେଳେ ଭଲ ରହିବ ।

କ୍ରେଡିଟ୍ ସ୍କୋର ଚେକ୍ କଲେ ସ୍କୋର ଉପରେ ଖରାପ ପ୍ରଭାବ ପଡିବ?

ଏହା ଆଉ ଗୋଟିଏ ମିଛ । ଆପଣ ଯେତେଥର ବି କ୍ରେଡିଟ୍ ସ୍କୋର ଚେକ୍ କରନ୍ତୁ ତାହାର ପ୍ରଭାବ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ପଡିବ ନାହିଁ । ଆପଣ ଯେତେଥର ନିଜ କ୍ରେଡିଟ୍ ସ୍କୋରକୁ ଚେକ୍ କରିବେ ସେତେଥର ଏହା ଏକ୍ ସଫ୍ଟ୍ ଇନକ୍ୱାରି ଭାବେ ସୂଚିବଦ୍ଧ ହେବ । ଏହାର ଆପଣଙ୍କ ସ୍କୋର ଉପରେ କୌଣସି ନକରାତ୍ମକ ପ୍ରଭାବ ପଡିବ ନାହିଁ । ପ୍ରକୃତ କଥା ହେଲା ମଝିରେ ମଝିରେ ନିଜ କ୍ରେଡିଟ୍ ସ୍କୋର ଚେକ୍ କରି ଆପଣ ନିଜ ଭୁଲ ଭଟକା ସୁଧାରି ପାରିବେ । ଏହାସହ ଯଦି ଆପଣଙ୍କ ରିପୋର୍ଟରେ କିଛି ଭୁଲ ଭଟକା ଥାଏ, ତେବେ ସମ୍ବନ୍ଧିକ କ୍ରେଡିଟ୍ ସ୍କୋର କଂପାନି ସହ କଥା ହୋଇ ତାହାକୁ ସୁଧାରି ପାରିବେ । ତେଣୁ ମଝିରେ ମଝିରେ ସ୍କୋର ଚେକ୍ କରନ୍ତୁ

କରଜ ଶୁଝିଦେଲେ ସ୍କୋର ବଢେ ?

ଲୋନ୍ କିମ୍ବା କ୍ରେଡିଟ୍ କାର୍ଡ ଆକାଉଣ୍ଟ୍ କ୍ଲୋଜ୍ କରିଦେଲେ ଆପଣ କରଜରୁ ମୁକ୍ତ ହୁଅନ୍ତି । କିନ୍ତୁ ଏହା ଦ୍ୱାରା ଆପଣଙ୍କ କ୍ରେଡିଟ୍ ସ୍କୋର ବଢେନା । ପ୍ରକୃତ କଥା ହେଲା ଗୋଟିଏ ପୁରୁଣା କ୍ରେଡିଟ୍ କାର୍ଡକୁ କ୍ଲୋଜ୍ କରିବା ଦ୍ୱାରା ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ଖରାପ ପ୍ରଭାବ ପଡିଥାଏ ପୁରୁଣା କ୍ରେଡିଟ୍ କାର୍ଡ ବନ୍ଦ କରିବା ଦ୍ୱାରା ଆପଣଙ୍କ ପାଖରେ ଏହା ପ୍ରମାଣିତ କରିବାକୁ କୌଣସି କ୍ରେଡିଟ୍ ଲାଇନ୍ ରୁହେନା ଯେ, ଆପଣ ଠିକ୍ ସମୟରେ ନିଜ ପେମେଣ୍ଟ କରନ୍ତି । ତେଣୁ ସବୁବେଳେ ନିଜ ପୁରୁଣା କ୍ରେଡିଟ୍ କାର୍ଡକୁ ଅଧିକ ଦିନ ଚଳାଇବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ କ୍ରେଡିଟ୍ କାର୍ଡର ବୟସ ଯେତେ ଅଧିକ ହେବ ଆପଣଙ୍କ କ୍ରେଡିଟ୍ ସ୍କୋର ସେତେ ଅଧିକ ହେବ

ଆପଣଙ୍କ ଜୀବନସାଥୀଙ୍କ ସ୍କୋରର ପ୍ରଭାବ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ପଡେ

ବିବାହ ପରେ ଆପଣଙ୍କ ଜୀବନସାଥୀଙ୍କ କ୍ରେଡିଟ୍ ସ୍କୋର ଆପଣଙ୍କ କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରିଥାଏ । ଏମିତି ଧାରଣ ରହିଛି । ଯାହା ବିଲକୁଲ ଭୁଲ । ଆପଣଙ୍କ ସ୍କୋର ଆପଣଙ୍କର ଓ ଆପଣଙ୍କ ଜୀବନସାଥୀଙ୍କ ସ୍କୋର ତାଙ୍କର । ତେଣୁ ଭୟଭୀତ ହୁଅନ୍ତୁ ନାହିଁ । କେବଳ ଗୋଟିଏ ପରିସ୍ଥିତିରେ ଆପଣଙ୍କ ସ୍କୋର ପ୍ରଭାବିତ ହେବ,ଯଦି ଆପଣ ନିଜ ପତ୍ନୀ କିମ୍ବା ପତିଙ୍କର କୌଣସି ଲୋନ୍ ପାଇଁ ଗ୍ୟାରେଣ୍ଟର ପଡିଛନ୍ତି । ଯଦି ସେ ତାଙ୍କ ଲୋନ୍ ଠିକ୍ ସମୟରେ ଶୁଝୁ ନାହାନ୍ତି ତେବେ ତାହାର ପ୍ରଭାବ ଆପଣଙ୍କ ସ୍କୋର ଉପରେ ପଡିବ

ଠିକ୍ ସମୟରେ ପେମେଣ୍ଟ ଦ୍ୱାରା ଆପଣଙ୍କ ସ୍କୋର ଉପରେ ନକରାତ୍ମକ ପ୍ରଭାବ ପଡିବ ନାହିଁ

ଆପଣ ଠିକ୍ ସମୟରେ ନିଜ ଦେୟ ଦେଉଛନ୍ତି ଯଦି ଆପଣଙ୍କ ସ୍କୋର ଭଲ ରହିବ । ତେବେ କେବଳ ଏହାରି ଆଧାରରେ ଆପଣଙ୍କୁ ଭଲ କ୍ରେଡିଟ୍ ସ୍କୋର ମିଳେନା । କ୍ରେଡିଟ୍ ବ୍ୟୁରୋ ଆପଣଙ୍କ ରିପେମେଣ୍ଟ୍ ସହ ଆପଣଙ୍କ କ୍ରେଡିଟ୍ ଉପଯୋଗ ଅନୁପାତ (CUR),କ୍ରେଡିଟ୍ ଲାଇନ୍ ସଂଖ୍ୟା ଓ କ୍ରେଡିଟ୍ ସମୟସୀମାର ମଧ୍ୟ ଯାଂଚ କରିଥାଏ ।ଯଦି ଆପଣଙ୍କ କ୍ରେଡିଟ୍ ଅନୁପାତ 60 ପ୍ରତିଶତ ପାଖାପାଖି ତେବେ ଆପଣ ଠିକ୍ ସମୟରେ ରିପେମେଣ୍ଟ କରୁଥିଲେ ମଧ୍ୟ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ କୁପ୍ରଭାବ ପଡିଥାଏCUR ବ୍ୟତିତ ଆପଣଙ୍କ ରିପୋର୍ଟରେ କୌଣସି ପ୍ରକାରର ଭୁଲ କାରଣରୁ ମଧ୍ୟ ସ୍କୋର ପ୍ରଭାବିତ ହୋଇଥାଏ । ତେଣୁ ଭଲ ସ୍କୋର ପାଇଁ ଅଲଗା କଥାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ ।

ଖରାପ କ୍ରେଡିଟ୍ ସ୍କୋରକୁ ଭଲ କରି ହେବ ନାହିଁ ?

ଏହା ଆଉ ଗୋଟିଏ ମିଛ । ଆପଣ ଠିକ୍ ସମୟରେ ରିପେମେଣ୍ଟ କରି,କ୍ରେଡିଟ୍ ଅନୁପାତ ଠିକ୍ ରଖି ଓ କ୍ରେଡିଟ୍ ଲାଇନକୁ ଠିକ୍ ଭାବେ ମ୍ୟାନେଜ୍ କରି ନିଜ କ୍ରେଡିଟ୍ ସ୍କୋରକୁ ସୁଧାରି ପାରିବେ

ଡେବିଟ୍ କାର୍ଡ ବ୍ୟବହାର ଦ୍ୱାରା ସ୍କୋର ବଢିଥାଏ ?

ଆପଣଙ୍କ ଡେବିଟ୍ କାର୍ଡ ଏକ କ୍ରେଡିଟ୍ ଲାଇନ୍ ନୁହେଁ । ଆପଣଙ୍କ କ୍ରେଡିଟ୍ ଇତିହାସ ଓ କ୍ରେଡିଟ୍ ସ୍କୋର ଉପରେ ଡେବିଟ୍ କାର୍ଡର କୌଣସି ପ୍ରଭାବ ନଥାଏ ।

cibil score new updatecredit score averagecredit score benefitscredit score high impactcredit score how to checkcredit score low how to improvecredit score problemcredit score removehow to credit score improvehow to improve cibil score quicklyhow to increase credit score
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami