ଆଗରୁ ତିନିଥର ଅଲମ୍ପିକ୍ସରେ ସାମିଲ ହୋଇଥିଲା କ୍ରିକେଟ୍ କିନ୍ତୁ ଦୁଇଥର ଖେଳିବାକୁ ଆସିନଥିଲେ ଟିମ୍

ICC ବା ଇଣ୍ଟରନ୍ୟାସନାଲ କ୍ରିକେଟ୍ କମିଟି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଉଦ୍ୟମ କରିବ ବୋଲି ଘୋଷଣା କରିଛି । ୨୦୨୮ ଲସଏଞ୍ଜଲେସ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଆଇସିସି ଉଦ୍ୟମ କରିବ । ଭାରତ ଭଳି ଦେଶରେ କ୍ରିକେଟ କାହିଁକି ଅଲମ୍ପିକ୍ସରେ ସାମିଲ ନାହିଁ ବୋଲି ଅନେକ ସମୟରେ ପ୍ରଶ୍ନ ଉଠେ । ୨୦୨୮ରେ କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସିର ଉଦ୍ୟମ ନିଶ୍ଚିତ ଭାବେ ଭାରତୀୟ ଉପମହାଦେଶ ପାଇଁ ଖୁସି ଖବର । କାରଣ ଭାରତ, ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କାରେ କ୍ରିକେଟ୍ ଖେଳ ନୁହେଁ ଧର୍ମ । ଉପମହାଦେଶରେ ଅଛନ୍ତି ପାଖାପାଖି ୨ଶହ କୋଟି କ୍ରିକେଟ୍ ଫ୍ୟାନ୍ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ସୂଚନା ଦେବାକୁ ଯାହାକୁ ହୁଏତ ଆପଣ ବିଶ୍ୱାସ କରିବେ ନାହିଁ । ୧୨୫ ବର୍ଷ ତଳେ କ୍ରିକେଟ୍ ଅଲମ୍ପିକ୍ସ ଗେମରେ ସାମିଲ ଥିଲା । କିନ୍ତୁ ତିନୋଟି ଅଲମ୍ପିକ୍ସ ପରେ କ୍ରିକେଟକୁ ଅଲମ୍ପିକ୍ସ ଖେଳ ସୂଚୀରୁ ବାହାର କରିଦିଆଯାଇଥିଲା । ଆସନ୍ତୁ ଜାଣିବା ଅଲମ୍ପିକ୍ସରେ କ୍ରିକେଟର ଇତିହାସ କ’ଣ ଥିଲା ଓ କେମିତି ଥିଲା ।

ଅଲମ୍ପିକ୍ସରେ କ୍ରିକେଟ୍

୧୮୯୬ର ପ୍ରଥମ ଅଲମ୍ପିକ୍ସରେ କ୍ରିକେଟ୍ ସ୍ଥାନ ପାଇଥିଲା କିନ୍ତୁ ଖେଳ ହୋଇ ପାରିନଥିଲା । କାରଣ ଅଲମ୍ପିକ୍ସରେ କୌଣସି କ୍ରିକେଟ୍ ଟିମ୍ ଭାଗ ନେଇନଥିଲା

ଏହା ପରେ ୧୯୦୦ ମସିହାର ପ୍ୟାରିସ୍ ଅଲମ୍ପିକ୍ସରେ କ୍ରିକେଟ୍ ପୁଣିଥରେ ସ୍ଥାନ ପାଇଥିଲା । ଏଥିରେ ୪ଟି ଟିମ୍ ଭାଗ ନେଇଥିଲେ । ଯେଉଁ ୪ଟି ଟିମ୍ ଭାଗ ନେଇଥିଲେ ସେମାନେ ଥିଲେ ନେଦରଲ୍ୟାଣ୍ଡ୍, ବେଲଜିୟମ, ବ୍ରିଟେନ୍ ଓ ଫ୍ରାନ୍ସ । କିନ୍ତୁ ପ୍ରତିଯୋଗୀତା ଆରମ୍ଭର ଠିକ୍ ପୂର୍ବରୁ ଦୁଇଟି ଟିମ୍ ଖେଳିବାକୁ ମନା କରିଦେଇଥିଲେ । ଦ୍ୱିତୀୟ ଅଲମ୍ପିକ୍ସର ମୁକାବିଲା ଆରମ୍ଭର ଠିକ୍ ପୂର୍ବରୁ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ ଖେଳିବାକୁ ମନା କରିଦେବାକୁ ବାକି ରହିଥିଲେ ଦୁଇଟି ଟିମ୍ । ଫ୍ରାନ୍ସ ଓ ଇଂଲଣ୍ଡ । ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଗୋଟିଏ ମ୍ୟାଚ୍ ଖେଳାଯାଇଥିଲା । ଆଉ ସେହି ଗୋଟିଏ ମ୍ୟାଚକୁ ହିଁ ଫାଇନାଲ ବୋଲି ଘୋଷଣା କରିଥିଲେ ଆୟୋଜକ । ମ୍ୟାଚରେ ଫ୍ରାନ୍ସକୁ ବ୍ରିଟେନ୍ ହରାଇଥିଲା । ତେଣୁ ବ୍ରିଟେନକୁ ସ୍ୱର୍ଣ୍ଣ ପଦକ ମିଳିବା କଥା । କିନ୍ତୁ ରୋଚକ କଥା ହେଉଛି ବ୍ରିଟେନକୁ ସ୍ୱର୍ଣ୍ଣ ବଦଳରେ ମିଳିଥିଲା ରୌପ୍ୟ ଓ ଫ୍ରାନ୍ସକୁ ମିଳିଥିଲା ବ୍ରୋଂଜ୍ । ତେବେ ମ୍ୟାଚର ୧୨ ବର୍ଷ ପରେ କ୍ରିକେଟକୁ ଅଲମ୍ପିକ୍ସ ଷ୍ଟାଟେଷ୍ଟିକ୍ସରେ ସାମିଲ କରାଯାଇଥିଲା । ଏହା ସହିତ ପୁରୁଣା ଭୁଲକୁ ସଂଶୋଧନ କରିବାକୁ ଯାଇ ବ୍ରିଟେନକୁ ସ୍ୱର୍ଣ୍ଣ ଓ ଫ୍ରାନ୍ସକୁ ରୌପ୍ୟ ପଦକ ଦିଆଯାଇଥିଲା ।

ଦି’ ଦିନିଆ ମ୍ୟାଚ୍

ଅଲମ୍ପିକ୍ସରେ ଖେଳାଯାଇଥିବା ଗୋଟିଏ ମାତ୍ର କ୍ରିକେଟ୍ ମ୍ୟାଚ୍ ଦୁଇ ଦିନ ପାଇଁ ଖେଳାଯାଇଥିଲା । କାରଣ ସେତେବଲେ ୱାନ ଡେ’ ଫର୍ମାଟ୍ ଆରମ୍ଭ ହୋଇନଥିଲା । ସେତେବେଳେ ଟେଷ୍ଟ୍ କ୍ରିକେଟର ପ୍ରଚଳନ ଥିଲା । କିନ୍ତୁ ୫ ଦିନ ପାଇଁ ମ୍ୟାଚ୍ ଚଳାଇବା ସହଜ ନଥିଲା । ତେଣୁ କେବଳ ଅଲମ୍ପିକ୍ସ ପାଇଁ ୫ ଦିନ ବଦଳରେ ଦୁଇ ଦିନିଆ ଟେଷ୍ଟ୍ ଖେଳା ଯାଇଥିଲା । ଆଉ ଗୋଟିଏ ରୋଚକ କଥା ହେଉଛି ଏଥିରେ ପ୍ରତିଟିମରେ ୧୧ ବଦଳରେ ୧୨ ଖେଳାଳୀ ଥିଲେ

ପ୍ୟାରିସ ଅଲମ୍ପିକ୍ସର କ୍ରିକେଟ୍ ଟିମ୍ ମାନେ ସେମାନେ ଅଲମ୍ପିକ୍ସ ଖେଳୁଛନ୍ତି ବୋଲି ଜାଣିନଥିଲେ । ଫ୍ରାନ୍ସ ଓ ଇଂଲଣ୍ଡର ଟିମ୍ ଭାବୁଥିଲେ ଯେ, ସେମାନେ ବିଶ୍ୱ ବାଣିଜ୍ୟ ମେଳା ଅବସରରେ ଆୟୋଜିତ ମ୍ୟାଚ୍ ଖେଳୁଛନ୍ତି । କାରଣ ସେତେବେଳେ ଠିକ୍ ସେହି ସମୟରେ ପ୍ୟାରିସରେ ବିଶ୍ୱ ବାଣିଜ୍ୟ ମେଳା ଆୟୋଜିତ ହେଉଥିଲା । ପଦକ ପାଇବା ପରେ ହିଁ ସେମାନେ ଜାଣିଥିଲେ ଯେ, ଏହା ଅଲମ୍ପିକ୍ସ ପାଇଁ ଖେଳାଯାଉଥିବା ମ୍ୟାଚ୍ । ପ୍ୟାରିସ୍ ଅଲମ୍ପିକ୍ସିରେ ମୋଟ ୧୯ ବିଭାଗରେ ଖେଳ ହୋଇଥିଲା । ଯାହା ମଧ୍ୟରୁ ଗୋଟିଏ ଥିଲା ଅଲମ୍ପିକ୍ସ । ଇଂଲଣ୍ଡ ଅଲମ୍ପିକ୍ସକୁ କେତେ ଗୁରୁତ୍ୱ ଦେଉଥିଲା ତାହା ଏହିଥିରୁ ଜଣା ପଡେ ଯେ, ସେଠାକୁ ଏହା ନିଜର ଜାତୀୟ ଦଳକୁ ନପଠାଇ ଗୋଟିଏ କ୍ଲବସ୍ତରୀୟ ଟିମ୍ ପଠାଇଥିଲା । ଅଲମ୍ପିକ୍ସ ଇତିହାସରେ ଫ୍ରାନ୍ସ-ଇଂଲଣ୍ଡ୍ ମ୍ୟାଚ୍ ହେଉଛି ଏକମାତ୍ର ମ୍ୟାଚ୍ ଯାହା ଖେଳାଯାଇଥିଲା ।

ପ୍ୟାରିସ୍ ଅଲମ୍ପିକ୍ସ କାଳରେ ହିଁ ପରବର୍ତ୍ତି ସେଣ୍ଟ୍ ଲୁଇ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ସେଣ୍ଟ୍ ଲୁଇ ଅଲମ୍ପିକ୍ସରେ କ୍ରିକେଟ୍ ଖେଳିବାକୁ କୌଣସି ଟିମ୍ ମିଳିନଥିଲେ । ଫଳରେ କ୍ରିକେଟ ମ୍ୟାଚ୍ ବାତିଲ ହୋଇଥିଲା । ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ଅଲମ୍ପିକ୍ସର ଦୁଆର ମାଡିନି କ୍ରିକେଟ୍ ।

125 years ago cricket was part of olympics୧୨୫ ବର୍ଷ ତଳେ କ୍ରିକେଟ୍ ଅଲମ୍ପିକ୍ସ ଗେମରେ ସାମିଲ1896 first olympics୧୮୯୬ର ପ୍ରଥମ ଅଲମ୍ପିକ୍ସରେ କ୍ରିକେଟ୍1900 paris olympics୧୯୦୦ ମସିହାର ପ୍ୟାରିସ୍ ଅଲମ୍ପିକ୍ସରେ2028 los angeles olympics୨୦୨୮ ଲସଏଞ୍ଜଲେସ ଅଲମ୍ପିକ୍ସରେbangladeshbelgiumbriatin defeated francebritainbritain got silver medalcricket at olympic gamescricket is religionFrancefrance got bronzeICCInternational cricket committenetherlandOlympic Cricketolympic gamesolympics historypakistanSri lankast louis olympicstest crickettwo day matchWorld Trade Fairଅଲମ୍ପିକ୍ସ ଇତିହାସଇଣ୍ଟରନ୍ୟାସନାଲ କ୍ରିକେଟ୍ କମିଟିଖେଳ ନୁହେଁ ଧର୍ମଟେଷ୍ଟ୍ କ୍ରିକେଟର ପ୍ରଚଳନଦି’ ଦିନିଆ ମ୍ୟାଚ୍ନେଦରଲ୍ୟାଣ୍ଡ୍ପାକିସ୍ତାନଫ୍ରାନ୍ସଫ୍ରାନ୍ସକୁ ମିଳିଥିଲା ବ୍ରୋଂଜ୍ବାଂଲାଦେଶବିଶ୍ୱ ବାଣିଜ୍ୟ ମେଳାବେଲଜିୟମବ୍ରିଟେନକୁ ସ୍ୱର୍ଣ୍ଣ ବଦଳରେ ମିଳିଥିଲା ରୌପ୍ୟବ୍ରିଟେନ୍ଭାରତମ୍ୟାଚରେ ଫ୍ରାନ୍ସକୁ ବ୍ରିଟେନ୍ ହରାଇଥିଲାଶ୍ରୀଲଙ୍କାସେଣ୍ଟ୍ ଲୁଇ ଅଲମ୍ପିକ୍ସ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami