ସମାଜବାଦୀ ଅଖିଳେଶଙ୍କ ସମ୍ପତି କେତେ ? ଜାଣିଲେ କହିବେ ସମାଜବାଦରେ ଭଲ ରିଟର୍ଣ୍ଣ ଅଛି !

ଖଦଡ, ଗାନ୍ଧୀ ଟୋପି । ଦିନେ ଏହା ଥିଲା ସମାଜବାଦୀଙ୍କ ଟ୍ରେଡ୍ ମାର୍କ୍ ସମାଜବାଦୀ କହିଲେ ଏମିତି ଜଣେ ବ୍ୟକ୍ତିଙ୍କୁ ବୁଝାଉଥିଲା ଯିଏ ସାଧାସିଧା ଜୀବନରେ ବିଶ୍ୱାସ କରୁଥିବେ । କିନ୍ତୁ ସମୟ ସହିତ ସବୁ ବଦଳି ଯାଇଛି । ଏବେ ସମାଜବାଦୀ ନେତାଙ୍କ ସମ୍ପତି ହିସାବ ଶୁଣିଲେ ତାଜୁବ ହେବାକୁ ପଡୁଛି । ଉତ୍ତର ପ୍ରଦେଶ ରାଜନୀତିରେ ଯାଦବ ପରିବାରର ଅଲଗା ଗୁରୁତ୍ୱ ରହିଛିମୁଲାୟମ ସିଂ ଯାଦବଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସମାଜବାଦୀ ପାର୍ଟି ବିରୋଧରେ କିନ୍ତୁ ପରିବାରବାଦ ଓ ଦୁର୍ନିତୀର ଅଭିଯୋଗ ରହିଛି । ଖୋଦ ମୁଲାୟମଙ୍କ ବିରୋଧରେ ଆୟରୁ ଅଧିକ ସମ୍ପତି ରଖିବା ମାମଲାର ତଦନ୍ତ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ହୋଇଥିଲା । କୁହାଯାଏ ଯେ, ଯାଦବ ପରିବାର ସମାଜବାଦରେ କମ୍ ପରିବାରବାଦରେ ଅଧିକ ବିଶ୍ୱାସ ରଖନ୍ତି । ତେଣୁ ପରିବାରର ବାପା, ପୁଅ, ଭାଇ, ବୋହୂ ସମସ୍ତେ ବିଧାୟକ କିମ୍ବା ସାଂସଦ ଲାଗେ ସମାଜବାଦ ଯେମିତି ପରିବାର ଭିତରେ ସମାଜବାଦ ଆଣୁଛିଉତ୍ତର ପ୍ରଦେଶ ନିର୍ବାଚନ ଯୁଦ୍ଧ ଗରମ ହେଉଥିବା ବେଳେ ସପା ମୁଖ୍ୟ ଅଖିଲେଶ ଯାଦବ ନିଜ ସମ୍ପତି ତାଲିକା ଦାଖର କରିଛନ୍ତି । ମୈନପରୁୀର କରହଲ ସିଟରୁ ନିର୍ବାଚନ ଲଢୁଥିବା ଅଖିଳେଶ ସତ୍ୟପାଠରେ ନିଜର ଓ ପତ୍ନୀ ଡିମ୍ପଲଙ୍କ ସମ୍ପତିର ତଥ୍ୟ ଦେଇଛନ୍ତି । ତେବେ ଏହି ତାଲିକାରେ ତାଙ୍କ ପାଖରେ କେତେଟି କାର ଅଛି ସେ ବାବଦରେ କୌଣସି ତଥ୍ୟ ନାହିଁ । ଏହା ସହିତ ସେ ଲୋନ୍ ନେଇଥିବା କଥା ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଏଥିରେ ତାଙ୍କ ବ୍ୟାଙ୍କ ବାଲାନ୍ସ,ଜମି ଜିମ୍ ସାମଗ୍ରୀ ଆଦି ବାବଦରେ ତଥ୍ୟ ରହିଛି

କେତେ ଟଙ୍କା ଅଛି ଅଖିଲେଶଙ୍କ ପାଖରେ ?

ଅଖିଳେଶ ଓ ଡିମ୍ପଲଙ୍କ ପାଖରେ ୪୦ କୋଟି ଟଙ୍କାର ସମ୍ପତି ରହିଛି

ବ୍ୟାଙ୍କ ବାଲାନ୍ସ କେତେ ?

ଅଖିଳେଶ ଯାଦବ ନିଜ ସତ୍ୟପାଠରେ ବ୍ୟାଙ୍କ ବାଲାନ୍ସ ଭାବେ ୮ କୋଟି ୪୩ ଲକ୍ଷ ଟଙ୍କା ଥିବା କଥା କହିଛନ୍ତି

କେତେ ପ୍ରପର୍ଟିର ମାଲିକ ?

ସମ୍ପତି କଥା କହିଲେ ଅଖିଳେଶଙ୍କ ପାଖରେ ୮ କୋଟି ୪୩ ଲକ୍ଷ ଟଙ୍କା ଓ ଡିମ୍ପଲଙ୍କ ପାଖରେ ୪.୭୬ କୋଟିର ସ୍ଥାୟୀ ସମ୍ପତି ରହିଛି । ପୁରା ପରିବାର ପାଖରେ ମୋଟ ୧୩.୩୦ କୋଟି ଟଙ୍କାର ସ୍ଥାୟୀ ସମ୍ପତି ରହିଛି । ଅନ୍ୟପକ୍ଷରେ ଅଖିଳେଶଙ୍କ ପାଖରେ ୧୭ କୋଟି ୨୨ ଲକ୍ଷଡିମ୍ପଲଙ୍କ ପାଖରେ ୯ କୋଟି ୬୧ ଲକ୍ଷ ଟଙ୍କାର ଅଚଳ ସମ୍ପତି ରହିଛି । ଉଭୟଙ୍କ ପାଖରେ ମୋଟ ୨୬ କୋଟି ୮୩ ଲକ୍ଷର ଅଚଳ ସମ୍ପତି ରହିଛି । ଏହି ପ୍ରପର୍ଟିରେ ୧୭.୯୩ ଏକର ଜମି ରହିଛି ।

କେତେ ଲୋନ୍ ?

ଅଖିଳେଶଙ୍କ ଅନୁସାରେ ତାଙ୍କ ଉପରେ ୨୮ କୋଟି ୯୭ ଲକ୍ଷ ଟଙ୍କାର ଲୋନ୍ ଅଛି । ଅନ୍ୟପକ୍ଷରେ ପତ୍ନୀଙ୍କ ନାମରେ ୧୪ କୋଟି ୨୬ଲକ୍ଷ ଟଙ୍କାର ଲୋନ୍ ରହିଛି ।

ଆୟ କେତେ ?

ଅଖିଳେଶଙ୍କ ବାର୍ଷିକ ଆୟ ୮୩.୯୮ ଲକ୍ଷ ଟଙ୍କା ବା ପାଖାପାଖି ୮୪ ଲକ୍ଷ ଟଙ୍କା । ଡିମ୍ପଲଙ୍କ ବାର୍ଷିକ ଆୟ ହେଉଛି ପାଖାପାଖି ୬୦ ଲକ୍ଷ ଟଙ୍କା ।

ପାଖରେ କେତେ ସାମଗ୍ରୀ ରହିଛି ?

ଅଖିଳେଶଙ୍କ ପାଖରେ ୫ ଲକ୍ଷ ୩୪ ହଜାର ଟଙ୍କାର ବ୍ୟୟାମ ମେସିନ୍ ଓ ୭୬ ହଜାର ଟଙ୍କାର ଫୋନ୍ ରହିଛି । ସେହିଭଳି ଡିମ୍ପଲଙ୍କ ପାଖରେ ୧ ଲକ୍ଷ ୨୫ ହଜାର ଟଙ୍କାର କମ୍ପ୍ୟୁଟର ଥିବାବେଳେ ୨୭୭୪ ଗ୍ରାମ ସୁନା ଓ ୫୯ ଲକ୍ଷ ୭୬ ହଜାର ୬୮୭ ଟଙ୍କାର ହୀରା ଅଛି । ତେବେ ଉଭୟଙ୍କ ପାଖରେ କୌଣସି କାର ନଥିବା ଜଣା ପଡୁଛି । କାରଣ ସତ୍ୟପାଠରେ କାର ବାବଦରେ କୌଣସି ତଥ୍ୟ ଦିଆଯାଇନାହିଁ ।

ବାପାଙ୍କୁ ଦେଇଛନ୍ତି ଲୋନ୍

ଅଖିଳେଶ ବାପା ମୁଲାୟଙ୍କୁ ୨ କୋଟି ୧୩ ଲକ୍ଷ ଟଙ୍କା ଲୋନ୍ ଦେଇଥିବା ସତ୍ୟପାଠରୁ ଜଣା ପଡୁଛି । ସେହିଭଳି ଡିମ୍ପଲ ସ୍ୱାମୀ ଅଖିଳେଶଙ୍କୁ ୮ ଲକ୍ଷ ୧୫ ହଜାର ଟଙ୍କା ଦେଇଥିବା ଜଣା ପଡିଛି ।

2019 କେତେ ଥିଲା ସମ୍ପତି ?

୨୦୧୯ ସାଧାରଣ ନିର୍ବାଚନ କାଳରେ ଅଖିଳେଶ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ପାଖରେ 3,91,040 ଟଙ୍କା ଥିବା କହିଥିଲେ । ସେହିଭଳି ତାଙ୍କ ପତ୍ନୀଙ୍କ ପାଖରେ 4,03,743 ଟଙ୍କା ଥିବା ଉଲ୍ଲେଖ କରିଥିଲେ୭ ଟି ସେଭିଂ ଆକାଉଣ୍ଟ୍ ଓ ଦୁଇଟି ଫିକ୍ସଡ୍ ଡିପୋଜିଟ୍ ଥିବା କଥା ମଧ୍ୟ ସେତେବେଳେ ଅଖିଳେଶ ଉଲ୍ଲେଖ କରିଥିଲେ । ଏଫଡିରେ ପାଖାପାଖି ୭ ଲକ୍ଷ ଟଙ୍କା ଜମା ଥିଲା୬ ସଂଚୟ ଖାତାରେ ୫ କୋଟି ୨୩ ଲକ୍ଷ ଜମା ଥିବା କଥା ସେତେବେଳେ ଅଖିଳେଶ କହିଥିଲେ ।

Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami