ଜ୍ଞାନବାପି ମସଜିଦ ବିବାଦ କ’ଣ ?

ଜାଣନ୍ତୁ ବାରଣାସୀ ବିବାଦର ଟାଇମ୍ ଲାଇନ୍ କ’ଣ ? କେମିତି ଓ କେବେଠାରୁ ଆରମ୍ଭ ହୋଇଛି ବିବାଦ..

ନବେ ଦଶକରେ ଯେତେବେଳେ ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନ ଚରମରେ ଥିଲା ସେତେବେଳେ ଗୋଟିଏ ସ୍ଲୋଗାନ ବେସ ଚର୍ଚ୍ଚିତ ଥିଲା । ସେହି ସ୍ଲୋଗାନ ଥିଲା- ଅୟୋଧ୍ୟା ତୋ’ ଝାଙ୍କି ହୈ,କାଶୀ-ମଥୁରା ବାକି ହୈ’’ । ଯାହାର ଅର୍ଥ ହେଉଛି ଅଯୋଧ୍ୟା କେବଳ ଟ୍ରେଲର, କାଶୀ-ମଥୁରା ବାକି ଅଛିଏହି ସ୍ଲୋଗାନ ପଛର କାରଣ ହେଉଛି ଥିଲା ଯେ, ଯେଉଁଭଳି ପରିସ୍ଥିତି ଅଯୋଧ୍ୟାରେ ଥିଲା ଠିକ୍ ସେହିଭଳି ପରିସ୍ଥିତି କାଶୀ ଓ ମଥୁରାରେ ମଧ୍ୟ ରହିଛି । ମେ’ ୬ ତାରିଖ ଦିନ ଅଦାଲତଙ୍କ ଆଦେଶରେ ଟିମ୍ ଯେତେବେଳେ ସର୍ଭେ ପାଇଁ ଜ୍ଞାନବାପି ମସଜିଦ ପରିସରରେ ପହଂଚିଥିଲେ ସେତେବଳେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନାଯୋଗ୍ୟ ଯେ, ସର୍ଭେ ଟିମ୍ ମେ’ ୧୦ତାରିଖ ଦିନ ନିଜ ଅନ୍ତିମ ରିପୋର୍ଟ ଅଦାଲତଙ୍କ ଆଗରେ ରଖିବେ । ବର୍ତ୍ତମାନର ବିବାଦ ଭିତରକୁ ଯିବା ପୂର୍ବରୁ ବିବାଦର କାରଣ କ’ଣ ତା’ ଆସନ୍ତୁ ଜାଣିବା..

ବିବାଦ କ’ଣ ?

ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିରକୁ ଲାଗିକରି ଏକ ସ୍ଥାନ ରହିଛି ଯାହାକୁ ଜ୍ଞାନବାପି ମସଜିଦ ବୋଲି କୁହାଯାଏ । ନାମରୁ ହିଁ ଏହି ମସଜିଦକୁ ନେଇ ସନ୍ଦେହ ସୃଷ୍ଟି ହୋଇଥାଏ । ଏହି ମସଜିଦକୁ ନେଇ ବିବାଦ ରହିଛି ହିନ୍ଦୁଙ୍କ ଅଭିଯୋଗ ଯେ, ମନ୍ଦିର ଭାଙ୍ଗି ସେହି ସ୍ଥାନରେ ମୋଗଲ ଶାସନ କାଳରେ ମସଜିଦ ତିଆରି ହୋଇଥିଲାଅଦାଲତରେ ଗତ ୩ ଦଶକ ଧରି ଏହି ବିବାଦ ଗଡି ଆସୁଛି । ୧୯୯୧ ମସିହାରେ ଦାଏର ପିଟିସନରେ ମସଜିଦ ମଧ୍ୟରେ ପୂଜା ପାଇଁ ଅନୁମତି ମଗା ଯାଇଥିଲା । ସେତେବେଳ ଅଦାଲତରେ ଦାଖଲ ପିଟିସନରେ ଦାବି କରାଯାଇଥିଲା ଯେ, ଯାହାକୁ ମସଜିଦ କୁହାଯାଉଛି ତାହା ପ୍ରକୃତରେ ମନ୍ଦିର ଔରଙ୍ଗଜେବ ଆଦେଶରେ ସପ୍ତଦଶ ଶତାବ୍ଦିରେ ମନ୍ଦିର ଭାଙ୍ଗି ମସଜିଦ ତିଆରି ହୋଇଥିଲା ।

ଏହି ଆବେଦନରେ ଅଂଜୁମନ ଇନ୍ତଜାମିଆ ମସଜିଦକୁ ପ୍ରତିବାଦୀ ବନା ଯାଇଥିଲାଅଂଜୁମନ ମସଜିଦର ରକ୍ଷଣାବେକ୍ଷଣ କରିଥାଏଅଂଜୁମନର ଦାବି ଯେ, ମନ୍ଦିର ଭାଙ୍ଗି ମସଜିଦ ତିଆରି ହୋଇନଥିଲା ଆକବର ଅମଳରେ ଦିନ୍-ଏ-ଇଲାହୀ ଧର୍ମ ଅନ୍ତର୍ଗତରେ ମନ୍ଦିର ଓ ମସଜିଦ ପାଖାପାଖି ନିର୍ମାଣ ହୋଇଥିଲା । ଔରଙ୍ଗଜେବ ପାଖରେ ଥିବା ମନ୍ଦିରକୁ ଏଥିପାଇଁ ଭାଙ୍ଗି ଦେଇଥିଲା ଯେ, ସେ ଦିନ୍-ଏ-ଇଲାହୀ ଧର୍ମର ବିରୋଧୀ ଥିଲା । ମଝିରେ ଅଦାଲତ ଦେଇଥିବା ରାୟକୁ ଉଭୟ ପକ୍ଷ ଗ୍ରହଣ କରିନଥିଲେ

୫ ମହିଳା ଓ ଶୃଙ୍ଘାର ଦେବୀ

ଗତ ବର୍ଷ ଅଗଷ୍ଟ ମାସରେ ଏହି ବିବାଦରେ ସେତେବେଳ ନୂଆ ମୋଡ ଆସିଥିଲା ଯେତେବେଳେ ଦିଲ୍ଲୀର ୫ ଜଣ ମହିଳା ଅଦାଲତରେ ନୂଆ ଆବେଦନ କରିଥିଲେ । ଏହି ମାମଲା ରାକ୍ଷୀ ସିଂହ ଆଦି ବନାମ ୟୁପି ସରକାର ନାମରେ ପରିଚିତ । ଆବେଦନରେ କୁହାଯାଇଥିଲା ଯେ, ଜ୍ଞାନବାପୀ ମସଜିଦ ପରିସରରେ ଥିବା ଶୃଙ୍ଘାର ଗୌରିଙ୍କ ଦର୍ଶନ ପାଇଁ ବର୍ଷକୁ ଥରେ ଅନୁମତି ମିଳିଥାଏ । ବର୍ଷକୁ ଥରୁଟିଏ ବଦଳରେ ମସଜିଦ ପରିସରରେ ଥିବା ଦେବାଦେବୀଙ୍କ ସବୁଦିନ ପୂଜାର୍ଚ୍ଚନା ପାଇଁ ଅନୁମତି ଦେବାକୁ ଆବେଦନରେ ବିନତି କରାଯାଇଛି । ଏହା ସହ ଅଦାଲତ କୋର୍ଟ କମିଶନର ନିଯୁକ୍ତ କରି ମସଜିଦ ପରିସରରେ ଥିବା ସବୁ ଦେବାଦେବୀ ପ୍ରତିମାର ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ପିଟିସନରେ ନିବେଦନ କରାଯାଇଛି ।

ଔରଙ୍ଗଜେବ ସତରେ ମନ୍ଦିର ଭାଙ୍ଗିଥିଲା ?

ମଧ୍ୟଯୁଗ ଭାରତରେ ଇସଲାମିକ ଆକ୍ରମଣକାରୀ ଅନେକ ହିନ୍ଦୁ ମନ୍ଦିର ଧ୍ୱଂସ କରିଥିଲେ । ସୋମନାଥ ମନ୍ଦିରଠାରୁ ଅଯୋଧ୍ୟା ରାମମନ୍ଦିର ମଧ୍ୟ ଇସଲାମିକ ଆକ୍ରମଣର ଶିକାର ହୋଇଥିଲା । ବାବର ରାମ ମନ୍ଦିର ଧ୍ୱଂସ କରିଥିବାବେଳେ ଔରଙ୍ଗଜେବ ଆଦେଶରେ ବାରଣାସୀର ମନ୍ଦିରକୁ ଭାଙ୍ଗି ଦିଆଯାଇଥିଲା । ଔରଙ୍ଗଜେବ ଅମଳରେ ପୂରୀର ଜଗନ୍ନାଥ ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଥିଲାଔରଙ୍ଗଜେବ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଦମନ କରିବା ପାଇଁ ମନ୍ଦିର ଭାଙ୍ଗିବା ପାଇଁ ଆଦେଶ ଦେଇଥିଲେ । ଏହିକ୍ରମରେ ପୂରୀର ଜଗନ୍ନାଥ ମନ୍ଦିର ଓ କାଶୀ ବିଶ୍ୱନାଥ ମନ୍ଦିର ଉପରେ ଆକ୍ରମଣ ହୋଇଥିଲା । ପୁରୀ ମନ୍ଦିରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାରେ ମୋଗଲ ସେନା ବିଫଳ ହୋଇଥିଲା । କିନ୍ତୁ କାଶୀ ବିଶ୍ୱନାଥ ମନ୍ଦିରକୁ ମୋଗଲ ସେନା ଭାଙ୍ଗି ଦେଇଥିଲା । ପରେ ମରହଟ୍ଟା ଶାସନ ଅମଳରେ ରାଣୀ ଅହଲ୍ୟା ବାଇ ଏହାର ପୁନନିର୍ମାଣ କରିଥିଲେ ତେବେ ହିନ୍ଦୁବାଦୀଙ୍କ ଦାବି ଯେ, ଯେଉଁ ସ୍ଥାନରେ ମସଜିଦ ଅଛି ସେହି ସ୍ଥାନରେ ମୁଳ ମନ୍ଦିର ଥିଲା ।

Allahabad High CourtAnjuman Intezamia Masjid Committeeaurangazebgyanvapi masjidgyanvapi masjid caseGyanvapi Mosquegyanvapi mosque rowislamic invaderKashi Vishwanath Templemughal kinguttar pradeshvaranasi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami