ପୁଟିନଙ୍କ ନ୍ୟୁକ୍ସିୟର ବ୍ରିଫକେସ କ’ଣ ? ଯାହାର ଗୋଟିଏ ବଟନ ଦବିଲେ ଆସିବ ମହାପ୍ରଳୟ !

ଗତ କିଛି ଦିନ ହେବ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ନଜର ଆସୁଥିବା ଏକ ବ୍ରିଫକେସକୁ ନେଇ ବେସ ଚର୍ଚ୍ଚା ହେଉଛି । ପ୍ରକୃତ କଥା ହେଉଛି ଏହା କିଛି ସାଧାରଣ ବ୍ରିଫକେସ ନୁହେଁ ଅଧିକନ୍ତୁ ଏହା ହେଉଛି ଚଳୟମାନ ପରମାଣୁ କମାଣ୍ଡ୍ ସେଣ୍ଟର । ଏହାକୁ ମଧ୍ୟ ପୁଟିନଙ୍କ ନ୍ୟୁକ୍ଲିୟର ବ୍ରିଫକେସ୍ ବୋଲି କୁହାଯାଇଥାଏ । ଯେଉଁଥିରେ ପରମାଣୁ ଆକ୍ରମଣ ସଂକ୍ରାନ୍ତୀୟ ଆଦେଶ ଦେବାର ସିଷ୍ଟମ ରହିଥାଏ । ୟୁକ୍ରେନ୍ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପୁଟିନ ନିଜ ନ୍ୟୁକ୍ଲିୟ ଅସ୍ତ୍ର ସିଷ୍ଟମକୁ ଆଲର୍ଟ ମୋଡରେ ରଖିଛନ୍ତି । ଏମିତିରେ ଚର୍ଚ୍ଚା ହେବା ସ୍ୱଭାବିକ ଯେ, ପୁଟିନ କ’ଣ ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ କରିବେ ? ତେବେ ଆସନ୍ତୁ ଜାଣିବା ପୁଟିନଙ୍କ ନ୍ୟୁକ୍ଲିୟର ବ୍ରିଫକେସ୍ କ’ଣ ?

ପୁଟିନଙ୍କ ନ୍ୟୁକ୍ଲିୟର ବ୍ରିଫକେସ୍ କ’ଣ ?

ଏମିତିରେ ପୁଟିନଙ୍କ ସହିତ ଅହରହ ରହୁଥିବା ନ୍ୟୁକ୍ଲିୟର ବ୍ରିଫକେସ ଦେଖିବାକୁ ଯେକୌଣସି ସାଧାରଣ ସୁଟକେସ୍ ଭଳି କିନ୍ତୁ ଏହା କୌଣସି ସାଧାରଣ ସୁଟକେସ୍ ନୁହେଁ । ଏହି ବ୍ରିଫକେସ ଦ୍ୱାରା ପୁଟିନ୍ ନ୍ୟୁକ୍ଲିୟର ଆକ୍ରମଣର ଆଦେଶ ଦେଇ ପାରିବେ ।

  • ଏହି ବ୍ରିଫକେସରେ ପରମାଣୁ ଆକ୍ରମଣ ସହିତ ଜଡିତ ସମସ୍ତ ଦସ୍ତାବିଜ ଓ ଆଲର୍ଟ ଆଲାର୍ମ ଅର୍ଥାତ ନ୍ୟୁକ୍ଲିୟର ଆକ୍ରମଣର କମାଣ୍ଡ ସିଷ୍ଟମ ରହିଥାଏ ।
  • ଋଷ ଭାଷାରେ ଏହି ବ୍ରିଫକେସକୁ ଚେଗେଟ୍ କୁହାଯାଇଥାଏ । ଋଷର ଏକ ପାହାଡର ନାମ ଅନୁସାରେ ଏହାର ନାମକରଣ ହୋଇଛି ।
  • ୧୯୮୦ ଦଶକରେ ସୋଭିଏତ ସଂଘର ଶୀର୍ଷ ନେତା ୟୁରି ଆନ୍ଦ୍ରୋପୋଭଙ୍କ ସ୍ୱଳ୍ପ କାର୍ଯ୍ୟକାଳରେ ପ୍ରଥମଥର ପାଇଁ ଏହି ବ୍ରିଫକେସ ସାମ୍ନାକୁ ଆସିଥିଲା ।
  • ୧୯୮୫ ମସିହାରେ ସୋଭିଏତ ଋଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭୋଚୋଭଙ୍କ ଶାସନ କାଳରେ ଏହାକୁ ନିୟମିତ ଭାବେ ରାଷ୍ଟ୍ରପତିଙ୍କ ସହିତ ଦେଖିବାକୁ ମିଳିଥିଲା ।
  • ୧୯୯୯ରେ ପ୍ରଥମ ଥର ପାଇଁ ପୁଟିନଙ୍କୁ ଏହି ବ୍ରିଫକେସ୍ ହସ୍ତାନ୍ତର କରାଯାଇଥିଲା ଓ ଏହାପରଠାରୁ ଏହା ପୁଟିନଙ୍କ ପାଖରେ ରହି ଆସିଛି ।
  • ଏପର୍ଯ୍ୟନ୍ତ କେବଳ ଥରୁଟିଏ ଏହି ବ୍ରିଫକେସର ସାର୍ବଜନୀକ ପ୍ରଦର୍ଶନ ହୋଇଥିଲା । ୨୦୧୯ରେ ଋଷର ସରକାରୀ ପ୍ରତିରକ୍ଷା ଚ୍ୟାନେଲ Zvezda ପ୍ରଥମ ଥରପାଇଁ ଏହାକୁ ଟିଭିରେ ଦେଖାଇଥିଲା ।
  • ଏହି ବ୍ରିଫକେସ୍ ହେଉଛି ଋଷ ରାଷ୍ଟ୍ରପତି ଓ ଦେଶର ଶକ୍ତିର ପ୍ରତୀକ


କେମିତି କାମ କରେ ନ୍ୟୁକ୍ଲିୟର ବ୍ରିଫକେସ୍ ?

  • ଏହି ବ୍ରିଫକେସରେ ଏକ ଇଲେକଟ୍ରୋନିକ୍ ସିଷ୍ଟମ ରହିଥାଏ । ଏହା ଭିତରେ ପଛ ପଟକୁ ଏକ କ୍ଷୁଦ୍ରାକରର କଳା ରଙ୍ଗର ସ୍କ୍ରିନ୍ ଥାଏ ଓ ଆଗରେ ଅନେକ ସୁଇଚ୍ ଥାଏ
  • ଏହା ମଧ୍ୟରୁ ଅଧିକାଂଶ ସୁଇଚର ରଙ୍ଗ ଧଳା ହୋଇଥିବାବେଳେ ମଧ୍ୟ ଭାଗରେ ଏକ ଲାଲ ରଙ୍ଗର ସୁଇଚ୍ ରହିଛି । ଧଳା ରଙ୍ଗର ସୁଇଚ୍ ଦବାଇବା ଦ୍ୱାରା ଆଣବିକ ଆକ୍ରମଣ କମାଣ୍ଡ୍ ସିଷ୍ଟମ ଆକ୍ଟିଭେଟ୍ ହୋଇଥାଏ ବୋଲି କୁହାଯାଏ
  • ଏକ ଗୁପ୍ତ କୋଡ୍ ଦ୍ୱାରା ଏହି ବ୍ରିଫକେସ୍ ଖୋଲିଥାଏ । ଏହି କୋଡ୍ କେବଳ ପୁଟିନ ହିଁ ଜାଣନ୍ତି ।
  • ଋଷ ପାଖରେ ଏଭଳି ତିନୋଟି ବ୍ରିଫକେସ୍ ଥିବା କୁହାଯାଏ । ଗୋଟିଏ ରାଷ୍ଟ୍ରପତିଙ୍କ ପାଖରେ, ଦ୍ୱିତୀୟ ବ୍ରିଫକେସ୍ ପ୍ରତିରକ୍ଷା ମନ୍ତ୍ରୀ ଓ ତୃତୀୟ ବ୍ରିଫକେସ୍ ସେନା ମୁଖ୍ୟଙ୍କ ପାଖରେ ଥିବା କୁହାଯାଏ ।
  • ଏହି ବ୍ରିଫକେସ ଜରିଆରେ ପରମାଣୁ ଆକ୍ରମଣର ଆଦେଶ କେବଳ ଓ କେବଳ ରାଷ୍ଟ୍ରପତି ଅର୍ଥାତ ପୁଟିନ୍ ହିଁ ଦେଇ ପାରିବେ ।
  • ଏହି ବ୍ରିଫକେସ୍ ଜରିଆରେ ଋଷର ୬ ହଜାର ପରମାଣୁ ଅସ୍ତ୍ରକୁ ନିୟନ୍ତ୍ରିତ କରାଯାଇଥାଏ । ତେଣୁ ଏହାକୁ ୨୪ ଘଣ୍ଟା କଡା ପହରା ଭିତରେ ରଖାଯାଏ ।
  • ଏହି ବ୍ରିଫକେସ୍ ମଧ୍ୟରେ ଗୋଟିଏ ଆଲର୍ଟ ଆଲାର୍ମ ଥାଏ । ଋଷ ଉପରେ କୌଣସି ପ୍ରକାରର ପରମାଣୁ ଆକ୍ରମଣ ସ୍ଥିତିରେ ଏହି ଆଲାର୍ମ ବାଜିଥାଏ
  • ରିପୋର୍ଟ ଅନୁସାରେ ପୁଟିନଙ୍କ ସହିତ କେବଳ ଏହି ବ୍ରିଫକେସ ନଥାଏ । ବ୍ରିଫକେସ ସହିତ ଜଣେ ଅଧିକାରୀ ମଧ୍ୟ ତାଙ୍କ ସହିତ ରହିଥାନ୍ତି । ଏହି ଆଧିକାରୀ ବ୍ରିଫକେସକୁ ନେଇ ତାଙ୍କ ସହିତ ଯାଇଥାନ୍ତି । ପରମାଣୁ ଆକ୍ରମଣ ସ୍ଥିତିରେ ପୁଟିନଙ୍କୁ ସହାୟତା କରିବା ପାଇଁ ଏହି ଅଧିକାରୀଙ୍କୁ ଟ୍ରେନିଂ ଦିଆଯାଇଥାଏ
  • ଏହି ବ୍ରିଫକେସ୍ ଜରିଆରେ ପୁଟିନ ଦୁନିଆକୁ ଧ୍ୱଂସ କରିପାରୁଥିବା ପରମାଣୁ ଅସ୍ତ୍ର ସକ୍ରୀୟ କରିପାରିବେ । ତା’ ପୁଣଇ ଥରୁଟିଏ ନୁହେଁ, ଅନେକ ଥର ।
how nuclear briefcase worksnuclear briefcase bombnuclear briefcase chegetnuclear briefcase putinnuclear briefcase russiapresident nuclear briefcaseputin nuclear briefcaserussia vs ukraine war updaterussian president vladimir putinrussian ukraine war news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami