ପାଲଲହଡ଼ାରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ୱର: ପାଲଲହଡ଼ାରେ ଜୋରଦାର ପ୍ରଚାର କଲେ ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କଲେ ପାଣ୍ଡିଆନ । କହିଲେ ଏହି ଜିଲ୍ଲାରୁ ଜଣେ ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଅଛନ୍ତି । ଏହା ଓଡିଶା ଓ ଜିଲ୍ଲା ପାଇଁ ବହୁତ ଖୁସିର କଥା । ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି, ଚାହିଁଥିଲେ ନିଜ ଅଞ୍ଚଳରେ ସ୍କୁଲ କଲେଜ ଖୋଲିପାରିଥାନ୍ତେ । କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଥାନ୍ତେ, ପ୍ରତି ବ୍ଲକ୍‌ରେ ଦକ୍ଷତା ବିକାଶ କେନ୍ଦ୍ର ବି ଖୋଲିପାରିଥାନ୍ତେ । କିନ୍ତୁ କଲେ ନାହିଁ ଓ ଏ ମାଟିର ପୁଅ ହୋଇ କାହିଁକି ପାରିଲେ ନାହିଁ ? ନିଜ ଗାଁ ସ୍କୁଲକୁ ଯାଇ ୫ଟି ରୂପାନ୍ତରଣ ଦେଖି ଆସନ୍ତୁ ।

ପାଲଲହଡ଼ାର ବିକାଶ କଥା ଭୁଲିଗଲେ କେନ୍ଦ୍ରମନ୍ତ୍ରୀ

ପାଣ୍ଡିଆନ ଆହୁରି କହିଥିଲେ ଯେ, ମାଗଣାରେ ଉଜ୍ଜଳା ଗ୍ୟାସ ମିଳିବ କହିଥିଲେ ହେଲେ ମିଳିଲା ନାହିଁ, ତେଲ ଦର କମିବ କହିଥିଲେ କିନ୍ତୁ କମିଲା ନାହିଁ । ଏ ମାଟିର ବରପୁତ୍ର ପବିତ୍ର ମୋହନ ପ୍ରଧାନ ଙ୍କୁ ଭୁଲି ଗଲେ କେନ୍ଦ୍ରମନ୍ତ୍ରୀ । ନବୀନ ସରକାର ପବିତ୍ର ମୋହନ ଙ୍କୁ ସମ୍ମାନ ଦେଇ ତାଙ୍କର ସ୍ମୃତି ପୀଠ ନିର୍ମାଣ କରିବା ସହିତ ତାଳଚେର ମେଡିକାଲ କଲେଜ ଏବଂ ତାଳପଦା ସେତୁକୁ ପବିତ୍ର ବାବୁଙ୍କ ନାମ ରେ ନାମିତ କରିଛନ୍ତି । ଯେଉଁ ବ୍ୟକ୍ତିର ସେବା ନୁହେଁ, ରାଜନୀତି କରିବା ପାଇଁ ଇଚ୍ଛା ଥିବ, ସେ କେବେ ବି ଜିତି ପାରିବ ନାହିଁ । ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ବିଜେପି ଭଳି ଲୋକଙ୍କୁ ଦିନରେ ଲଣ୍ଠନ ଦେଖାନ୍ତି ନାହିଁ । ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଓଡିଶାବାସୀଙ୍କ ବିଜୁଳି ବିଲ୍ ଛାଡ ହେବ କିନ୍ତୁ ଏହି କଥା ଶୁଣି ବିରୋଧୀ ଦଳକୁ କରେଣ୍ଟ ଲାଗୁଛି । ପାଲଲହଡା ରେ ଆଗରୁ କେବେ ଏତେ ବିକାଶ ହୋଇ ନ ଥିଲା ପାଲଲହଡା ବାସୀଙ୍କୁ ବିକାଶ କାମର ହିସାବ ଦେଲେ । ଆଗାମୀ ୨୫ ତାରିଖ ରେ ଯୋଡି ଶଂଖ ରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଏବଂ ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କୁ ବିଜୟୀ କରାନ୍ତୁ ।

kartik pandian target dharmendra pradhanvk Pandian's campaignvk Pandian's campaign at palalahada
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami