ସୋରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନେଉଛନ୍ତି ପଦକ୍ଷେପ

ବାଲେଶ୍ୱର : ଆଜି ଶେଷଦିନରେ ବାଲେଶ୍ୱରରେ ଜୋରଦାର ପ୍ରଚାର କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ସୋରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ପାଣ୍ଡିଆନ କହିଛନ୍ତି ଯେ, ସୋରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ଭଲ ପାଆନ୍ତି । କାରଣ ବାହାନଗାର ଯୁବକ ଓ ସ୍ଥାନୀୟ ଲୋକମାନେ ମାନବିକତା ଓ ମଣିଷପଣିଆର ନୂଆ ପରିଚୟ ଦେଇଛନ୍ତି । ସୋରରେ ଜଳସେଚନର ଉନ୍ନତି ପାଇଁ ଦୁଇଟି ପ୍ରକଳ୍ପ ପାଇଁ ଦୁଇ ଶହ କୋଟି ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ମଧ୍ୟ ସୋରର ବିକାଶ ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ମିଠା କଥା କହି ଲୋକଙ୍କୁ ପ୍ରଭାବିତ କରୁଛନ୍ତି ବିରୋଧୀ

ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ସମୟରେ ବିରୋଧୀ ଦଳ ମିଠା ମିଠା କଥା କହି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ୨୦୧୪ରେ ମଧ୍ୟ ପେଟ୍ରୋଲ, ଡିଜେଲ ଦର ଓ ଦରଦାମ କମାଇବାକୁ ଘୋଷଣା କରିଥିଲେ । ହେଲେ ଏଯାଏଁ ଦରଦାମକୁ ନିୟନ୍ତ୍ରଣ କରିପାରିଲେନି । ନବୀନ ପଟ୍ଟନାୟକ ସୋର ସହ ସାରା ରାଜ୍ୟର ବିକାଶ ପାଇଁ ଦିନରାତି କାମ କରୁଛନ୍ତି । ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ଦିନ ହିଁ ବିଜୁଳି ବିଲ ଛାଡ ହେବା ସହ ରାଜ୍ୟର ୯୫ ପ୍ରତିଶତ ଲୋକଙ୍କୁ ମିଳିବ ବିଏସକେୱାଇ ନବୀନ କାର୍ଡ ଏବଂ ମିଶନ ଶକ୍ତି ମହିଳାଙ୍କୁ ପେନସନ ଦେବେ ।

bjd leader vk pandianpandian campain at bahanagavk Pandian's campaign
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami