ମନ୍ଦିର ଭିତରେ ଚଷମା ପିନ୍ଧି ଝାଡୁ ମାରିଲେ କଙ୍ଗନା

ମୁମ୍ବାଇ: କଳା ଚଷମା ପିନ୍ଧି ମନ୍ଦିରରେ ଝାଡ଼ୁ ମାରିଲେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ । ଏହି ଘଟଣାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ଦେଖିବା ପରେ କଙ୍ଗନାଙ୍କ ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରିଛନ୍ତି ।

ହନୁମାନ ଗଢ଼ୀ ମନ୍ଦିରରେ ପୂଜାର୍ଚ୍ଚନା କଲେ କଙ୍ଗନା

ଏବେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି । ଆଧ୍ୟାତ୍ମିକତାର ଆନନ୍ଦମୟ ପରିବେଶରେ ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମି ତୀର୍ଥରେ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଛି । ରାମଲାଲାଙ୍କ ମୂର୍ତ୍ତିକୁ ୧୨୫ଟି କଳସ ଜଳରେ ଦିବ୍ୟସ୍ନାନ କରାଯାଇଥିଲା । ଏହି ଜଳରେ ବିଭିନ୍ନ ଔଷଧୀୟ ପଦାର୍ଥ ରହିଥିଲା । ପରେ ପବିତ୍ର ଅଗ୍ନିରେ ‘ବ୍ୟାହୁତି ହୋମ’ କରାଯାଇଥିଲା । ଦୈନନ୍ଦିନ ପୂଜାର୍ଚ୍ଚନା, ହବନ ଓ ଅନ୍ୟାନ୍ୟ ବୈଦିକ ରୀତିନୀତି ସହ ମନ୍ଦିର ପ୍ରାଙ୍ଗଣରେ ୮୧ଟି କଳସର ପ୍ରତିଷ୍ଠା ଓ ପୂଜା କରାଯାଇଥିଲା । ବିଭିନ୍ନ ରାଜ୍ୟରୁ ରାମଲାଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଉପହାର ଆସୁଛି । ଏହି ବଡ଼ ଉତ୍ସବରେ ଅନେକ ଭିଭିଆଇପି ସାମିଲ ହୋଇଥିବା ବେଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ବି ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଗତକାଲି ସେ ଅଯୋଧ୍ୟାରେ ପହଞ୍ଚିଥିଲେ ।

ମନ୍ଦିର ଭିତରେ ଚଷମା ପିନ୍ଧିବା ଜରୁରୀ ?

ଗତକାଲି ସେ ଅଯୋଧ୍ୟାରେ ପହଞ୍ଚିବା ପରେ ଏଠାରେ ଥିବା ହନୁମାନ ଗଢ଼ୀ ମନ୍ଦିର ପରିଦର୍ଶନରେ ଯାଇଥିଲେ । ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ସେ ମନ୍ଦିର ପରିସର ଝାଡ଼ୁ କରିଥିଲେ । ତେବେ ମନ୍ଦିର ଭିତରେ ଝାଡ଼ୁ କରିବା ସମୟରେ ସେ କଳା ଚଷମା ପିନ୍ଧିଥିବା ନଜର ଆସିଥିଲେ । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ଏହାକୁ ଦେଖିବା ପରେ ତାଙ୍କୁ ଟ୍ରୋଲ କରିଛନ୍ତି ଲୋକେ । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଚଷମା ତ କାଢ଼ି ଦେଇଥାନ୍ତ ଭଉଣୀ । ଅନ୍ୟ ଜଣେ ଲେଖିଛନ୍ତି, ମନ୍ଦିର ଭିତରେ ଚଷମା ପିନ୍ଧିବା ଜରୁରୀ କି?

bollywood actress kangna ranautKangana in Ayodhyakangana mops cleanliness hanuman garhi temple
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami