ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପାଇବା ପରେ ଏମିତି କିଛି କହିଲେ କଙ୍ଗନା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ତାର ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ସେ ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନାମ ରହିଛି । ଏଥବରେ ବିଜେପି ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଇଥିବା ଉଲ୍ଲେଖ ରହିଛି । ଅଭିନେତ୍ରୀ ହିମାଚଳପ୍ରଦେଶର ମାଣ୍ଡିରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି ।

ନିର୍ବାଚନ ଲଢିବା ପାଇଁ ବହୁତ ଉତ୍ସାହିତ ଅଛି

ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପାଇବା ପରେ ଅଭିନେତ୍ରୀ କଙ୍ଗନା ରାନାୱତ କହିଛନ୍ତି ଯେ, ସେ ଆନୁଷ୍ଠାନିକ ଭାବରେ ରାଜନୈତିକ ଦଳରେ ସାମିଲ ହୋଇଛନ୍ତି । ଏଥିସହିତ ଜଣେ ବିଶ୍ୱସ୍ତ ସରକାରୀ କର୍ମଚାରୀ ହେବାକୁ ଆଗ୍ରହୀ ଅଛନ୍ତି । କଙ୍ଗନା ରାନାୱତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି କି, ମୋର ପ୍ରିୟ ଭାରତକୁ ମୁଁ ଖୁବ ଭଲପାଏ । ଏଥିସହିତ ଭାରତୀୟ ଜନତା ପାର୍ଟିକୁ ମୁଁ ସର୍ବଦା ସମର୍ଥନ କରି ଆସିଛି । ବିଜେପି ମୋ ଜନ୍ମସ୍ଥାନ ହିମାଚଳପ୍ରଦେଶ ମାଣ୍ଡି ନିର୍ବାଚନମଣ୍ଡଳୀରୁ ଲୋକସଭା ପ୍ରାର୍ଥୀ ଭାବେ ମୋର ନାମକୁ ଘୋଷଣା କରିଛି । ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ନିଷ୍ପତ୍ତିକୁ ମୁଁ ପାଳନ କରୁଛି । ଆନୁଷ୍ଠାନିକ ଭାବେ ପାର୍ଟିରେ ଯୋଗଦେବାକୁ ମୁଁ ସମ୍ମାନିତ ଏବଂ ଉତ୍ସାହିତ ଅନୁଭବ କରୁଛି । ମୁଁ ଜଣେ ଦକ୍ଷ କର୍ମକର୍ତ୍ତା ଏବଂ ଜଣେ ନିର୍ଭରଯୋଗ୍ୟ ସରକାରୀ କର୍ମଚାରୀ ହେବାକୁ ଅପେକ୍ଷା କରିଛି । ଧନ୍ୟବାଦ ।
ହେଲେ ୨୦୨୨ ମସିହାରେ କଙ୍ଗନା ରାନାୱତ କହିଥିଲେ ଯେ ରାଜନୀତିରେ ତାଙ୍କର ବହୁତ ଆଗ୍ରହ ଅଛି, କିନ୍ତୁ ଏଥିରେ ବୃତ୍ତିଗତ ଭାବରେ ଯୋଗଦେବା ପାଇଁ କୌଣସି ଯୋଜନା ନାହିଁ ।

bollywood actress kangna ranautbollywood actress kangna ranaut to fight 2024 lok sabha electionskangana ranaut fight loksabha election
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami