ଝାଡ଼ଖଣ୍ଡରେ ନୂତନ ସରକାର ଗଠନ ପାଇଁ ଛକାପଞ୍ଝା

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଗିରଫ ହେବା ପରେ ଝାଡ଼ଖଣ୍ଡରେ ନୂତନ ସରକାର ଗଠନ ପାଇଁ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଦଳର ଅନୁଗତ ତଥା ରାଜ୍ୟ ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ମନୋନୀତ କରାଯାଇଥିଲା । ଚମ୍ପାଇ ସୋରେନଙ୍କ ସମର୍ଥନରେ ୪୩ ଜଣ ବିଧାୟକ ଅଛନ୍ତି ।

ବିଧାୟକମାନଙ୍କୁ ଝାଡ଼ଖଣ୍ଡ ବାହାରକୁ ସ୍ଥାନାନ୍ତର

ସୋରେନଙ୍କ ଇସ୍ତଫା ପରେ ଚମ୍ପାଇ ସୋରେନ କହିଛନ୍ତି ଯେ ସେ ୪୭ ଜଣ ବିଧାୟକଙ୍କ ସମର୍ଥନରେ ଝାଡ଼ଖଣ୍ଡରେ ନୂଆ ସରକାର ଗଠନ ପାଇଁ ଦାବି କରିଛନ୍ତି । ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଲମଗିର ଆଲାମ କହିଛନ୍ତି, ଆମେ ରାଜ୍ୟପାଳଙ୍କୁ ୪୩ ଜଣ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଛୁ । ଜେଏମ୍‌ଏମ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚମ୍ପାଇ ସୋରେନଙ୍କ ସମର୍ଥନରେ ଏବେ ୪୩ ଜଣ ବିଧାୟକ ସେମାନଙ୍କ ସହ ଅଛନ୍ତି । ଏପରିସ୍ଥିତିରେ ନୂତନ ସରକାର ଗଠନ ପାଇଁ ବିଧାୟକଙ୍କ ଘୋଡ଼ା ବେପାର ଆଶଙ୍କା ରୋକିବା ପାଇଁ ଜେଏମଏମ ନେତୃତ୍ୱାଧୀନ ମେଣ୍ଟବିଧାୟକମାନଙ୍କୁ ଝାଡ଼ଖଣ୍ଡ ବାହାରକୁ ସ୍ଥାନାନ୍ତର କରାଯାଇଛି । ଝାଡ଼ଖଣ୍ଡର ବିଧାୟକମାନଙ୍କୁ ଦୁଇଟି ଚାର୍ଟର୍ଡ ବିମାନରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ୫ ଜଣ ବିଧାୟକ ପ୍ରଦୀପ ଯାଦବ, ଚମ୍ପାଇ ସୋରେନ୍‌, ଆଲମଗିର ଆଲାମ, ସତ୍ୟାନନ୍ଦ ଭୋକ୍ତା ଏବଂ ବିନୋଦ ସିଂହ ରାଞ୍ଚିରେ ରହି ସରକାର ଗଠନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଯଦି ନୂତନ ସରକାର ଗଠନ ପାଇଁ ରାଜ୍ୟପାଳ ମେଣ୍ଟବିଧାୟକଙ୍କୁ ସମୟ ନ ଦିଅନ୍ତି ତେବେ ବାକି ନେତାମାନେ ମଧ୍ୟ ହାଇଦ୍ରାବାଦ ଯିବେ । ଏହା ପୂର୍ବରୁ ହେମନ୍ତ ସୋରେନ୍ ଇଡି ବିରୋଧରେ ଏତଲା ଦାୟର କରିଛନ୍ତି । ଏତଲାରେ ସୋରେନ ଅଭିଯୋଗ କରିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ତାଙ୍କୁ ଏବଂ ତାଙ୍କ ସମଗ୍ର ସମ୍ପ୍ରଦାୟକୁ ହଇରାଣ ଏବଂ ବଦନାମ କରିବା ପାଇଁ ଏହି ଚଢ଼ାଉ କରିଛି ।

Jharkhand Chief MinisterTransfer of MLAs out of Jharkhand
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami