ରାଷ୍ଟ୍ରପତି କ’ଣ କେବଳ ରବର ଷ୍ଟାମ୍ପ ? ଇତିହାସର କିଛି ଏମିତି ଘଟଣା ଯେତେବେଳେ ରାଷ୍ଚ୍ରପତି ଭାରି ପଡିଛନ୍ତି ସରକାରଙ୍କ ଉପରେ

ମେ ୧୯୬୨ ମସିହାରେ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁ ନିଜ ପସନ୍ଦର ନେତା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ । ନେହେରୁ ଆଶା କରିଥିଲେ ଯେ, ରାଧା କ୍ରିଷ୍ଣନ ସବୁ ପରିସ୍ଥିତିରେ ତାଙ୍କ ସରକାର ସହିତ ଛିଡା ହେବେକିନ୍ତୁ ଚୀନ୍ ସହିତ ଯୁଦ୍ଧରେ ଭାରତର ଲଜ୍ଜାଜନକ ପରାଜୟ ସବୁକିଛି ବଦଳାଇ ଦେଇଥିଲା । ରାଷ୍ଟ୍ରପତି ରାଧାକ୍ରିଷ୍ଣନ୍ ବନ୍ଧୁତାକୁ ପଛରେ ରଖି ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେଚୀନକୁ ନେଇ ନେହେରୁ ସରକାରର ଭୂଲ ନୀତି ପାଇଁ ଦେଶକୁ ଲଜ୍ଜିତ ହେବାକୁ ପଡିଲା ବୋଲି ରାଧା କ୍ରିଷ୍ଣନଙ୍କ ମତ ଥିଲା । ନେହେରୁ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିଲେ । କିନ୍ତୁ ରାଧାକ୍ରିଷ୍ଣନ ତାଙ୍କୁ ବରଖାସ୍ତ କରିବାକୁ ପଛାଇ ନଥିଲେପ୍ରଥମ ଓ ଶେଷ ଥର ପାଇଁ ଭାରତୀୟ ଇତିହାସରେ କୌଣସି ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ବିରୋଧ ସତ୍ୱେ ଜଣେ ମନ୍ତ୍ରୀଙ୍କୁ ବରଖାସ୍ତ କରିଥିଲେ ।

ଆଉ ଗୋଟିଏ ଘଟଣା ଉପରେ ନଜର ପକାନ୍ତୁ । ଇନ୍ଦିରା ଜ୍ଞାନି ଜୈଲ ସିଂହଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେକୁହାଯାଏ ଯେ, ଜୈଲ ସିଂହ ଏକଦା କାଳେ କହିଥିଲେ –ଇନ୍ଦିରା ଯଦି ମୋତେ ଝାଡୁ ମାରିବାକୁ କୁହନ୍ତି ତେବେ ମୁଁ ସେ କାମ ମଧ୍ୟ କରିବି । କିନ୍ତୁ ଅପରେସନ୍ ବ୍ଲୁ ଷ୍ଟାର ପରେ ଜୈଲ ସିଂହ ଇନ୍ଦିରାଙ୍କୁ ସମାଲୋଚନା କରିବାକୁ ପଛାଇ ନଥିଲେ । ସ୍ୱାଧିନ ଭାରତର ପ୍ରଥମ ରାଷ୍ଟ୍ରପତି ବାବୁ ରାଜେନ୍ଦ୍ର ପ୍ରସାଦଙ୍କ ଅମଳରୁ ହିଁ ଭାରତର ରାଷ୍ଟ୍ରପତି କେବଳ ଆଳଙ୍କାରିକ ମୁଖ୍ୟ ନୁହନ୍ତି ବୋଲି ପ୍ରମାଣିତ ହୋଇ ସାରିଥିଲା । ରାଜେନ୍ଦ୍ର ପ୍ରସାଦ ଦୁଇଟି ପ୍ରସଙ୍ଗରେ ନେହେରୁଙ୍କୁ ବିରୋଧ କରିବାକୁ ପଛାଇ ନଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏକଥା କାହିଁକି କହୁଛୁ ? ଏହାର କାରଣ ହେଉଛି ଓଡ଼ିଶାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକରକମ ନିଶ୍ଚିତ । କିନ୍ତୁ ତାଙ୍କ ବିରୋଧୀଙ୍କ କହିବା ହେଉଛି ମୁର୍ମୁ କେବଳ ମାତ୍ର ରବର ଷ୍ଟାମ୍ପ ହୋଇ ରହିଯିବେ ।

ଭାରତର ରାଷ୍ଟ୍ରପତି ସବୁବେଳେ ସରକାରଙ୍କ କଥାରେ ଚାଲନ୍ତି ଏଭଳି ନୁହେଁ । ଅନେକ ସମୟରେ ରାଷ୍ଟ୍ରପତି ସରକାରଙ୍କ ମତକୁ ମଧ୍ୟ ବିରୋଧ କରିଛନ୍ତି । ଏହାର ଆରମ୍ଭ ହୁଏ ବାବୁ ରାଜେନ୍ଦ୍ର ପ୍ରସାଦଙ୍କ କାର୍ଯ୍ୟକାଳରୁରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ଥିବା ବେଳେ ନେହେରୁ ହିନ୍ଦୁ କୋଡ୍ ଆଣିଥିଲେ । ଯାହାଦ୍ୱାରା ହିନ୍ଦୁଙ୍କ ଆଇନକୁ ଏକିକୃତ କରାଯିବ ଲକ୍ଷ୍ୟ ଥିଲା । କିନ୍ତୁ ରାଜେନ୍ଦ୍ର ପ୍ରସାଦଙ୍କ ମତ ଥିଲା ଯେ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ହିନ୍ଦୁଙ୍କ ଜନମତ ନେବାର ଆବଶ୍ୟକତା ରହିଛି । ସେ ଏହି ବିଲକୁ ସର୍ବୋଚ୍ଚ ଅଦାଲତକୁ ପଠାଇବାକୁ ପରାମର୍ଶ ଦେଇଥିଲେ । ଅର୍ଥାତ ବିଲକୁ ନେଇ ସେ ସରକାରଙ୍କ ସହିତ ଅସହମତ ଥିଲେ ।

ସେହିଭଳି ସୋମନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସେ ନେହେରୁଙ୍କ ବିରୋଧ ସତ୍ୱେ ଯାଇଥିଲେସୋମନାଥ ମନ୍ଦିର ପ୍ରତିଷ୍ଠାକୁ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ରର ମୁଖ୍ୟଙ୍କ ଯିବା ଠିକ୍ ହେବ ନାହିଁ ବୋଲି ନେହେରୁଙ୍କ ମତ ଥିଲା । କିନ୍ତୁ ରାଜେନ୍ଦ୍ର ପ୍ରସାଦଙ୍କ କହିବା ଥିଲା ଯେ, ସୋମନାଥ ମନ୍ଦିର ଧ୍ୱଂସ ଦେଶ ଉପରେ ଆକ୍ରମଣ ଥିଲା । ଏହାର ପୁନଃନିର୍ମାଣ ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ

ସେହିଭଳି ୧୯୭୭ରେ ଜନତା ପାର୍ଟି ସରକାରକୁ ଆସିବା ପରେ ନିଲମ ସଂଜିବ ରେଡି ରାଷ୍ଟ୍ରପତି ହୋଇଥିଲେ । କିନ୍ତୁ ଜନତା ସରକାର ଭାଙ୍ଗିବା ପରେ ଇନ୍ଦିରା ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଉ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଶିତଳ ଯୁଦ୍ଧ । ପ୍ରିନସ ଚାର୍ଲସଙ୍କ ବିବାହ ଉତ୍ସବକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେବେ ଗୋଟିଏ ସ୍ଥାନକୁ ଦୁଇ ଜଣ ସାମ୍ବିଧାନିକ ପଦବୀ ଯିବା ଉଚିଚ ହେବ ନାହିଁ କହି ଇନ୍ଦିରା ନିଜେ ଯିବାକୁ ପ୍ରସ୍ତାବ ଦେଇଥିଲେ । ଯାହାର ଉତ୍ତରରେ ସଂଜୀବ ରେଡି କହିଥିଲେ ଯେ, ସେ ରାଷ୍ଟ୍ରପତି ଭାବେ ନୁହେଁ ବ୍ୟକ୍ତିଗତ ଭାବେ ବିବାହରେ ସାମିଲ ହେବେଶେଷରେ ଇନ୍ଦିରାଙ୍କୁ ପଛକୁ ହଟିବାକୁ ପଡିଥିଲା ।

ସେହିଭଳି କେ ଆର ନାରାୟଣ ରାଷ୍ଟ୍ରପତି ଭାବେ ଉତ୍ତର ପ୍ରଦେଶ ଓ ବିହାରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ କେନ୍ଦ୍ର ସରକାରଙ୍କ ସୁପାରିସକୁ ଗ୍ରହଣ କରିନଥିଲେ ।

ଏପିଜେ ଅବଦୁଲ କଲାମ ରାଷ୍ଟ୍ରପତି ଭାବେ ଗୁଜୁରାଟ ସରକାରଙ୍କ ଆତଙ୍କବାଦୀ ନିରୋଧ ଆଇନକୁ ସ୍ୱିକୃତୀ ଦେଇନଥିଲେ । ସେହି ବିଲକୁ ତାଙ୍କ ପରବର୍ତ୍ତି ଉତ୍ତରାଧିକାରୀ ପ୍ରଣବ ମୁଖାର୍ଜୀ ମଧ୍ୟ ମଂଜୁରୀ ଦେଇନଥିଲେ । ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ଏହି ବିଲକୁ ସ୍ୱିକୃତୀ ମିଳିଥିଲା ।

ତେଣୁ ରାଷ୍ଟ୍ରପତି କେବଳ ରବର ଷ୍ଟାମ୍ପ ବୋଲି କହିବା ଠିକ ହେବ ନାହିଁ ଅବଶ୍ୟ ଏହା ରାଷ୍ଟ୍ରପତିଙ୍କ ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ ଯେ, ସେ କେଉଁଭଳି ରାଷ୍ଟ୍ରପତି ଭାବେ ପରିଚିତ ହେବାକୁ ଚାହାନ୍ତି ।

former president of indiagiani zail singhgiani zail singh indira gandhik r narayanan president of indianeelam sanjiva reddy president of indiapresident rubber stamppresidents of india 1947 to 2022rajendra prasad first president of indiasarvepalli radhakrishnan presidentvice president of india 1947 to 2022
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami