ବଡ ପ୍ରତିଶୋଧ ନେଲା ଭାରତ

ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ବୋଲରଙ୍କ ଶାଣିତ ପ୍ରଦର୍ଶନ ଯୋଗୁଁ ସୋମବାର ଆଇସିସି ଟି -୨୦ ବିଶ୍ୱକପ୍‌ର ସୁପର ଅଷ୍ଟମ ପର୍ଯ୍ୟାୟର ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କରିଛି। ଏହା ସହିତ କ୍ରମାଗତ ତୃତୀୟ ବିଜୟ ହାସଲ କରିବା ସହ ସେମିଫାଇନାଲକୁ ଉନ୍ନିତ ହୋଇଛି ଭାରତ । ତିନୋଟି ସୁପର ୮ ମ୍ୟାଚ୍ ଜିତିବା ପରେ ଭାରତ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଥିଲା। ଆସନ୍ତା ୨୭ ତାରିଖରେ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ଭେଟିବାକୁ ଯାଉଛି ଭାରତ। ଅଷ୍ଟ୍ରେଲୀୟ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମାଙ୍କ ଦମଦାର ଇନିଂସ ବଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୫ ରନ୍ ସ୍କୋର କରିଥିଲା। ରୋହିତ ୪୧ ବଲରେ ୯୨ ରନର ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ୍ ହେଡ୍ ୪୩ ବଲରେ ୭୬ ରନ୍ ସଂଗ୍ରହ କରିଥିଲେ ମଧ୍ୟ ସେ ଦଳ ପରାଜିତ ହୋଇଥିଲା । ଅଷ୍ଟ୍ରେଲିଆ ଦଳ ୨୦ ଓଭରରେ ୭ ୱିକେଟ୍ ପାଇଁ ମାତ୍ର ୧୮୧ ରନ୍ ସ୍କୋର କରିବା ପାଇଁ ସକ୍ଷମ ହୋଇଥିଲା ।

ଏହି ବିଜୟ ସହିତ ଭାରତ ଦିନିକିଆ ବିଶ୍ୱକପ ଫାଇନାଲରେ ପରାଜୟର ପ୍ରତିଶୋଧ ନେଇଛି । ନିଜ ଘରୋଇ ମାଟିରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲରେ ଭାରତକୁ ପରାସ୍ତ କରିଦେଇଥିଲା ଅଷ୍ଟ୍ରେଲିଆ । ଏହା ସହିତ ଭାରତକୁ ବିଶ୍ୱ ବିଜୟୀ ହେବାର ସମସ୍ତ ସ୍ୱପ୍ନକୁ ଭାଙ୍ଗି ଦେଇଥିଲା । ଏହି ମ୍ୟାଚରେ ରୋହିତ ଶର୍ମା ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ମାତ୍ର ୪୧ ବଲରେ ୯୨ ରନର ଏକ ଦମଦାର ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୮ ଟି ଛକା ଓ ୭ଟି ଚୌକା ଅନ୍ତର୍ଭୁକ୍ତ ହୋଇଥିଲା । ମିଚେଲ ଷ୍ଟାର୍କଙ୍କ ଗୋଟିଏ ଓଭରରେ ରୋହିତ ୪ଟି ଛକା ମାରି ମୋଟ ୨୮ ରନ୍ ସ୍କୋର କରିଥିଲେ। ରୋହିତଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରି ୧୬ ବଲରେ ୩୧ ରନ୍ ସଂଗ୍ରହ କରିଥିଲେ। ୧୭ ବଲରେ ୨୭ ରନ୍ ସ୍କୋର କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ରହିଥିଲେ ।

ଅନ୍ୟପଟେ ଜାଡେଜା ମଧ୍ୟ ୯ ରନ୍ ସଂଗ୍ରହ କରିବା ସହିତ ଅପରାଜିତ ରହିଥିଲେ । ୨୮ ରନ୍ ସ୍କୋର କରିବା ପରେ ଶିବମ୍ ଦୁବେ ଆଉଟ୍ ହୋଇଥିଲେ। ବିରାଟ ପୁଣି ଥରେ ନିରାଶ କରିଛନ୍ତି । ବିଜୟ ଲକ୍ଷକୁ ପିଛା କରୁଥିବା ଅଷ୍ଟ୍ରେଲିଆ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ ଅର୍ଶଦୀପ ସିଂ। ଅର୍ଶଦୀପ ସଂହ ଡେଭିଡ ୱାର୍ଣ୍ଣରକୁ ଆଉଟ କରିବା ସହିତ ମ୍ୟାଚକୁ ଅଷ୍ଟ୍ରେଲିଆ ହାତରୁ ଛଡାଇ ଆଣିଥିଲେ। ଏହା ପରେ ଟ୍ରାଭିସ୍ ହେଡ୍ ଏବଂ ମିଚେଲ ମାର୍ଶଙ୍କ ମଧ୍ୟରେ ଏକ ଭଲ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ଏହି ଯୋଡ଼ିକୁ କୁଲଦୀପ ଯାଦବ ଭାଙ୍ଗିବାରେ ସଫଳ ହୋଇଥିଲେ । ୩୭ ରନ କରିଥିବା ମାର୍ଶଙ୍କୁ କୁଲଦୀପ ଆଉଟ କରିଥିଲେ । ବ୍ୟାଟିଂ କରିବାକୁ ଆସିଥିବା ଗ୍ଲେନ୍ ମ୍ୟାକ୍ସୱେଲ ଆସିବା ମାତ୍ରେ ବଡ ସଟ୍ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଉଇକେଟ ନେବାରେ ସକ୍ଷମହୋଇଥିଲେ କୁଲଦୀପ। ମ୍ୟାକ୍ସୱେଲ ୨୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ୭୬ ରନ୍‌ର ଏକ ଇନିଂସ ଖେଳିବା ପରେ ହେଡ୍ ଆଉଟ୍ ହୋଇଥିଲେ। ଭାରତ ପାଇଁ ଅର୍ଶଦୀପ ସିଂ ୩ ୱିକେଟ୍ ନେଇଥିଲେ। କୁଲଦୀପ ଯାଦବ ୨ ୱିକେଟ୍ ନେଇଛନ୍ତି ଏବଂ ବୁମରା-ଅକ୍ଷର୍ ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

australia vs indiaicc t20 world cup 2024ind vs aus t20 world cup 2024india beat australiaindia vs australiaindia vs australia in t20 world cup 2024india vs Australia t 20 todayindia vs australia t20 world cup 2024india vs australia t20 world cup 2024 highlightspak media on india latest todaypak media on t20 world cup 2024t 20 world cup 2024t20 world cupt20 world cup 2024t20 world cup 2024 highlightst20 world cup 2024 points tablet20 world cup 2024 semi finalworld cup 2024
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami