ବିରୋଧୀଙ୍କ 26 ବନାମ ଏନଡିଏର 38,24 ଲାଗି ମେଣ୍ଟ ଜରୁରୀ କାହିଁଙ୍କି ?

2024 ପାଇଁ ରଣକ୍ଷେତ୍ର ସଜା ଚାଲିଛି । ସମରସଜ୍ଜାର ଗୋଟିଏ ପଟେ ବିରୋଧୀଙ୍କ ଇଣ୍ଡିଆ,ଯେଉଁଥିରେ 26 ଅଂଶୀଦାର ଦଳ ଅଛନ୍ତି । ଅନ୍ୟପଟେ ବିଜେପି ନେତୃତ୍ୱାଧିନ ଏନଡିଏ ନିଜର 38 ଅଂଶୀଦାର ସାଥୀଙ୍କୁ ନେଇ ଛିଡ଼ା ହୋଇଛି ଭାରତୀୟ ରାଜନୀତିରେ ପୁଣି ଥରେ ଆଉ ଗୋଟିଏ ବିରଳ ରାଜନୈତିକ ଧୃବୀକରଣ ହେଉଛିଯେଉଁଦଳ ପରସ୍ପରକୁ ପସନ୍ଦ କରୁନଥିଲେ,କେବେ ମଧ୍ୟ ହାତ ନମିଳାଇବାର ଭୀଷ୍ମ ପ୍ରତିଜ୍ଞା ନେଇଥିଲେ ଏବେ ସେହି ଦଳ ଗୁଡ଼ିକ ବିଜେପି ଓ ମୋଦିଙ୍କୁ କ୍ଷମତାଚ୍ୟୁତ କରିବାକୁ ରାଜନୈତିକ ଆଲିଙ୍ଗନ କରୁଛନ୍ତିବିଜେପି ମଧ୍ୟ ଏହି ବିରୋଧୀ ମହାମେଣ୍ଟର ମହିମାକୁ ଭଲ ଭାବେ ବୁଝି ପାରିଛିବିଜେପି ଜାଣି ସାରିଛି ଯେ,କଂଗ୍ରେସ ଯେତେବେଳେ ନିଜ ରାଜନୈତିକ ଅଂହକୁ ତ୍ୟାଗ କରି କେଜ୍ରିୱାଲ ଓ ମମତାଙ୍କ ଭଳି ବିରୋଧୀଙ୍କ ସହିତ ହାତ ମିଳାଇ ସାରିଲାଣି ସେତେବେଳେ ଲକ୍ଷ୍ୟ କେବଳ ଗୋଟିଏ ଦଶ ବର୍ଷ ପରେ କ୍ଷମତାକୁ ପୁଣି ଦଖଲ କରିବାକ୍ଷମତା ଦଖଲଠାରୁ ବଡ଼ ଲକ୍ଷ୍ୟ ହେଉଛି ମୋଦି ନାମକ ମିଥ୍ କୁ ଭାଙ୍ଗିବା । ବିରୋଧୀଙ୍କ ନୂଆ ମେଣ୍ଟ ଯାହାର ନାମ ହେଉଛି ‘ଇଣ୍ଡିଆ’ ଖାଲି ଭାରତୀୟ ରାଜନୀତିକୁ ପ୍ରଭାବିତ କରିବ ନାହିଁ ଏହା ମଧ୍ୟ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବାକୁ ଯାଉଛି ଏମିତିରେ ଦେଶର ଦୁଇ ପ୍ରମ୍ମୁଖ ଦଳ କଣ ପାଇଁ ମେଣ୍ଟ ଲାଗି ଏତେ ବ୍ୟଗ୍ର ଆସନ୍ତୁ ଜାଣିବା ଓ ମେଣ୍ଟ ପାଇଁ କେମିତି କଂଗ୍ରେସକୁ ଅଧିକ କ୍ଷତି ସହିବାକୁ ପଡ଼ିବ ତାହା ବୁଝିବା

ହମ୍ ସାଥ୍ ସାଥ୍ ହୈ..

ବିରୋଧୀଙ୍କ ହମ୍ ସାଥ୍ ସାଥ୍ ହୈ ପୋଜକୁ କେବଳ ମାତ୍ର ରାଜନୈତିକ ଅବସରବାଦ କହି ଏଡ଼ାଇଯିବା ଠିକ୍ ହେବ ନାହିଁ । ବିଶେଷକରି ଯେତେବେଳେ ଏହି ପ୍ରକ୍ରିୟାରେ ବାମପନ୍ଥୀ ଦଳ ମଧ୍ୟ ସକ୍ରୀୟତାର ସହିତ ଅଂଶଗ୍ରହଣ କରୁଛନ୍ତି । ଅତିକମରେ ବାମପନ୍ଥୀ ଦଳଙ୍କ ବାବଦରେ ଏହି କଥାକୁ କିଛି ଭରସାର ସହିତ କୁହାଯାଇ ପାରିବ । କାରଣ ମତବାଦ ଆଧାରରେ ଏହି ଦଳଗୁଡ଼ିକ ଅନେକ ଥର ଏମିତି ନିଷ୍ପତ୍ତି ନେଇଛନ୍ତି ଯାହା ସେମାନଙ୍କ ପାଇଁ ବିନାଶକାରୀ ସାବ୍ୟସ୍ତ ହୋଇଛି ।ଯେମିତି ମନମୋହନ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରିବା । ଏହି ଦଳ ଗୁଡ଼ିକ ଯଦି ମମତାଙ୍କ ସହିତ ସନ୍ଧି କରୁଛନ୍ତି ତେବେ ଏହା ଏକ ବଡ଼ ରାଜନୈତିକ ସନ୍ଦେଶ ଦେଉଛି ।

କ୍ଷମତାସୀନ ଦଳ ଓ ବିରୋଧୀ ଦଳ ତଥା ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆଲୋଚନା ହେବା ମଧ୍ୟ ଗଣତନ୍ତ୍ର ପାଇଁ ଶୁଭଙ୍କର । ତେବେ ଏନଡିଏରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଓ ଏନସିପିର ବିଦ୍ରୋହୀ ଗୋଷ୍ଠୀ ସାମିଲ ହେବା କିଛି ମାତ୍ରାରେ କୃତ୍ରିମତା ଲାଗୁଛି । କାରଣ ଅଭିଯୋଗ ହେଉଛି ଯେ,କେନ୍ଦ୍ରୀୟ ଏଜେନସିଙ୍କ ଡର ଦେଖାଇ ବିଜେପି ଏହି ଦୁଇଦଳର ବିଦ୍ରୋହୀଙ୍କୁ ନିଜ ମେଣ୍ଟକୁ ଆଣିଛି । ଯଦି ଏହି ଅଭିଯୋଗରେ କିଛି ମାତ୍ରାରେ ବି ସତ୍ୟତା ଥାଏ ତେବେ ଏହାକୁ ସହଜ ରାଜନୈତିକ ପ୍ରକ୍ରିୟାର ଅଂଶ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ

ଆଞ୍ଚଳିକବାଦ ବନାମ ରାଜନୀତିର କେନ୍ଦ୍ରିକରଣ

ଗତ ଏକ ଦଶନ୍ଧିରେ ରାଜନୀତିରେ କେନ୍ଦ୍ରୀକରଣ ବୃଦ୍ଧି ପାଇଛିଯାହାର ଜବାବରେ ଆଂଚଳିକବାଦ ମଧ୍ୟ ବଢ଼ିଛିବିଜେପି ଛୋଟରୁ ଛୋଟ ନିର୍ବାଚନ ନରେନ୍ଦ୍ର ମୋଦିଙ୍କୁ ମୁହଁ କରି ଲଢୁଛି । ଏହି କାରଣରୁ ବିଜେପିକୁ ଲାଗୁଛି ଯେ,ନିର୍ବାଚନରେ ଏହା ଆଂଚଳିକ ଦଳ କିମ୍ବା ନେତାଙ୍କ ଆବଶ୍ୟକତା କରେନାହିଁ । ଏହି କାରଣରୁ ଏନଡିଏ ମୃତପ୍ରାୟ ଅନ୍ୟପକ୍ଷରେ ମୋଦି ମୁକାବିଲା ପାଇଁ ନୀତିଶ,ମମତା,କେସିଆର,କେଜ୍ରିୱାଲ,ଷ୍ଟାଲିନ ଓ ପୁରୁଣା ବନ୍ଧୁ ଉଦ୍ଧବ ଥାକ୍ରେ ଆଂଚଳିକବାଦର ସାହାରା ନେଉଛନ୍ତି । ବିବିଧତାପୂର୍ଣ୍ଣ ଭାରତ ପାଇଁ ଅତି କେନ୍ଦ୍ରୀୟବାଦ ଓ ଅତି ଆଂଚଳିକବାଦ ବିପଜ୍ଜନକ । ତେଣୁ ଯେତେବେଳେ ଆଂଚଳିକ ଦଳଗୁଡ଼ିକ ଗୋଟିଏ ମଂଚରେ ଏକାଠି ହେବା ଦେଶ ପାଇଁ ଶୁଭସଂକେତ

କଂଗ୍ରେସର କ’ଣ ହେବ ?

ମେଣ୍ଟର ନାମକରଣ ରାହୁଲ କରିଛନ୍ତି କଂଗ୍ରେସ ମେଣ୍ଟ ପାଇଁ କିଛିଟା ତ୍ୟାଗ କରିବା ଭଳି ମୁଡରେ ଅଛି । କିନ୍ତୁ ଏହି ‘କିଛି’ କେତେ ହେବ ? ଏହା ଏକ ବଡ଼ ପ୍ରଶ୍ନ । ମୋଦି ମୁକାବିଲା ପାଇଁ କଂଗ୍ରେସକୁ ଆଂଚଳିକ ଦଳଙ୍କ ସହିତ ସାଲିସ କରିବାକୁ ପଡ଼ୁଛି । ଆଉ ଏହାରି ଭିତରେ ଲୁଚିଛି କଂଗ୍ରେସ ପାଇଁ ବିପଦ ସଂକେତବିହାର,ପଶ୍ଚିମବଙ୍ଗ ଭଳି ରାଜ୍ୟରେ ସିଟ୍ ଭାଗବଣ୍ଟା ସହଜ ହେବ ନାହିଁ । ଏହି ରାଜ୍ୟ ଗୁଡିକରେ ସକ୍ରୀୟ ଥିବା ଆଂଚଳିକ ଦଳ କଂଗ୍ରେସକୁ ଅଳ୍ପ କିଛି ସିଟ୍ ଦେବାକୁ ଚାହିଁବେ । ଯେମିତି 2009 ସାଧାରଣ ନିର୍ବାଚନ ବେଳେ ଲାଲୁ ଯାଦବ ବିହାରରେ କଂଗ୍ରେସକୁ ମାତ୍ର 4 ସିଟ୍ ଦେଇ ବେଇଜତ୍ କରିଥିଲେ । ଅବଶ୍ୟ ଏହା ଅଲଗା କଥା କଂଗ୍ରେସ ନିଜ ଦମରେ ଲଢି ଅଧିକ ସିଟ୍ ଆଣିଥିଲା । ଏବେ କଂଗ୍ରେସକୁ ଯଦି ମମତାଙ୍କ ପଶ୍ଚିମବଙ୍ଗ ଓ ଲାଲୁ-ନୀତିଶଙ୍କ ବିହାରରେ ପୁଣି ବଳିଦାନ ଦେବାକୁ ପଡ଼େ ତେବେ ଏହା କଂଗ୍ରେସର ଭବିଷ୍ୟତ ପାଇଁ ଖରାପ ହେବ । ହଁ,ଦିଲ୍ଲୀର ବାବୁ କେଜ୍ରିୱାଲ କଂଗ୍ରେସକୁ କେତେ ସିଟ୍ ଦେବେ କି ସକାଳେ ଗାଳିକରି ସନ୍ଧ୍ୟାରେ ମେଣ୍ଟ ଧର୍ମ ବାବଦରେ ମନେ ପକାଇବେ ତାହା ମଧ୍ୟ ଗୋଟିଏ ବଡ଼ ପ୍ରଶ୍ନ ।

india vs ndaindia vs nda 2024india vs nda partyindian political newsindian political news todaynda party newsnda party statusnda vs indianda vs india alliancenda vs india party listopposition unite against bjpopposition unity 2024opposition unity indiaopposition unity latest newsrahul gandhi vs pm modi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami