ପାଟିରେ କମୁଛି ଦାନ୍ତ ସଂଖ୍ୟା, ୩୨ରୁ ଖସି ୨୮ !

ଗୋଟେ ବିଧାରେ ୩୨ ଦାନ୍ତ ଭାଙ୍ଗି ଦେବି । ଏଭଳି ଡାଇଲଗ୍ ଆପଣ ବଲିଉଡ୍ ଫିଲ୍ମରୁ ଆଖପାଖରେ ଅନେକଙ୍କ ମୁହଁରୁ ଶୁଣିଥିବେ । କିନ୍ତୁ ଆଉ କିଛି ବର୍ଷ ପରେ ଏହି ଡାଇଲଗ ଆଉ ଶୁଣିବାକୁ ମିଳିବ ନାହିଁ । ଏହା ଅଚଳ ହୋଇଯିବ । କାରଣ ଏକ ନୂଆ ଗବେଷଣା ରିପୋର୍ଟ ଅନୁସାରେ ଯୁବକଙ୍କ ମୁହଁରେ ଆଉ ୩୨ ଦାନ୍ତ ଉଠୁନାହିଁ୩୨ ବଦଳରେ ଦାନ୍ତ ସଂଖ୍ୟା ୨୮ରେ ହିଁ ସୀମିତ ରହୁଛି । ଏହା ସହିତ ମୁହଁ ମଧ୍ୟ ଧିରେ ଧିରେ ଛୋଟ ହୋଇଯାଉଛି ।

କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ରିପୋର୍ଟ : ଦାନ୍ତ ସଂଖ୍ୟା ୨୮

ବାରଣାସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଡେଣ୍ଟାଲ ସାଇନ୍ସର ବରିଷ୍ଠ ଦାନ୍ତ ବିଶେଷଜ୍ଞ ଏକ ଗବେଷଣା କରିଥିଲେ । ଗବେଷଣା ଅନୁସାରେ ଗତ ୨୦ ବର୍ଷ ଧରି ତାଙ୍କ ଓପିଡିକୁ ଆସିଥିବା ୨୫ ପ୍ରତିଶତ ଯୁବକଙ୍କ ନିକଟରେ କେବଳ ୨୮ଟି ଦାନ୍ତ ଦେଖିବାକୁ ମିଳିଛି । ୩୫ ପ୍ରତିଶତଙ୍କ ନିକଟରେ ଅତି କଷ୍ଟରେ ୩୨ଟି ଦାନ୍ତ ଦେଖିବାକୁ ମିଳିଛି । ତାହା ମଧ୍ୟ ଅଙ୍କାବଙ୍କା ଦାନ୍ତ, ଯାହାକୁ ଚିକିତ୍ସା କରି ସିଧା କରାଯାଉଛି ।

ପ୍ରଫେସର ଚତୁର୍ବେଦୀଙ୍କ କହିବା ହେଉଛି, ପ୍ରାୟ ୧୮ରୁ ୨୫ ବର୍ଷ ମଧ୍ୟରେ ୨୯ରୁ ୩୨ଟି ଦାନ୍ତ ଉଠିଥାଏ । ଏହାକୁ ଥର୍ଡ଼ ମୋଲାର ଦାନ୍ତ ବୋଲି କୁହାଯାଏ । ଡାକ୍ତରଙ୍କ କହିବା ହେଉଛି ୨୦ ବର୍ଷ ହେବ ୨୫ ପ୍ରତିଶତ ରୋଗୀଙ୍କ ନିକଟରେ ଥର୍ଡ଼ ମୋଲାର ଦାନ୍ତ ଦେଖିବାକୁ ମିଳୁନି । କେବଳ ସେତିକି ଖାଦ୍ୟକୁ ଚୋବାଇବା ପାଇଁ ୧୨ଟି ଦାନ୍ତ ଥାଏ, ଆଜିକାଲି ତାହା ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ ।

କ’ଣ ପାଇଁ ଏମିତି ହେଉଛି ?

ପ୍ରଫେସରଙ୍କ କହିବା ହେଉଛି ସହରର ଯୁବପୀଢ଼ିଙ୍କ ଠାରେ ଏହି ସମସ୍ୟା ଅଧିକତର ଦେଖିବାକୁ ମିଳୁଛି । ଏହା ପଛର କାରଣ ହେଉଛି ଆଧୁନିକ ଯୁଗର ପିଲାମାନେ ଟାଣ ଖାଦ୍ୟ ଚୋବାଇବା ବନ୍ଦ କରି ଦେଇଛନ୍ତି । ପୂର୍ବରୁ ଲୋକମାନେ ଚଣା, ମଟର, ବାଦାମ ଆଦି ଚୋବାଇ ଖାଉଥିଲେ । ଗାଁ’ରେ ଏବେ ମଧ୍ୟ ଲୋକ ଏହିଭଳି କରୁଛନ୍ତି । କିନ୍ତୁ ସହରର ଚାକଚକ୍ୟ ମଧ୍ୟରେ ଆଜିର ଯୁବପୀଢ଼ି ଏ ସବୁ ଭୁଲିଗଲେଣି । କମ୍ ଚୋବାଇବା ଦ୍ୱାରା ମାଢ଼ିର ଆକାର ମଧ୍ୟ କମ୍ ହେବାରେ ଲାଗିଛିଦାନ୍ତ ଉଠିବା ପାଇଁ ସ୍ଥାନ ମିଳୁନାହିଁ

human teeth anatomyhuman teeth structurehuman teethskashi hindu vishwavidyalayakashi hindu vishwavidyalaya banaraskashi hindu vishwavidyalaya varanasisurveyteeth
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami