କେମିତି ଜାଣିବେ ଅନ୍ୟ କେହି ଆପଣଙ୍କ ଫୋନରୁ ପର୍ସନାଲ ଡାଟା ଚୋରି କରୁଛି ?

ବର୍ତ୍ତମାନ ସମୟରେ ସମସ୍ତଙ୍କ ହାତରେ ସ୍ମାର୍ଟ୍ ଫୋନ୍ବ୍ୟକ୍ତିଗତ କାମଠାରୁ ଅଫିସ କାମ ସବୁ ପାଇଁ ସ୍ମାର୍ଟ୍ ଫୋନ୍ ଉପରେ ଆମେ ନିର୍ଭରଶୀଳବ୍ୟାଙ୍କିଂରୁ ଚାଟିଂ ସବୁକିଛି ହେଉଛି ସ୍ମାର୍ଟଫୋନରେ । ଆଉ ଏହା ସହିତ ଆସିଛି ବିପଦହ୍ୟାକର୍ସ ଆପଣଙ୍କ ଫୋନ୍ ଉପରେ ନଜର ରଖୁଛନ୍ତି । ଟିକିଏ ଅସବାଧନ ହେଲେ ସେମାନେ ଆପଣଙ୍କ ବ୍ୟକ୍ତିଗତ ଡାଟା ଚୋରି କରି ବ୍ଲାକମେଲ୍ କରିବା ସହିତ ବ୍ୟାଙ୍କ ବାଲାନ୍ସ ମଧ୍ୟ ଉଡାଇ ନେବେ ହ୍ୱାଟସଆପ୍ ଭଳି ଚାଟିଂ ସର୍ଭିସରୁ ଆପଣ କାହା ସହିତ କ’ଣ କଥା ହେଲେ କାହାକୁ କେଉଁଭଳି ଫଟୋ ପଠାଇଲେ ସବୁକିଛି ସେମାନେ ଦେଖି ପାରିବେ । ଏମିତିରେ କେମିତି ଜାଣିବେ ଯେ, ଆପଣଙ୍କ ମୋବାଇଲ ଭିତରେ ପଶି କେହି ଆପଣଙ୍କ ବ୍ୟାକ୍ତିଗତ ଡାଟା ଚୋରି କରୁଛି ? ଆସନ୍ତୁ ଜାଣିବା..

ଯଦି ଆପଣଙ୍କ ଫୋନ୍ ବେଟରି ଆଗ ଅପେକ୍ଷା ଶୀଘ୍ର ଡ୍ରେନ୍ ହେଉଛି,ଇଣ୍ଟରନେଟ୍ ଡାଟା ବ୍ୟବହାର ନକଲେ ବି ସରି ଯାଉଛିଫୋନ୍ ସ୍କ୍ରିନ୍ ଫ୍ରିଜ୍ ହେଇଯାଉଛି,ଆପ୍ ଆପେ ଆପେ ବନ୍ଦ ହେଉଛି କିମ୍ବା ଫୋନ୍ ମଧ୍ୟ ଆପେ ଆପେ ରିଷ୍ଟାର୍ଟ୍ ହେଉଛି । କିମ୍ବା ଆପଣ ଡାଉନଲୋଡ୍ କରିନଥିବା କୌଣସି ଆପ୍ ଫୋନରେ ଅଛିସୋସିଆଲ ମିଡିଆରେ ଏମିତି କିଛି ସେୟାର ହୋଇଛି କି ଲାଇକ୍ ହୋଇଛି ଯାହା ଆପଣ କରି ନାହାନ୍ତି… ତେବେ ସାବଧାନ । ଆପଣଙ୍କ ଫୋନ ଭିତରେ ଆଉ କିଏ ଅଛି । ଆଉ ତା’ ପାଖକୁ ଆପଣଙ୍କ ମେସେଜ୍ ଯାଉଛି । ଆପଣଙ୍କୁ କଲ ଆସିଲେ ସେ ଶୁଣୁଛି । ତୁରନ୍ତ ଫୋନକୁ ରିବୁଟ୍ କରନ୍ତୁ

ବ୍ୟାଟେରି ଶୀଘ୍ର ସରୁଥିଲେ ସତର୍କ ହୁଅନ୍ତୁ

ଆପଣଙ୍କ ସ୍ମାର୍ଟ୍ ଫୋନର ବ୍ୟାଟେରି ଯଦି ଶୀଘ୍ର ସରି ଯାଉଛି ତେବେ ସତର୍କ ହୁଅନ୍ତୁ । ହୁଏତ ହ୍ୟାକର୍ସ ଆପଣଙ୍କ ଅଜାଣତରେ କୌଣସି ସ୍ପାଏ ୱେୟାର ସେଥିରେ ଇନଷ୍ଟଲ କରିଛି । ଯାହା ଅନବରତ ଚାଲୁଛି ଓ ଆପଣଙ୍କ ଡାଟା ଟ୍ରାନସଫର କରୁଛି । ଫଳରେ ଆପଣଙ୍କ ଫୋନ ବ୍ୟାଟ୍ରି ଶୀଘ୍ର ସରି ଯାଉଛିବ୍ୟାଟେରି ଶୀଘ୍ର ସରିବା ଫୋନ୍ ହ୍ୟାକିଂର ଲକ୍ଷଣ

ଇଣ୍ଟରନେଟ୍ ଡାଟା ଶୀଘ୍ର ସରିବା

ଆପଣ କେତେ ଡାଟା ଦୈନିକ ବ୍ୟବହାର କରୁଛନ୍ତି ତାହା ଆପଣ ଭଲ ଭାବେ ଜାଣନ୍ତି । ଯଦି ଆପଣଙ୍କ ବ୍ୟବହୃତ ଡାଟା ଠାରୁ ଅଧିକ ଡାଟା ସରୁଛି ତେବେ ଜାଣନ୍ତୁ ଫୋନ୍ ଭିତରେ ହ୍ୟାକର୍ସଙ୍କ ଆପ୍ ଅଛି । ତେଣୁ ତୁରନ୍ତ ଅଜଣା ଆପ୍ ହଟାନ୍ତୁ

ଫୋନ୍ ମନକୁ ରିଷ୍ଟାର୍ଟ୍ ହେଉଛି କି ?

ଯଦି ଆପଣଙ୍କ ଫୋନ୍ ମନକୁ ମନ ରିଷ୍ଟାର୍ଟ ହେଉଛି କିମ୍ବା ସ୍କ୍ରିନ୍ ଫ୍ରିଜ୍ ହେଇଯାଉଛି ତେବେ ଏହାର ଅର୍ଥ ହେଉଛି ଫୋନ୍ ହ୍ୟାକ୍ ହୋଇଛି । ସେମିତି ହେଲେ ସତର୍କ ହୁଅନ୍ତୁ ।

ସୋସିଆଲ ମିଡିଆରେ କିଛି ଅଜବ ଘଟୁଛି କି ?

ଆପଣ ଦିନେ ଫେସବୁକରେ ଏମିତି କିଛି ପୋଷ୍ଟ ଦେଖୁଛନ୍ତି ଯାହା ଆପଣ ସେୟାର କରି ନାହାନ୍ତି କି ଲାଇକ୍ କରିନାହାନ୍ତି ତେବେ ତୁରନ୍ତ ସତର୍କ ହୁଅନ୍ତୁ । ହୁଏତ କେହି ଆପଣଙ୍କ ଫୋନ୍ ହ୍ୟାକ୍ କରି ପୋଷ୍ଟ ସେୟାର କରୁଛି କିମ୍ବା କମେଣ୍ଟ କରୁଛି ।

ଫୋନ୍ ହ୍ୟାକ୍ ହେଲେ କ’ଣ କରିବେ ?

ଅନେକ ସମୟରେ ଫୋନ୍ ହ୍ୟାକ୍ ହୋଇଥାଏ । ଫୋନ୍ ହ୍ୟାକ୍ ହେଲେ କ’ଣ କରିବେ ? ପ୍ରଥମେ ଅଜଣା ଆପ୍ କୁ ଫୋନରୁ ହଟାଇ ଦିଅନ୍ତୁ । ଆଣ୍ଟି ମାଲୱେୟାର ଆପ୍ଲିକେସନକୁ ରନ୍ କରନ୍ତୁ । ଯଦି ନାହିଁ ତେବେ ଡାଉନଲୋଡ୍ କରନ୍ତୁ,ଏହା ଫ୍ରି’ରେ ମଧ୍ୟ ମିଳୁଛି ଫୋନକୁ ଫ୍ୟାକ୍ଟ୍ରି ରିସେଟ୍ କରନ୍ତୁ ଫ୍ୟକ୍ଚି ରିସେଟ୍ କରିବା ଆଗରୁ ଡାଟା ବ୍ୟାକଅପ୍ ନିଅନ୍ତୁପାସୱାର୍ଡ୍ ରିସେଟ୍ କରନ୍ତୁହ୍ୟାକର୍ସ ଯେମିତି ପର୍ସନାଲ ଡାଟା ଚୋରି ନକରେ ସେଥିପାଇଁ ନିଜ ଫୋନ ସହିତ ଜଡିତ ସବୁ ଆକାଉଣ୍ଟସର ପାସୱାର୍ଡ ବଦଳାଇ ଦିଅନ୍ତୁକଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକଙ୍କୁ ଜଣାଇ ଦିଅନ୍ତୁ ଯେ, ଆପଣଙ୍କ ନମ୍ବରରୁ ଆସୁଥିବା ମେସେଜ୍ କିମ୍ବା ଲିଙ୍କକୁ କ୍ଲିକ୍ କରିବେ ନାହିଁ । ଫୋନକୁ ଅନରୁଟ୍ କରନ୍ତୁ । ଯଦି ଆପଣ ଆଣ୍ଡ୍ରଏଡର ରୁଟେଡ୍ ଭର୍ସନ ୟୁଜ୍ କରୁଛନ୍ତି ତେବେ SuperSU ଆପ୍ ବ୍ୟବହାର କରି ଅନରୁଟ୍ କରନ୍ତୁ । ଫୋନକୁ ଯଦି କଲ ଆସୁନି କିମ୍ବା ମେସେଜ୍ ଆସୁନି ତେବେ ଜାଣନ୍ତୁ ଯେ, ହ୍ୟାକର ଆପଣଙ୍କ ସିମକୁ କ୍ଲୋନ୍ କରିଛି । ତୁରନ୍ତ ନିଜ ସର୍ଭିସ ପ୍ରୋଭାଇଡରକୁ ସମ୍ପର୍କ କରନ୍ତୁ । କୌଣସି ଫ୍ରି ୱାଇଫାଇ ୟୁଜ୍ କରନ୍ତୁ ନାହିଁ କି ସନ୍ଦେହଜନକ ଲିଙ୍କକୁ କ୍ଲିକ୍ କରନ୍ତୁ ନାହିଁ

data theft by social media platformsinternet draining battery iphoneinternet draining too fastmobile battery draining fast issue resolvedmobile battery draining too fastmobile data theftsmartphone data recoverysmartphone data transferwhat to do if your phone is hackedwhat to do if your phone number is hackedxiaomi stealing personal data
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami