କର୍ଣ୍ଣାଟକ ଆଦିବାସୀ କେମିତି ସୁଡାନ ଯୁଦ୍ଧରେ ଫସିଲେ ?

ସୁଦାନରେ କ୍ଷମତା ଅଧିକାର କରିବାକୁ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ସଂଘର୍ଷ ଚାଲିଛି। ଏହି ସଂଘର୍ଷରେ ଶତାଧିକ ବ୍ୟକ୍ତି ପ୍ରାଣ ହରାଇଲେଣି। ଦୁଇ ପକ୍ଷର ଲଢେଇ ଭିତରେ ବିଦେଶୀ ମଧ୍ୟ ଫସିଛନ୍ତି। ଏମିତିକି ବିଦେଶୀ ଦୂତାବାସ ଗୁଡିକ ମଧ୍ୟ ଆକ୍ରମଣରୁ ବର୍ତ୍ତି ନାହାନ୍ତି। ବ୍ରିଟେନ୍,ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଥିବା ବେଳେ ଭାରତୀୟ ଦୂତାବାସ ବାହାରେ ମଧ୍ୟ ଗୁଳି ବର୍ଷଣ ହୋଇଛି। ଏହାରି ଭିତରେ ସୁଦାନରେ 4 ହଜାର ଭାରତୀୟ ଫସିଥିବା କୁହାଯାଉଛି। ତେବେ ସୁଦାନରେ ଫସିଥିବା କର୍ଣ୍ଣାଟକର ଆଦିବାସୀଙ୍କୁ ନେଇ ଏବେ ବିଶେଷ ଚର୍ଚ୍ଚା ହେଉଛି ଜଙ୍ଗଲରେ ରହୁଥିବା ଆଦିବାସୀ କେମିତି କର୍ଣ୍ଣାଟକରେ ପହଂଚିଲେ ବୋଲି ପ୍ରଶ୍ନ ଉଠୁଛି । ଆସନ୍ତୁ ଜାଣିବା ସୁଦାନରେ ଫସିଥିବା କର୍ଣ୍ଣାଟକର ଆଦିବାସୀ କିଏ ଓ କେମିତି ସେମାନେ ସେଠାକୁ ଗଲେ ଜାଣିବା

ହକ୍କି-ପିକ୍କି ଆଦିବାସୀଙ୍କ କର୍ଣ୍ଣାଟକ ଓ ରାଜସ୍ଥାନ କନେକ୍ସନ୍

ହକ୍କି-ପିକ୍କି ହେଉଛି ଏକ କନ୍ନଡ଼ ଶବ୍ଦ। ହକ୍କିର ଅର୍ଥ ହେଉଛି ପକ୍ଷୀ ଓ ପିକ୍କିର ଅର୍ଥ ହେଉଛି ଧରିବା। ଯେଉଁଥିପାଇଁ ଏମାନଙ୍କୁ ପକ୍ଷୀ ଧରୁଥିବା ଜାତି ଭାବେ ଗଣାଯାଏ। ଏହି ଜାତିର ଲୋକ ଆରମ୍ଭରୁ ଜଙ୍ଗଲରେ ରହୁଥିଲେ। କର୍ଣ୍ଣାଟକର କୋଲାର,ମହୀଶୂର ଓ ହସନ ତଥା ଶିବମୋଗ୍ଗା ଜିଲ୍ଲାରେ ଏମାନେ ସାଧାରଣତଃ ରହିଥାନ୍ତି। 2011ର ଜନଗଣନା ଅନୁସାରେ କର୍ଣ୍ଣାଟକରେ ଏମାନଙ୍କ ସଂଖ୍ୟା 11 ହଜାର 892 ଥିଲା।

କନ୍ନଡ଼ ବ୍ୟତିତ ହକ୍କି-ପିକ୍କି ସମୁଦାୟର ଲୋକ ହିନ୍ଦି ଓ ବାଗ୍ରୀ ଭାଷା ମଧ୍ୟ କହିଥାନ୍ତିବାଗ୍ରୀ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବେ ପରିଚିତ। ଏହି ସମ୍ପ୍ରଦାୟର ବିଶ୍ୱାସ ଯେ, ସେମାନଙ୍କ ପୂର୍ବଜ ରାଜସ୍ଥାନ ଓ ଗୁଜୁରାଟରୁ ଆସିଥଇଲେ। ଏହି ସମ୍ପ୍ରଦାୟରେ ବିବାହ ସମୟରେ ପୁଅ ଘର ଲୋକ ଝିଅ ଘରକୁ ଯୌତୁକ ଦେଇଥାନ୍ତି।

ପ୍ରଶ୍ନ ହେଉଛି ଯେ,ଜଙ୍ଗଲରେ ରହୁଥିବା ଏହି ସମ୍ପ୍ରଦାୟ କେମିତି ସୁଦାନରେ ପଂହଚିଲେହକ୍କି-ପିକ୍କିଙ୍କର ଏହି ସ୍ଥାନାନ୍ତରଣ 1970 ଦଶକରେ ଆରମ୍ଭ ହୋଇଥିଲା। ସେହି ଦଶକରେ ଭାରତ ସରକାର ଜଙ୍ଗଲରେ ଶିକାର ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ। ଏହି ଆଦିବାସୀ ଶିକାର କରି ନିଜ ପେଟ ପୋଷୁଥିଲେ ଶିକାର ପ୍ରତିବନ୍ଧିତ ହେବା ପରେ ସେମାନେ ଜଙ୍ଗଲ ଛାଡି଼ ଗାଁ ମୁହାଁ ହୋଇଥିଲେ। କାରଣ ଜଙ୍ଗଲରେ ରହି ସେମାନେ ବିଭିନ୍ନ ପଶୁପକ୍ଷୀ ଶିକାର କରି ମାଂସ ଖାଇବା ସହିତ ହାଡ଼ ଆଦି ବିକ୍ରି କରୁଥିଲେଜଙ୍ଗଲରୁ ବାହାରି ଆସିବା ପରେ ସେମାନେ ଜଡି଼ବୁଟି କାରବାର କରିଥିଲେ। ଏହାସହିତ ସେମାନେ ବେଙ୍ଗାଲୁରୁ,ମହୀଶୂର,ମାଣ୍ଡ୍ୟା ସହିତ ତାମିଲନାଡୁ଼ ଓ ଆନ୍ଧ୍ରପ୍ରଦେଶ ସୀମାରେ ରହିବାକୁ ଲାଗିଲେ।

ସୁଦାନରେ କେମିତି ପହଂଚିଲେ

ଜଡ଼ିବୁଟି ବିକ୍ରି କରିବାକୁ ହକ୍କି-ପିକ୍କି ସମ୍ପ୍ରଦାୟର ଲୋକ ବିଭିନ୍ନ ଦେଶକୁ ଯାଉଛନ୍ତିକୁଏଟ,ଓମାନ ସହିତ ଏମାନେ ଆଫ୍ରିକା ମହାଦେଶର ବିଭିନ୍ନ ଦେଶକୁ ଯାଉଛନ୍ତି। ବିଭିନ୍ନ ଦେଶରେ ଏମାନେ 6ରୁ 7 ମାସ ରହିଥାନ୍ତି। ହର୍ବଲ ପ୍ରଡକ୍ଟ ବିକ୍ରି କରିବାକୁ ସେମାନେ ସୁଦାନ ଯାଇଥିଲେ ଓ ସେଠାରେ ଫସିଛନ୍ତି। ବିଦେଶକୁ ଯିବା ପାଇଁ ସେମାନେ ଋଣ ନେଇଥାନ୍ତି।

hakki pikki tribe karnatakakarnataka african tribeskarnataka tribalsudan conflict 2023sudan conflict latestsudan conflict newssudan conflict todaysudan conflict updatesudan war newssudan war news todaysudan war now indian
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami